Advertisment

ସାବଧାନ! ରାତିରେ ଭାତ ଖାଇଲେ ଏହି ସବୁ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ

ରାତିରେ ଭାତ ଖାଇବା ଦ୍ୱାରା କେଉଁମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଗମ୍ଭୀର ହୋଇଯାଏ, ଜାଣନ୍ତୁ...

author-image
Debibandita Barick
Rice

Rice

ଭାତ ଆମ ଦୈନନ୍ଦିନ ଖାଦ୍ୟ ତାଲିକାର ଏକ ପ୍ରମୁଖ ଉପାଦାନ। ଅଧିକାଂଶ ଲୋକ ଗୋଟିଏ ଦିନରେ ଏକାଧିକ ଥର ଭାତ ଖାଇଥାନ୍ତି। କିନ୍ତୁ ଜାଣନ୍ତି କି ରାତିରେ ଭାତ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ? ଭାତ ଖାଇବା ଦ୍ୱାରା ମେଦବହୁଳତା ବୃଦ୍ଧିପାଏ ବୋଲି ଜାଣିଥିବେ, କିନ୍ତୁ ଏହି କାରଣରୁ ଅନ୍ୟ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ହୋଇପାରେ। କେଉଁମାନେ ରାତିରେ ଭାତ ଖାଇବା ଅନୁଚିତ୍, ଜାଣନ୍ତୁ... 

Advertisment

ମେଦବହୁଳତା ବୃଦ୍ଧି ହେବାର ଆଶଙ୍କା
ରାତିରେ ଭାତ ଖାଇବା ଦ୍ୱାରା ଓଜନ ବୃଦ୍ଧି ହେବାର ଆଶଙ୍କା ବଢିପାରେ। ଚାଉଳରେ କାର୍ବୋହାଇଡ୍ରେଟ୍ ଅଧିକ ଥାଏ, ଯାହା ଶରୀରରେ ଚର୍ବି ବୃଦ୍ଧି କରିପାରେ। ଯଦି ଓଜନ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି, ତେବେ ରାତ୍ରି ଭୋଜନରେ ଭାତ ଖାଇବାଠୁ ଦୂରେଇ ରୁହନ୍ତୁ।

ମଧୁମେହ ରୋଗୀ
ମଧୁମେହ ରୋଗୀ ରାତିରେ ଆଦୌ ଭାତ ଖାଇବା କଥା ନୁହେଁ। କାରଣ ଏଥିରେ ଶର୍କରା ଥାଏ। ଚାଉଳରେ ଉଚ୍ଚ ଗ୍ଲାଇସେମିକ୍ ଇଣ୍ଡେକ୍ସ ଥିବାରୁ ଏହା ରକ୍ତରେ ଶର୍କରା ସ୍ତରକୁ ଶୀଘ୍ର ବଢାଇପାରେ। ଏପରି ହେଲେ ମଧୁମେହ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ବିଗିଡ଼ି ଯାଇପାରେ। 

Advertisment

ହଜମ ପ୍ରକ୍ରିୟା ସମସ୍ୟା
ଯେଉଁମାନଙ୍କର ହଜମ ପ୍ରକ୍ରିୟାରେ ସମସ୍ୟା ଥିବ, ସେମାନେ ରାତିରେ ଭାରତ ଖାଆନ୍ତୁ ନାହିଁ। କାରଣ ଭାତ ହଜମ ହେବାକୁ ଅଧିକ ସମୟ ନେଉଥିବା ବେଳେ ରାତିରେ ହଜମ ପ୍ରକ୍ରିୟା ମନ୍ଥର ହୋଇଯାଏ। ଏପରି ସମସ୍ୟା ଥିବା ଲୋକେ ଯଦି ରାତିରେ ଭାତ ଖାଆନ୍ତି ତେବେ, ସେମାନଙ୍କର କୋଷ୍ଠକାଠିନ୍ୟ, ଅମ୍ଳତା ଏବଂ ଅନ୍ୟାନ୍ୟ ହଜମ ସମସ୍ୟା ହୋଇପାରେ।

ଆର୍ଥ୍ରାଇଟିସ୍ ରୋଗୀ 
ଆର୍ଥ୍ରାଇଟିସ୍ ରୋଗୀ ରାତିରେ ଭାତ ଖାଇବା ଅନୁଚିତ। ଚାଉଳରେ ଏପରି ଉପାଦାନ ଥାଏ ଯାହା ଶରୀରରେ ପ୍ରଦାହକୁ ବଢାଇପାରେ, ଫଳରେ ଆର୍ଥ୍ରାଇଟିସ ରୋଗୀଙ୍କ ଯନ୍ତ୍ରଣା ବଢିଯାଇଥାଏ।

ଶୋଇବା ସମ୍ବନ୍ଧୀୟ ସମସ୍ୟା 
ଭାତ ଖାଇବା ଦ୍ୱାରା ଶରୀରରେ ଟ୍ରାଇପ୍ଟୋଫାନର ପରିମାଣ ବଢିଯାଏ, ଯାହା ଶୋଇବାରେ ସାହାଯ୍ୟ କରିଥାଏ। ତଥାପି, ଏହା କିଛି ଲୋକଙ୍କଠାରେ ସମସ୍ୟା ସୃଷ୍ଟି କରିପାରେ ଏବଂ ସେମାନଙ୍କର ଶୋଇବା ଗୁଣ ଉପରେ ପ୍ରଭାବ ପକାଇପାରେ। ଯଦି ଶୋଇବା ସମସ୍ୟା ଅଛି, ତେବେ ରାତିରେ ଭାତ ଖାଇବାଠାରୁ ଦୂରେଇ ରୁହନ୍ତୁ।

ରାତିରେ କଣ ଖାଇପାରିବେ
ରାତିରେ ଚାଉଳ ବଦଳରେ ଶସ୍ୟଜାତୀୟ ଖାଦ୍ୟ, ଓଟ୍ସ କିମ୍ବା ଅନ୍ୟାନ୍ୟ ହାଲୁକା ଏବଂ ପୁଷ୍ଟିକର ଖାଦ୍ୟ ଖାଇପାରିବେ। ଏହା କେବଳ ହଜମ କରିବାରେ ସାହାଯ୍ୟ କରିବ ନାହିଁ, ବରଂ ସ୍ୱାସ୍ଥ୍ୟକୁ ମଧ୍ୟ ଭଲ ରଖିବ।

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଖାଦ୍ୟ ଗ୍ରହଣ ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ। 

Health Tips Rice Side Effect Rice For Health