Advertisment

ବରଗଡ଼ରେ ସ୍କ୍ରବ ଟାଇଫସ ନେଲାଣି ୫ ମୁଣ୍ଡ, ରୋଗର କାରଣ ଓ ଲକ୍ଷଣ ବିଷୟରେ ଜାଣନ୍ତୁ

ଜିଲ୍ଲାରେ ଅଗଷ୍ଟ ୨୩ ତାରିଖ ସୁଦ୍ଧା ୧୭୮ଜଣଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇଥିଲା।

ଅଦ୍ୟତନ ହୋଇଛି
Scrub Typhus

Scrub Typhus

Advertisment

ବରଗଡ଼ରେ ବ୍ୟାପୁଛି ସ୍କ୍ରବ ଟାଇଫସ। ଏହି ଭୂତାଣୁ ଜନିତ ରୋଗରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ୫ ଜଣଙ୍କ ଭିତରୁ ସୋହେଲା ବ୍ଲକରୁ ୨ ଜଣ ଥିବା ବେଳେ ଅତାବିରା, ଭେଡେନ୍‌ ଓ ବରପାଲିରୁ ଜଣେ ଲେଖାଏ ଲୋକଙ୍କ ମୃତ୍ୟୁ ହୋଇଛି। ସେହିପରି ଏବେ ସ୍କ୍ରବ ସାଇଫଲ ଭୂତାଣୁରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। 

Advertisment

ଏନେଇ ବରଗଡ଼ ଜନସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ଜିଲ୍ଲାରେ ଅଗଷ୍ଟ ୨୩ ତାରିଖ ସୁଦ୍ଧା ୧୭୮ଜଣଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇଥିଲା। ସେଥିରୁ ୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି।

ଏଥିସହ ସେପ୍ଟେମ୍ବର ମାସ ୧୩ ତାରିଖ ସୁଦ୍ଧା ଆଉ ୧୨୭ ଜଣଙ୍କ ଟେଷ୍ଟ କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଶରୀରରୁ ସ୍କ୍ରବ ସାଇଫଲ ଠାବ ହୋଇଛି। ପଜିଟିଭ୍‌ ଚିହ୍ନଟ ହୋଇଥିବା ସମସ୍ତ ୪ ଜଣ ବର୍ତ୍ତମାନ ସୁସ୍ଥ ଅଛନ୍ତି। ସେମାନଙ୍କର ଚିକିତ୍ସା ଚାଲିଛି ବୋଲି ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି। 

Advertisment

ସ୍କ୍ରବ ଟାଇଫସ୍‌ କଣ? କେମିତି ବ୍ୟାପିଥାଏ? କ’ଣ କହୁଛନ୍ତି ଡାକ୍ତର?

ଚାଷ ଜମି ଓ ଜଙ୍ଗଲରେ ରହିଥାଏ ଲାର୍ଭା ମାଇଟ୍ସ ନାମକ ଏକ ପୋକ। ସେହି ପୋକ କାମୁଡ଼ିବା ପରେ ତା’ ଦେହରେ ଥିବା ଓରିଏଣ୍ଟାଲ୍‌ ଶୁଶୁକ ନାମକ ଏକ ବ୍ୟାକ୍ଟ୍ରିଆ ମଣିଷ ଶରୀର ଚମକୁ ଚାଲିଯାଇଥାଏ। ଯେଉଁ ସ୍ଥାନରେ ପୋକଟି କାମୁଡ଼ି ଥାଏ, ସେଠାରେ ପ୍ରଥମେ ଗୋଟିଏ ଛୋଟିଆ ବ୍ରଣ ଭଳି ହୋଇଯାଏ। ତା’ପରେ ଛୋଟିଆ ଘା’ ହୋଇଥାଏ। ଯାହାକୁ ସ୍କ୍ରବ ଟାଇଫସ୍‌ କୁହାଯାଇଥାଏ।

ସ୍କ୍ରବ ଟାଇଫସ ହେଲେ ଲମ୍ୱା ସମୟ ଧରି ଜ୍ୱର ହେବ, ହାତଗୋଡ଼ ଓ ତଣ୍ଟି ବିନ୍ଧିବା, ଝାଡ଼ା ଏବଂ କାଶ ହେବ। ପ୍ରାଥମିକ ଚିକିତ୍ସା କଲେ ରୋଗ ଭଲ ହୋଇଯିବ। ହେଲେ ଯେଉଁମାନେ ବିଳମ୍ୱରେ ମେଡିକାଲ୍‌ ଆସନ୍ତି, ସେମାନଙ୍କୁ ବଞ୍ଚାଇବା କଷ୍ଟକର। କାରଣ ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇ ଗୁରୁତର ହୋଇଥିବା ରୋଗୀ ଦେହରେ ସେପ୍‌ଟିସେମିଆ ଓ ନିମୋନିଆ ଭଳି ରୋଗ ଦେଖାଯାଏ। 

ତା’ସହ କିଛି ଲୋକଙ୍କ ଶରୀରରେ କିଡ୍‌ନୀ ଜନିତ ସମସ୍ୟା ଦେଖାଦେଇଥାଏ। ଆଉ କିଛି ଲୋକ ବ୍ରେନ୍‌ ଇନ୍‌ଫେକ୍‌ସନ ହୋଇ ମୃତ୍ୟୁ ମୁଖରେ ପଡ଼ନ୍ତି ବୋଲି ଡାକ୍ତର ଶଙ୍କର ରାମଚନ୍ଦାନୀ କହିଛନ୍ତି। ଏଲ୍‌ଆଇସା କିଟ୍‌ ଦ୍ୱାରା ଟେଷ୍ଟ କଲେ ରୋଗ ସମ୍ପର୍କରେ ଜଣାପଡ଼ିଥାଏ। ଏହି ଟେଷ୍ଟ ସବୁ ରାଜ୍ୟର ସବୁ ମେଡିକାଲ୍‌ ଓ ମେଡିକାଲ୍‌ କଲେଜରେ ଉପଲବ୍ଧ ରହିଛି ବୋଲି ସେ କହିଛନ୍ତି। 

Health Baragarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe