Advertisment

କ୍ୟାନ୍‌ସର ପାଇଁ ଆସିଲା ଟିକା, ନୂଆବର୍ଷରୁ ମାଗଣା ମିଳିବ

ନୂଆବର୍ଷରୁ ଏହା ସମସ୍ତ ନାଗରିକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ। ତେବେ ଏହି ଟିକାର ନା' କ'ଣ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।

Cancer Vaccine

Cancer Vaccine

Advertisment

କ୍ୟାନ୍‌ସର। ନା ଶୁଣିଲା ମାତ୍ରେ ସମସ୍ତ ମନରେ ଛନକା ପଶେ। ଏହି ମାରାତ୍ମକ ରୋଗକୁ ନେଇ ସମସ୍ତେ ଭୟଭୀତ। ବିଶ୍ୱରେ ପ୍ରାୟ ଅଧିକାଂଶ ଲୋକଙ୍କ ଜୀବନ ନେଇସାରିଲାଣି କ୍ୟାନସର। ଏବେବି ଅନେକ ଲୋକ ଏହି କର୍କଟ ଭଳି ମାରତ୍ମକ ରୋଗରେ ପୀଡିତ। ଏଭିଳି ସ୍ଥିତିରେ କ୍ୟାନ୍‌ସର ରୋଗୀଙ୍କ ପାଇଁ ଏକ ଖୁସି ଖବର ଆସିଛି। ଏବେ କ୍ୟାନ୍‌ସରକୁ ଭଲ କରିବା ପାଇଁ ପ୍ରସ୍ତୁତି ହୋଇଛି ଟିକା। ନୂଆବର୍ଷରୁ ଏହା ସମସ୍ତ ନାଗରିକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ।

Advertisment

ଏହି କ୍ୟାନ୍‌ସର ଟିକାକୁ ରୁଷ ତିଆରି କରିଛି। ରୁଷ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏନେଇ ଦାବି କରିଛି। ଏହି ଟିକାକୁ ସେମାନେ ନିଜ ନାଗରିକମାନଙ୍କୁ ମାଗଣାରେ ଦେବେ। ଡେଲିମେଲ୍‌ର ଏକ ରିପୋର୍ଟ ଅନୁସାରେ , ରୁଷ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରେଡ଼ିଓଲୋଜି ମେଡିକାଲ ରିସର୍ଚ୍ଚ ସେଣ୍ଟରର ମୁଖ୍ୟ ଆଣ୍ଡ୍ରେ କାପ୍ରିନ୍ ଏନେଇ ସୂଚନା ଦେଇଛନ୍ତି। ୨୦୨୫ ଆରମ୍ଭରୁ ନାଗରିକଙ୍କୁ ଟିକାର ପ୍ରଥମ ଡୋଜ୍‌ ଦିଆଯିବ ବୋଲି ସେ କହିଛନ୍ତି।

ରିପୋର୍ଟ ଅନୁଯାୟୀ, ଏହି ଟିକା କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ହେବ। ରୁଷର ବୈଜ୍ଞାନିକମାନେ ପୂର୍ବରୁ ଦେଇଥିବା ବିବୃତ୍ତିରୁ ଜଣାପଡିଛି ଯେ ପାଶ୍ଚାତ୍ୟ ଦେଶରେ ବିକଶିତ ହେଉଥିବା କର୍କଟ ଟିକା ପରି ପ୍ରତ୍ୟେକ ଡୋଜ୍‌ ବ୍ୟକ୍ତିଗତ ରୋଗୀଙ୍କ ପାଇଁ ପ୍ରସ୍ତୁତ ହେବ।

Advertisment

ତେବେ ଏହି ଟିକା କେଉଁ ପ୍ରକାରର କ୍ୟାନସର୍‌ ଚିକିତ୍ସାରେ ବ୍ୟବହାର କରାଯିବ, ଏହାର ପ୍ରଭାବ କିଭଳି ରହିବ, ରୁଷ ଏହାକୁ କିଭଳି ଲାଗୁ କରି ସେ ନେଇ କୌଣସି ସ୍ପଷ୍ଟ ହୋଇନାହିଁ। ଏଥି ସହିତ ଏହି ଟିକାର ନା' କ'ଣ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।

ବିଶ୍ୱର ଅନ୍ୟ ଦେଶ ଭିଳ ରୁଷରେ ମଧ୍ୟ କ୍ୟାନସର ହାର ଲଗାତର ବୃଦ୍ଧି ପାଇବାରେ ଲାଗିଛି। ୨୦୨୨ ମସିହାରେ ଏଠାରେ ୫,୩୫,୦୦୦ ରୁ ଅଧିକ କର୍କଟ ରୋଗୀଙ୍କ ମାମଲା ରେକର୍ଡ କରାଯାଇଥିଲା। ରୁଷରେ କୋଲନ୍, ସ୍ତନ ଏବଂ ଫୁସଫୁସ କର୍କଟ ସବୁଠାରୁ ସାଧାରଣ ବୋଲି କୁହାଯାଏ।

Russia Cancer Cancer Vaccine
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe