Advertisment

ମଧୁମେହ ରୋଗୀଙ୍କ ପାଇଁ ଖୁସି ଖବର, ଉପଶମ ଦେବ ଔଷଧୀୟ ଚା'

ମଧୁମେହ ରୋଗୀଙ୍କ ପାଇଁ ଖୁସି ଖବର। ଏଣିକି ରୋଗରୁ ଉପଶମ ଦେବ ଏକ ସ୍ୱତନ୍ତ୍ର ଚା'। ଯାହାକୁ ପିଇଲେ ଆପଣ ଚା’ର ମଜା ଉଠାଇବା ସହ ଏହାର ଔଷଧୀୟ ଗୁଣ ଆପଣଙ୍କ ଶରୀର ପାଇଁ ସାଜିବ ରାମବାଣ।

ଅଦ୍ୟତନ ହୋଇଛି
Herbal Tea

Herbal Tea

Advertisment

ମଧୁମେହ ରୋଗୀଙ୍କ ପାଇଁ ଖୁସି ଖବର। ଏଣିକି ରୋଗରୁ ଉପଶମ ଦେବ ଏକ ସ୍ୱତନ୍ତ୍ର ଚା'। ଯାହାକୁ ପିଇଲେ ଆପଣ ଚା’ର ମଜା ଉଠାଇବା ସହ ଏହାର ଔଷଧୀୟ ଗୁଣ ଆପଣଙ୍କ ଶରୀର ପାଇଁ ସାଜିବ ରାମବାଣ। କେବଳ ମଧୁମେହ ରୋଗ ପାଇଁ ନୁହେଁ ହୃଦରୋଗ ସମେତ କିଡନୀ, ହୃଦରୋଗ ଓ ଗଣ୍ଠିବାତ ସମସ୍ୟା ପାଇଁ ବି ଏହା ହେବ ଲାଭଦାୟକ । ଗନ୍ଧମାର୍ଦ୍ଧନ ପର୍ବତରୁ ସଂଗୃହୀତ ଚେରମୂଳିର ମିଶ୍ରଣରେ ପ୍ରସ୍ତୁତ ହୋଇଛି ଏଭଳି ଔଷଧୀୟ ଚା’ ।

Advertisment

ଏଭଳି ଔଷଧୀୟ ଚା’ ପ୍ରସ୍ତୁତ କରିଛି ସମ୍ବଲପୁର ବିଶ୍ୱବିଦ୍ୟାଳୟ । ବିଶ୍ୱବିଦ୍ୟାଳୟର ଜୈବ ପ୍ରଯୁକ୍ତି ଓ ଜୈବ ସୂଚନା ବିଜ୍ଞାନ ପକ୍ଷରୁ ପ୍ରାୟ ୩୦ ପ୍ରକାର ଔଷଧୀୟ ଚା’ ଉତ୍ପାଦନ କରାଯାଇଛି । ମୂଷାଙ୍କ ଉପରେ ସଫଳ ପ୍ରୟୋଗ ପରେ ଏହାର ବଜାର ପ୍ରବେଶ କରିବାକୁ ଯୋଜନା ରଖିଛନ୍ତି କର୍ତ୍ତୃପକ୍ଷ ।

ଏନେଇ ଷ୍ଟାର୍ଟ ଅପ୍ ସଂସ୍ଥା ଅର୍କିଡ୍ ହର୍ବାଲ ପ୍ରାଇଭେଟ୍ ଲିମିଟେଡ୍ ଚୁକ୍ତି ହୋଇଛି । ଏମଧ୍ୟରେ FSSI, GMO, ISOର ଅନୁମୋଦନ ମିଳିସାରିଛି । ଖୁବଶୀଘ୍ର ଏହି ନୂତନ ଚା' ବଜାରରେ ଉପଲବ୍ଧ ହେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।

Advertisment

ଜୈବ ପ୍ରଯୁକ୍ତି ଓ ଜୈବ ସୁଚନା ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ପ୍ରଦୀପ କୁମାର ନାୟକ କହିଛନ୍ତି, ଗ୍ରୀନ୍‌ ଟି ସହ ଗନ୍ଧମାର୍ଦ୍ଦନର ଜଟିବୁଟିକୁ ମିଶ୍ରଣ କରି ଆମେ ଏହି ଚା’ ପ୍ରସ୍ତୁତ କରୁଛୁ। ଆମେ ୩୦ ପ୍ରକାର ଔଷଧୀୟ ଚା’ ତିଆରି କରୁଛୁ। ଏହା ମଧୁମେହ ସମେତ, କୋଲେଷ୍ଟ୍ରଲ, ଆଣ୍ଠୁଗଣ୍ଠି ବାତ, ଲିଭର ଓ କିଡ଼ନୀ ପାଇଁ ବି ଭଲ ଫଳପ୍ରଦ ହୋଇ ପାରିବ ।

Herbal Teaହର୍ବାଲ ଚା’ରେ ମିଶୁଥିବା ଔଷଧୀୟ ଉପାଦାନ।

ଚା' ଉତ୍ପାଦନ ପାଇଁ ବିଶ୍ୱବିଦ୍ୟାଳୟର ଫୁଡ୍ ସାଇନ୍ସ ବିଭାଗରେ ଆବଶକୀୟ ଯନ୍ତ୍ରପାତି ଓ ପ୍ୟାକିଂ ମେସିନ୍ ଲଗାଯାଇଛି । ଆଗାମୀ ଦିନରେ ୨୭ ପ୍ରକାର ଚା’ ଉତ୍ପାଦନ ହେବାକୁ ଥିବା ବେଳେ ୮ ରୋଗ ପାଇଁ ଏହା ଉପଶମ ଦେବ ।

ଦାର୍ଜିଲିଂ ଓ ଆସାମରୁ ଏନେଇ ଉତ୍ତମ ଗୁଣବତ୍ତା ବିଶିଷ୍ଟ ଚା’ ଅଣାଯାଉଛି । ପରେ ବରଗଡ଼ ପାଇକମାଳସ୍ଥିତ ଗନ୍ଧମାର୍ଦ୍ଦନ ପର୍ବତରୁ ସଂଗୃହୀତ ଚେରମୂଳି ମିଶ୍ରଣ କରାଯାଇ ପ୍ରସ୍ତୁତ ହେଉଛି ଏହି ସ୍ୱତନ୍ତ୍ର ଗର୍ବାଲ ଚା' ।

ହର୍ବାଲ-ଟି ପାଇଁ ସୁଗନ୍ଧିତ ବାସ୍ନା , ଗୁଡମାରୀ , ଅଶ୍ୱଗନ୍ଧା , ପିପଳୀ , କଟୁକୀ, ପୁନଃନର୍ଭା ଆଦି ଜଡ଼ିବୁଟୀ ଗନ୍ଧମାର୍ଦ୍ଦନରୁ ସଂଗୃହୀତ ହେଉଥିବା ବେଳେ. ଉତ୍ତରାଖଣ୍ଡରୁ ସ୍ୱତନ୍ତ୍ର ଗୋଲାପ ଆମଦାନୀ କରାଯାଉଛି ।

Health Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe