Advertisment

ଅଧିକ ଲେମ୍ବୁ ପାଣି ପିଉଛନ୍ତି କି ? ଜାଣି ରଖନ୍ତୁ ସାଇଡ ଇଫେକ୍ଟ

ଖରାରୁ ମୁକ୍ତି ପାଇବାକୁ ଲେମ୍ବୁ ପାଣି ପିଇବାକୁ ଚାହୁଁଥିଲେ ଜଗି ରଖି ଏହାର ସେବନ କରନ୍ତୁ, ନ ହେଲେ ଭୋଗିବେ ଯନ୍ତ୍ରଣା ।

Lemon Water

Lemon Water

Advertisment

ଲେମ୍ବୁ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ହିତକର। ଖରା ଦିନେ ତ ଏହା ଅମୃତ ସମାନ। ମାତ୍ର ଜାଣିଛନ୍ତି କି ଏହାର ଅତ୍ୟଧିକ ସେବନ ଘାତକ ସାବ୍ୟସ୍ତ ହୋଇପାରେ । ଆପଣ ବିଭିନ୍ନ ରୋଗରେ ପୀଡ଼ିତ ହୋଇ ପାରନ୍ତି। ତେଣୁ ଖରାରୁ ମୁକ୍ତି ପାଇବାକୁ ଲେମ୍ବୁ ପାଣି ପିଇବାକୁ ଚାହୁଁଥିଲେ ଜଗି ରଖି ଏହାର ସେବନ କରନ୍ତୁ, ନ ହେଲେ ଭୋଗିବେ ଯନ୍ତ୍ରଣା ।

Advertisment

ଅଧିକ ଲେମ୍ବୁ ପାଣି ପିଇବା ଦ୍ୱାରା ଡିହାଇଡ୍ରେସନ ସମସ୍ୟା ବଢ଼ିପାରେ। କାରଣ ଆପଣଙ୍କ ଶରୀରରେ ଥିବା ପାଣିର ଅଧିକ ମାତ୍ରା ପରିସ୍ରା ଆକାରରେ ବାହାରି ଯାଇଥାଏ। ତେଣୁ ଶରୀରରେ ପାଣିର ଅଭାବ ପରିଲକ୍ଷିତ ହୋଇଥାଏ। ଏଥିଯୋଗୁ ଆପଣ କ୍ଲାନ୍ତ ଅନୁଭବ କରି ପାରନ୍ତି।

ଅତ୍ୟଧିକ ଲେମ୍ବୁ ପାଣି ପିଇଲେ ଆପଣଙ୍କ ଗଳା ଦରଜ ହୋଇପାରେ। ଟନସିଲ ବଢ଼ିପାରେ, କାଶ ଆରମ୍ଭ ହୋଇପାରେ।

Advertisment

ଏଥିଯୋଗୁ ଆପଣଙ୍କ ଦାନ୍ତ ସମସ୍ୟା ମଧ୍ୟ ଆରମ୍ଭ ହୋଇପାରେ। ଲେମ୍ବୁରେ ଥିବା ଏସିଡ ଯୋଗୁ ଦାନ୍ତ କ୍ଷୟ ହେବା ସହ ପ୍ରବଳ ଯନ୍ତ୍ରଣା ହୋଇପାରେ । ଏପରିକି ଥଣ୍ଡା କିମ୍ବା ଗରମ ଜିନିଷ ଖାଇଲେ ଆପରଙ୍କ ଦାନ୍ତ ଝିମଝିମ ହୋଇପାରେ।

ଲେମ୍ବୁରେ Oxalate ନାମକ ତତ୍ତ୍ୱ ଅଧିକ ପରିମାରଣ ଥିବାରୁ ଅତ୍ୟଧିକ ଲେମ୍ବୁ ପାଣି ପିଇଲେ କିଡନୀ ଷ୍ଟୋନ୍‌ ହେବାର ଆଶଙ୍କା ରହିଛି। କେବଳ ସେତିକି ନୁହେଁ ଏଥିଯୋଗୁ ଆପଣଙ୍କ ହାଡ଼ ଉପରେ ବି ଏହାର ନକରାତ୍ମକ ପ୍ରଭାବ ପଡ଼ିପାର। କାରଣ ଅତ୍ୟଧିକ ଲେମ୍ବୁ ପାଣି ପିଇଲେ ହାଡ଼ରେ ଥିବା କ୍ୟାଲସିୟମ ଦ୍ରୁତ ଗତିରେ କ୍ଷୟ ହୋଇଥାଏ। ଏପରିକି ଆପଣଙ୍କ ଆଣ୍ଠୁ ଗଣ୍ଠିରେ ବି ଯନ୍ତ୍ରଣା ବଢ଼ିପାରେ।

ସବେବେଳେ କୌଣସି ଜିନିଷର ଅତ୍ୟଧିକ ବ୍ୟବହାର ଖରାପ । ତେଣୁ ଆବଶ୍ୟକ ସ୍ଥଳରେ ଜଗି ରଖି ଲେମ୍ବୁ ପାଣି ପିଅନ୍ତୁ।

Health
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe