Advertisment

ବର୍ନଭିଟା ଆଉ 'ହେଲ୍‌ଥ ଡ୍ରିଙ୍କ୍ସ' ନୁହେଁ

ଏବେ ବର୍ନଭିଟା ଭିଳ ସମସ୍ତ ଡ୍ରିଙ୍କ୍ସ ଆଉ ହେଲ୍‌ଥ ଡ୍ରିଙ୍କ୍ସ ନାଁରେ ବିକ୍ରି ହେବ ନାହିଁ।

ଅଦ୍ୟତନ ହୋଇଛି
Bourn Vita

Bourn Vita

Advertisment

ବର୍ନଭିଟା। ହେଲ୍‌ଥ ଡ୍ରିଙ୍କ୍ସ ଭାବେ ଏହାକୁ ଅନେକ ଲୋକେ ନିଜ ପିଲାଙ୍କୁ ଦିଅନ୍ତି। ଏହାକୁ ପିଇଲେ କୁଆଡେ ପିଲାଙ୍କ ଗ୍ରୋଥ ହୁଏ। ଅଧିକାଂଶ ଲୋକଙ୍କ ଧାରଣା ବର୍ନଭିଟା ପିଇଲେ ପିଲାଙ୍କ ଉଚ୍ଚତା ବଢ଼ିବ ଓ ଏହା ତାଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ମଧ୍ୟ। ପିଲାଙ୍କ ହାଇଟ୍‌ ବା ଉଚ୍ଚତା ବଢ଼ାଇବା ପାଇଁ ଦାବି କରୁଥିବା ବର୍ନଭିଟା ଭଳି ଅନେକ ହେଲ୍‌ଥ ଡ୍ରିଙ୍କ୍ସ ମାର୍କେଟ ଓ ଇ-କମର୍ସ ଓ୍ୱେବସାଇଟ୍‌ରେ ଉପଲବ୍ଧ। ତେବେ ଏଭଳି କିଛି ହେଲ୍‌ଥ ଡ୍ରିଙ୍କ୍ସକୁ କେନ୍ଦ୍ର ସରକାରଙ୍କ ତରଫରୁ ଏବେ ମିଳିଛି ରେଡ୍‌ ସିଗ୍‌ନାଲ।

Advertisment

ପ୍ରକୃତରେ ଏବେ ବର୍ନଭିଟା ଭିଳ ସମସ୍ତ ଡ୍ରିଙ୍କ୍ସ ଆଉ ହେଲ୍‌ଥ ଡ୍ରିଙ୍କ୍ସ ନାଁରେ ବିକ୍ରି ହେବ ନାହିଁ। ଏହାକୁ ବଜାର ଓ ଇ-କମର୍ସ ସାଇଟ୍‌ରୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ହେଲ୍‌ଥ ଡ୍ରିଙ୍କ୍ସକୁ ନେଇ ସମସ୍ତ ଇ-କମର୍ସ କମ୍ପାନୀଗୁଡିକ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଆଡଭାଇଜରୀ ଜାରି ହୋଇଛି। ଏଥିରେ ବର୍ନଭିଟା ଓ ଅନ୍ୟ ବେଭରେଜଗୁଡିକୁ ହେଲ୍‌ଥ ଡ୍ରିଙ୍କ୍ସ କ୍ୟାଟେଗୋରୀରେ ରଖିବା ପାଇଁ ମନା କରାଯାଇଛି।

ସମସ୍ତ ଇ-କମର୍ସ କମ୍ପାନୀଗୁଡିକୁ ନିଜ ଓ୍ୱେବସାଇଟ୍‌ରୁ ବର୍ନଭିଟା ସମେତ ଅନ୍ୟ ଡ୍ରିଙ୍କ୍ସଗୁଡିକୁ ହେଲ୍‌ଥ ଡ୍ରିଙ୍କ୍ସ କ୍ୟାଟେଗୋରୀରୁ ହଟାଇବା ପାଇ ବାଣିଜ୍ୟ ଓ ବ୍ୟବସାୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

Advertisment

ନିକଟରେ ରାଷ୍ଟ୍ରୀୟ ବାଳ ଅଧିକାର ସଂରକ୍ଷଣ ଆୟୋକ ତଥା ଏନ୍‌ସିପିସିଆର୍‌ ହେଲ୍‌ଥ ଡ୍ରିଙ୍କ୍ସକୁ ନେଇ ଏକ ପରୀକ୍ଷା କରିଥିଲା। ବର୍ନଭିଟା ସମେତ ଅନ୍ୟ ଡ୍ରିଙ୍କ୍ସଗୁଡିକ ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ହାନୀକାରକ ବୋଲି ଏହି ଯାଞ୍ଚରୁ ଜଣାପଡିଥିଲା। ଏନ୍‌ସିପିଆର୍‌ର ଏହି ଯାଞ୍ଚ ରିପୋର୍ଟ ସାମ୍ନାକୁ ଆସିବା ପରେ ଡିପାର୍ଟମେଣ୍ଟ ଫର୍ ପ୍ରମୋସନ ଅଫ୍‌ ଇଣ୍ଡଷ୍ଟ୍ରି ଆଣ୍ଡ ଇଣ୍ଟର୍‌ନାଲ ଟ୍ରେଡ ତରଫରୁ ଚିଠି ଲେଖି ଆଡଭାଇଜରୀ ଜାରି କରାଯାଇଛି।

ଏହାପୂର୍ବରୁ, ଚଳିତ ମାସ ଆରମ୍ଭରୁ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (FSSAI) ସମସ୍ତ ଇ-କମର୍ସ କମ୍ପାନୀମାନଙ୍କୁ ଦୁଗ୍ଧ, ଶସ୍ୟ କିମ୍ବା ମାଲ୍ଟ ଭିତ୍ତିକ ପାନୀୟ ପଦାର୍ଥକୁ 'ହେଲ୍‌ଥ ଡ୍ରିଙ୍କ୍ସ' କିମ୍ବା 'ଏନର୍ଜୀ ଡ୍ରିଙ୍କ୍ସ' ଭାବରେ ନାମିତ ନକରିବାକୁ ନିର୍ଦ୍ଦେଶ ଦେଇଥିଲା।

ଭୁଲ୍‌ ଶବ୍ଦର ବ୍ୟବହାର କରିବା ଗ୍ରାହକଙ୍କୁ ବିଭ୍ରାନ୍ତ କରିପାରେ। ତେଣୁ ସମସ୍ତ ଇ-କମର୍ସ ଫୁଡ୍‌ ବିଜନେସ ଅପରେଟର୍ସ ଏଭଳି ପାନୀୟ ପଦାର୍ଥଗୁଡିକୁ ହେଲ୍‌ଥ ଡ୍ରିଙ୍କ୍ସ/ଏନର୍ଜୀ ଡ୍ରିଙ୍କ୍ସ କ୍ୟାଟେଗୋରୀରୁ ହଟାଇଦେବା ଅବା ଏଥିରେ ସୁଧାର କରିବାକୁ FSSAI ପରାମର୍ଶ ଦେଇଥିଲା।  ଏଫ୍‌ଏସ୍‌ଏସ୍‌ର ନିୟମ ଅନୁଯାୟୀ ହୋଲ୍ଥ ଡ୍ରିଙ୍କ୍ସ ନପାଁ ଭଳି କୌଣସି ଜିନିଷ ନାହିଁ ବୋଲି FSSAI କହିଥିଲା। 

Bournvita Health Drink E-Commerce Bournvita Center's Order
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe