Advertisment

ପୁଣି ଫେରୁଛି ପଞ୍ଚଦଶ ଶତାବ୍ଦୀର ରୋଗ 'ସ୍କର୍ଭି'

ପଞ୍ଚଦଶ ଶତାବ୍ଦୀର ଏହି ରୋଗ, ଏକବିଂଶ ଶତାବ୍ଦୀରେ ଅପ୍ରତ୍ୟାଶିତ ଢଙ୍ଗରେ ପ୍ରତ୍ୟାବର୍ତ୍ତନ କରୁଛି।

ଅଦ୍ୟତନ ହୋଇଛି
scurvy disease making a comeback

scurvy disease making a comeback

Advertisment

ପୁଣି ଫେରୁଛି 'ସ୍କର୍ଭି'। ପଞ୍ଚଦଶ ଶତାବ୍ଦୀର ଏହି ରୋଗ, ଏକବିଂଶ ଶତାବ୍ଦୀରେ ଅପ୍ରତ୍ୟାଶିତ ଢଙ୍ଗରେ ପ୍ରତ୍ୟାବର୍ତ୍ତନ କରୁଛି। ରିପୋର୍ଟ ଅନୁସାରେ ଏହି ରୋଗ ସାଧାରଣତଃ ସାମୁଦ୍ରିକ ଡକାୟତ ଓ ନାବିକମାନଙ୍କ ପାଖରେ ପୂର୍ବରୁ ଦେଖାଯାଉଥିଲା। ଯେଉଁମାନେ ସତେଜ ଖାନ୍ୟ ବିନା ସମୁଦ୍ରରେ ଲମ୍ବା ଯାତ୍ରା କରୁଥିଲେ, ସେମାନଙ୍କ ଶରୀରରେ ସ୍କର୍ଭି ବ୍ୟାପୁଥିଲା। ହେଲେ ବର୍ତ୍ତମାନ ଅନେକ କାରଣରୁ ଏହି ରୋଗ ପୁଣିଥରେ ଫେରୁଥିବା ପଶ୍ଚିମ ଅଷ୍ଟ୍ରେଲିଆ ଓ କାନାଡାର ଡାକ୍ତରମାନେ ଦେଇଥିବା ରିପୋର୍ଟରୁ ଜଣାପଡ଼ିଛି।

Advertisment

ଭିଟାମିନ୍ 'ସି' ଅଭାବରୁ ସୃଷ୍ଟି ସ୍କର୍ଭି ରୋଗ ଦେଖାଯାଏ। ୨୦୦୭ ପରଠାରୁ ହଠାତ ଏହି ରୋଗ ବଢ଼ୁଥିବା ଦେଖିବାକୁ ମିଳୁଛି। ଏହି ରୋଗର ଲକ୍ଷଣ ହେଉଛି ଗଣ୍ଠି ଯନ୍ତ୍ରଣା, ରକ୍ତସ୍ରାବ ଓ ଅତ୍ୟଧିକ ଥକ୍କା ଅନୁଭବ କରିବା। ଯଦିଓ ଏହାକୁ ସହଜରେ ଭିଟାମିନ୍ ଯୁକ୍ତ ସପ୍ଲିମେଣ୍ଟ କିମ୍ବା ଖଟା ଫଳ ସହିତ ଚିକିତ୍ସା କରାଯାଇପାରିବ, ହେଲେ ଏହି ରୋଗ ପୁନର୍ବାର ପ୍ରତ୍ୟାବର୍ତ୍ତନ କରିବା ବଡ଼ ବଡ଼ ଗବେଷକ ଓ ଡାକ୍ତରଙ୍କ ଚିନ୍ତାର କାରଣ ପାଲଟିଛି। 

ପଶ୍ଚିମ ଅଷ୍ଟ୍ରେଲିଆ ଓ କାନାଡାରୁ ଜାରି ରିପୋର୍ଟରେ କୁହାଯାଇଛି ଯେ ସ୍କର୍ଭି ମାମଲା ଏବେ ଅହେତୁକ ଭାବେ ବୃଦ୍ଧି ଘଟୁଛି। ନିକଟରେ ଜଣେ ମଧ୍ୟବୟସ୍କ ପୁରୁଷ ଓ ଜଣେ ୬୫ ବର୍ଷ ବୟସ୍କା ମହିଳାଙ୍କଠାରେ ଏହି ରୋଗର ଚିହ୍ନଟ କରାଯାଇଛି। ଆଧୁନିକ ଯୁଗରେ ସ୍କର୍ଭି ବୃଦ୍ଧି ପାଇଁ ଅନେକ କାରଣ ଦାୟୀ ହୋଇପାରେ।

Advertisment

ଭିଟାମିନ୍ 'ସି' ଯୁକ୍ତ ଖାଦ୍ୟର ଅଭାବ ସହିତ ଖରାପ ଖାଦ୍ୟାଭ୍ୟାସ ହେଉଛି ଏହାର ଦୁଇଟି ମୁଖ୍ୟ କାରଣ। ଏହା ବ୍ୟତୀତ ଓଜନ ହ୍ରାସ କରିବା ପାଇଁ ବ୍ୟବହୃତ ଔଷଧ ଗୁଡ଼ିକ ଶରୀରରେ ପୋଷକ ତତ୍ତ୍ୱର ଅଭାବ ସୃଷ୍ଟି କରିପାରେ, ଏପରି ଏକ ମାମଲା ଡେନମାର୍କରେ ମଧ୍ୟ ଦେଖିବାକୁ ମିଳିଛି। 

ଅଧ୍ୟୟନରୁ ଜଣାପଡିଛି ଯେ ନିକଟ ଅତୀତରେ ସ୍କର୍ଭି ଓ ଅନ୍ୟାନ୍ୟ ପୁଷ୍ଟିକର ଅଭାବ ସହିତ ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ୨୦୧୬ରେ ଆସିଥିବା ସ୍ୱାସ୍ଥ୍ୟ ଓ ସାମାଜିକ ଯତ୍ନ ସୂଚନା କେନ୍ଦ୍ର ତଥ୍ୟ ଅନୁସାରେ ୨୦୦୯ରୁ ୨୦୧୪ ମଧ୍ୟରେ ଡାକ୍ତରଖାନାରେ ସ୍କର୍ଭି ସମ୍ବନ୍ଧୀୟ ରୋଗୀଙ୍କ ସଂଖ୍ୟାରେ ୨୭% ବୃଦ୍ଧି ଘଟିଥିଲା।

ଅନ୍ୟପଟେ NHS ତଥ୍ୟ ଦର୍ଶାଇଛି ଯେ ୨୦୧୦ରୁ ୨୦୧୮ ମଧ୍ୟରେ ସ୍କର୍ଭି ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସଂଖ୍ୟା ୮୨ରୁ ୧୬୭କୁ ବଢ଼ିଥିଲା। ୨୦୧୮-୧୯ରେ କେବଳ ୧୨ ଜଣ ସ୍କର୍ଭି ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଯେତେବେଳେ କି ଅନ୍ୟାନ୍ୟ ପୁଷ୍ଟିକର ଉପାଦାନର ଅଭାବ ପାଇଁ ୫,୧୦୮ ଜଣ ମେଡିକାଲରେ ଭର୍ତ୍ତି ହୋଇଥିଲେ।

ତେବେ 'ଡାଏଟ୍ ଚଏସ' କିମ୍ବା ସପ୍ଲିମେଣ୍ଟ ମାଧ୍ୟମରେ ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍ 'ସି' ଗ୍ରହଣ କରି ଆମେ ସ୍କର୍ଭିକୁ ଅଟକାଇପାରିବା।

Scurvy Scurvy Disease Scurvy Disease Comeback
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe