Advertisment

କଟକ ବଡ଼ ଡାକ୍ତରଖାନା ICUରେ ବାଜିବ ଭଜନ!

‘ଇନ୍‌ଷ୍ଟ୍ରୋମେଣ୍ଟାଲ୍‌ ମ୍ୟୁଜିକ୍‌ ରୋଗୀ ସୁସ୍ଥ ହେବାରେ ସହାୟକ ହୋଇଥାଏ ବୋଲି ମତପ୍ରକାଶ ପାଇଥିଲା। ଏହା ଉପରେ ତର୍ଜମା କରାଯିବା ପରେ ପ୍ରତ୍ୟକ ବିଭାଗରେ ଥିବା ଆଇସିୟୁରେ ଇନ୍‌ଷ୍ଟ୍ରୋମେଣ୍ଟାଲ୍‌ ମ୍ୟୁଜିକ୍‌ ବଜାଇବା ପାଇଁ ନିଷ୍ପତ୍ତି ହୋଇଛି।’

SCB

SCB

Advertisment

କଟକ ବଡ଼ ମେଡ଼ିକାଲ୍‌ରେ ରୋଗୀଙ୍କୁ ଦିଆଯିବ ମ୍ୟୁଜିକ୍‌ ଥେରାପି। ତାହା ପୁଣି ଆଇସିୟୁରେ। ମେଡିକାଲ୍‌ର ବିଭିନ୍ନ ବିଭାଗର ଆଇସିୟୁ ଓ ଆଇସିୟୁ ୱାର୍ଡରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ୨୪ ଘଣ୍ଟା ଦିଆଯିବ ମ୍ୟୁଜିକ୍‌ ଥେରାପି। ବାଜିବ ଭଜନ! ଏଥିରେ କୌଣସି ନିର୍ଦ୍ଦିଷ୍ଟ ଭଜନ ବାଜିବ ନାହିଁ। କେବଳ ଇନ୍‌ଷ୍ଟ୍ରୋମେଣ୍ଟାଲ୍‌ ମ୍ୟୁଜିକ(ବାଦ୍ୟଯନ୍ତ୍ର ଧ୍ୱନୀ) ବାଜିବ। ବୁଧବାର ବସିଥିବା ସ୍ୱାସ୍ଥ୍ୟ ବିକାଶ ସମିତି ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଦୁଇ ମାସ ଭିତରେ ଏହି ସେବା କାର୍ଯ୍ୟକାରୀ କରିବା ପାଇଁ ଯୋଜନା ରଖାଯାଇଛି।

Advertisment

ମ୍ୟୁଜିକ ଥେରାପି ନେଇ ଏସ୍‌ସିବି ମେଡ଼ିକାଲ୍‌ କୁଳସଚିବ ଡାକ୍ତର ଅବିନାଶ ରାଉତ କହିଛନ୍ତି, ରୋଗୀମାନଙ୍କୁ ଭଲ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ପ୍ରତି ଦୁଇ ମାସରେ ସ୍ୱାସ୍ଥ୍ୟ ବିକାଶ ସମିତି ବୈଠକ ବସୁଛି। ଏଥର ବୁଧବାର ବସିଥିଲା ବୈଠକ। ଏଥିରେ ମେଡ଼ିକାଲ୍‌ ସୁପାରିନ୍‌ଟେଣ୍ଡେଣ୍ଟ, ଡିନ୍‌, ପ୍ରଫେସର, ସ୍ୱାସ୍ଥ୍ୟ ବିକାଶ ସମିତିର ଚୟାରମ୍ୟାନ୍‌ ତଥା ସିଏମ୍‌ସି କମିଶନର ଯୋଗଦେଇଥିଲେ। ଆଲୋଚନା ବେଳେ ଆଇସିୟୁରେ ଇନ୍‌ଷ୍ଟ୍ରୋମେଣ୍ଟାଲ୍‌ ମ୍ୟୁଜିକ୍‌ ବଜାଇବା ପାଇଁ କିଛି ସଭ୍ୟ ଯୁକ୍ତି ବାଢ଼ିଥିଲେ। ଇନ୍‌ଷ୍ଟ୍ରୋମେଣ୍ଟାଲ୍‌ ମ୍ୟୁଜିକ୍‌ ରୋଗୀ ସୁସ୍ଥ ହେବାରେ ସହାୟକ ହୋଇଥାଏ ବୋଲି ମତପ୍ରକାଶ ପାଇଥିଲା। ଏହା ଉପରେ ତର୍ଜମା କରାଯିବା ପରେ ପ୍ରତ୍ୟକ ବିଭାଗରେ ଥିବା ଆଇସିୟୁରେ ଇନ୍‌ଷ୍ଟ୍ରୋମେଣ୍ଟାଲ୍‌ ମ୍ୟୁଜିକ୍‌ ବଜାଇବା ପାଇଁ ନିଷ୍ପତ୍ତି ହୋଇଛି। ମାସେ ଭିତରେ କାମସାରିବାକୁ ସ୍ୱାସ୍ଥ୍ୟ ବିକାଶ ସମିତି ଚେୟାରମ୍ୟାନ୍‌ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଡାକ୍ତର ରାଉତ କହିଛନ୍ତି।

ସେ ଆହୁରି କହିଛନ୍ତି, ପ୍ରତି ଆଇସିୟୁର ୱାର୍ଡରେ ଇନ୍‌ଷ୍ଟ୍ରୋମେଣ୍ଟାଲ୍‌ ମ୍ୟୁଜିକ୍‌ ସରଞ୍ଜାମ ଖଞ୍ଜିବା ପାଇଁ ସରକାରୀ ନିୟମ ଅନୁସାରେ ଟେଣ୍ଡର କରାଯିବ। ଏଥିସହ ତଦାରଖ ପାଇଁ ଜଣଙ୍କୁ ଦିଆଯିବ। ସେଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ମ୍ୟୁଜିକ ଥେରାପିର କିଛି ଖରାପ ପ୍ରଭାବ ରୋଗୀଙ୍କ ଉପରେ ପଡ଼ିବ ନାହିଁ। ବରଂ ରୋଗୀ ଆରୋଗ୍ୟ ହେବାରେ ସହାୟକ ହୋଇଥାଏ। ମ୍ୟୁଜିକ ଥେରାପିରେ କୌଣସି ନିର୍ଦ୍ଦିଷ୍ଟ ଭଜନ ବାଜିବ ନାହିଁ। କେବଳ ଇନ୍‌ଷ୍ଟ୍ରୋମେଣ୍ଟାଲ୍‌ ମ୍ୟୁଜିକ ବାଜିବ ବୋଲି ଡାକ୍ତର ରାଉତ କହିଛନ୍ତି।

Advertisment
Health Scb Medical
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe