Advertisment

ଏସିଡ୍ ରିଫ୍ଲକ୍ସ କଣ, କାହିଁକି ହୁଏ ଏହି ସମସ୍ୟା?

ଛାତିରେ ଜ୍ୱଳନ, ପେଟରେ ଦରଜ, ଆମ୍ୱିଳା ହେକୁଡ଼ି ଆଦି ଏସିଡ୍ ରିଫ୍ଲକ୍ସର ଲକ୍ଷଣ।

author-image
Debibandita Barick
ଅଦ୍ୟତନ ହୋଇଛି
Acid Reflux

Acid Reflux

ଛାତିରେ ଜ୍ୱଳନ କିମ୍ବା ପେଟରେ ଦରଜ ଅନୁଭବ କରୁଛନ୍ତି କି? ଯଦି ହଁ, ତେବେ ହୁଏତ ଏସିଡ୍ ରିଫ୍ଲକ୍ସର ଶିକାର ହୋଇଥାଇ ପାରନ୍ତି। ଏହା ଏକ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା। କିନ୍ତୁ ସବୁବେଳେ ଏପରି ଲକ୍ଷଣ ଦେଖା ଦେବା ସ୍ୱାସ୍ଥ୍ୟ ପାଇଁ ହାନୀକାରକ। ତେଣୁ ଏସିଡ୍ ରିଫ୍ଲକ୍ସ ସମସ୍ୟା କାହିଁକି ହୁଏ ଏବଂ କିପରି ଏଥିରୁ ରକ୍ଷା ପାଇବେ, ଜାଣନ୍ତୁ... 

Advertisment

ଏସିଡ୍ ରିଫ୍ଲକ୍ସ କାହିଁକି ହୁଏ?
ଆମ ପେଟରେ କିଛି ଏସିଡ୍ ଉତ୍ପନ୍ନ ହୁଏ, ଯାହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ। ଯେତେବେଳେ ଏହି ଏସିଡ୍ ପେଟରୁ ବାହାରି ଏସୋଫ୍ୟାଗସ୍ ଅର୍ଥାତ୍ ଖାଦ୍ୟ ନଳୀ ଭିତରକୁ ଯାଏ, ତାକୁ ଏସିଡ୍ ରିଫ୍ଲକ୍ସ କୁହାଯାଏ। ଏହି କାରଣରୁ ଛାତିରେ ଜ୍ୱଳନ, ପେଟ ଯନ୍ତ୍ରଣା, ଆମ୍ୱିଳା ହେକୁଡ଼ି, ବାନ୍ତି, ମୁଣ୍ଡବିନ୍ଧା ଏବଂ ନିଶ୍ୱାସ ନେବାରେ ଅସୁବିଧା ଆଦି ହୋଇଥାଏ।

ଏସିଡ୍ ରିଫ୍ଲକ୍ସକୁ କିପରି ରୋକିବେ?

  • ଅତ୍ୟଧିକ ତେଲ ଏବଂ ମସଲା ଯୁକ୍ତ ଖାଦ୍ୟ ଏସିଡ୍ ରିଫ୍ଲକ୍ସର ମୁଖ୍ୟ କାରଣ। ତେଣୁ ଏସବୁ ଖାଦ୍ୟଠୁ ଦୂରେଇ ରୁହନ୍ତୁ।
  • ଅଧିକ ଖାଇବା ଦ୍ୱାରା ମଧ୍ୟ ଏସିଡ୍ ରିଫ୍ଲକ୍ସ ସମସ୍ୟା ହୋଇପାରେ। ତେଣୁ ଆବଶ୍ୟକତାଠାରୁ ଅଧିକ ଖାଆନ୍ତୁ ନାହିଁ। ଖାଦ୍ୟକୁ ଭଲ ଭାବେ ଚୋବାଇ ଚୋବାଇ ଖାଆନ୍ତୁ।
  • ଖାଇବା ପରେ ତୁରନ୍ତ ଶୋଇବା ଉଚିତ୍ ନୁହେଁ। ଏହା ଏସିଡ୍ ରିଫ୍ଲକ୍ସ ସୃଷ୍ଟି କରିପାରେ। ତେଣୁ ଖାଇବା ପରେ ବସିବା କିମ୍ବା ଚାଲିବା ଏକ ଭଲ ବିକଳ୍ପ। ଖାଇବାର କିଛି ସମୟ ପରେ ଶୋଇବା ଭଲ।
  • ଚାପ କାରଣରୁ ମଧ୍ୟ ଏସିଡ୍ ରିଫ୍ଲକ୍ସ ହୋଇପାରେ। ତେଣୁ ଅଧିକ ଚାପ ନିଅନ୍ତୁ ନାହିଁ। ଏଥିରୁ ଦୂରେଇ ରହିବା ପାଇଁ ଯୋଗ କିମ୍ବା ଧ୍ୟାନ ଅଭ୍ୟାସ କରନ୍ତୁ।
  • ଦୈନିକ ବ୍ୟାୟାମ କରିବା ମଧ୍ୟ ଏସିଡ୍ ରିଫ୍ଲକ୍ସର ସମସ୍ୟାକୁ ରୋକିବାରେ ସାହାଯ୍ୟ କରିଥାଏ।
  • ଧୂମପାନ ଏବଂ ମଦ୍ୟପାନ କରିବା ଦ୍ୱାରା ଏସିଡ୍ ରିଫ୍ଲକ୍ସ ହୋଇପାରେ। ତେଣୁ ଏପରି ଅଭ୍ୟାସ ଥିରେ ଦୂରେଇବାକୁ ଚେଷ୍ଟା କରନ୍ତୁ।
  • ଶୋଇବା ସମୟରେ ମୁଣ୍ଡକୁ ଟିକିଏ ଉଚ୍ଚରେ ରଖନ୍ତୁ। ନରମ ତକିଆ ବ୍ୟବହାର କରନ୍ତୁ। ଏହା ଏସିଡ୍ ରିଫ୍ଲକ୍ସର ସମସ୍ୟାକୁ ହ୍ରାସ କରିପାରିବ, କାରଣ ଏସିଡ୍ ସହଜରେ ଏସୋଫ୍ୟାଗସରେ ପ୍ରବେଶ କରିପାରିବ ନାହିଁ।
Advertisment

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଖାଦ୍ୟ ଗ୍ରହଣ ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। 

Health Tips Diet Tips Acid Reflux Acidity Acid Reflux Signs Acid Reflux Prevention