Advertisment

ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ କୁଳସଚିବ ହେଲେ ସନ୍ତୋଷୀ ସାହୁ

ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବୋର୍ଡ ଅଫ ରେଭନ୍ୟୁରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ ବରିଷ୍ଠ ଓଏଏସ୍ ଅଫିସର ସନ୍ତୋଷୀ ସାହୁଙ୍କୁ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର(କୁଳସଚିବ) ଭାବେ ବଦଳି କରାଯାଇଛି ।

author-image
Ordigital Desk
Health University

Health University

ନବଗଠିତ ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର କୁଳସଚିବ ଭାବେ ଓଏଏସ୍ ସନ୍ତୋଷୀ ସାହୁଙ୍କୁ ନିଯୁକ୍ତି ମିଳିଛି ।

Advertisment

ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବୋର୍ଡ ଅଫ ରେଭନ୍ୟୁରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ ବରିଷ୍ଠ ଓଏଏସ୍ ଅଫିସର ସନ୍ତୋଷୀ ସାହୁଙ୍କୁ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର(କୁଳସଚିବ) ଭାବେ ବଦଳି କରାଯାଇଛି । ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର ପ୍ରାବଧାନ ଅନୁସାରେ ତାଙ୍କର ନିଯୁକ୍ତି ସଂକ୍ରାନ୍ତ ବିଜ୍ଞାପନ ଖୁବଶୀଘ୍ର ରାଜ୍ୟପାଳଙ୍କ ସଚିବାଳୟ ପକ୍ଷରୁ ଜାରି ହେବ ବୋଲି ସାଧାରଣ ପ୍ରଶାସନ ବିଭାଗ କହିଛି ।

ସୂଚନାଯୋଗ୍ୟ, ଚଳିତବର୍ଷ ମାର୍ଚ୍ଚ ୫ତାରିଖରେ ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଥିଲା । ପ୍ରଥମ କୁଳପତି ଭାବେ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ନିଯୁକ୍ତି ମିଳିଛି । ଏହାସହିତ ପରୀକ୍ଷା ନିୟନ୍ତ୍ରକ ଭାବେ ପ୍ରଫେସର ଡାକ୍ତର ଅମରେନ୍ଦ୍ର ନାୟକ, ଗବେଷଣା ଓ ବିକାଶ ନିର୍ଦ୍ଦେଶକ ଭାବେ ପ୍ରଫେସର ଡାକ୍ତର ବିଦ୍ୟୁତ କୁମାର ଦାସ, ପାଠ୍ୟକ୍ରମ ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ଗୀତା ସାହୁଙ୍କୁ ପୂର୍ବରୁ ନିଯୁକ୍ତି ମିଳିଛି । ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ରାଜ୍ୟର ସମସ୍ତ ମେଡିକାଲ କଲେଜ ସମେତ ମୋଟ ୨୦୦ଟି ସ୍ୱାସ୍ଥ୍ୟ ଶିକ୍ଷା ପ୍ରତିଷ୍ଠାନ(ପାରା ମେଡିକାଲ କଲେଜକୁ ମିଶାଇ) ରହିଛନ୍ତି ।

Advertisment
Health