Advertisment

ଧୀର ଖାଇବା ଭଲ ନା ଶୀଘ୍ର ଖାଇବା?

ଖାଇବା ଶୈଳୀର ଅର୍ଥ ଧୀରେ ଧୀରେ ଚୋବାଇ ଚୋବାଇ ଖାଇବା ଏବଂ ଶୀଘ୍ର ଗିଳିଦେବା।

A girl showing watch & water glass

A girl showing watch & water glass

Advertisment

କ'ଣ ଖାଇବାଠାରୁ କେମିତି ଖାଇବା ଅଧିକ ଗୁରୁତ୍ୱ ବହନ କରେ। କାରଣ ଆମେ ଖାଉଥିବା ଖାଦ୍ୟ ସ୍ୱାସ୍ଥ୍ୟ ଉପରେ କିପରି ପ୍ରଭାବ ପକାଇବ ତାହା ଆମର ଖାଇବା ଶୈଳୀ ଉପରେ ନିର୍ଭର କରେ। ଖାଇବା ଶୈଳୀର ଅର୍ଥ ଧୀରେ ଧୀରେ ଚୋବାଇ ଚୋବାଇ ଖାଇବା ଏବଂ ଶୀଘ୍ର ଗିଳିଦେବା।

Advertisment

ଅନେକ ଲୋକ କାର୍ଯ୍ୟ ବ୍ୟସ୍ତତା କାରଣରୁ ଖୁବ୍ କମ୍ ସମୟରେ ଖାଇଦେଇ ଉଠି ପଳାନ୍ତି। ବାସ୍ତବରେ ଏହି ଅଭ୍ୟାସ ସ୍ୱାସ୍ଥ୍ୟ ଉପରେ କିପ୍ରଭାବ ପକାଏ ଏବଂ ଚୋବାଇ ଚୋବାଇ ଧୀରେ ଧୀରେ ଖାଉଥିବା ଲୋକେ କି ଫାଇଦା ପଆନ୍ତି, ଜାଣନ୍ତୁ...

ଶୀଘ୍ର ଖାଇଲେ କଣ ହୁଏ?
ଶୀଘ୍ର ଖାଇବାର ଫଳ ସ୍ୱରୂପ ଅଧିକ କ୍ୟାଲୋରୀ ଗ୍ରହଣ କରିବା। କାରଣ ଶୀଘ୍ର ଖାଉଥିବା ଲୋକଙ୍କୁ ଖାଇବା ପରି ଲାଗେନି, ସେମାନଙ୍କୁ ଖାଇବାର କିଛି ସମୟ ପରେ ପୁଣି ଭୋକ ଲାଗେ, ଯାହା ଫଳରେ ଅଧିକ ଖାଇବାକୁ ଇଚ୍ଛାହୁଏ। ତେଣୁ ସେମାନେ ଅଧିକ କ୍ୟାଲୋରୀ ଗ୍ରହଣ କରନ୍ତି। ଅଧିକ କ୍ୟାଲୋରୀର ଅର୍ଥ ଶରୀରର ଓଜନ ବୃଦ୍ଧି ପାଇବା।

Advertisment

ଅନୁସନ୍ଧାନରୁ ଜଣାପଡିଛି ଯେ, ଲୋକଙ୍କ ଖାଇବା ବେଗ ଉପରେ ସେମାନଙ୍କ ରକ୍ତରେ ଶର୍କରା, ଟାଇପ୍-୨ ଡାଇବେଟିସ ଏବଂ ମୋଟାପଣ ନିର୍ଭର କରେ। ମୋଟାପଣ ଜେନେଟିକ୍ସ, ବୟସ, ଶାରୀରିକ କାର୍ଯ୍ୟକଳାପ, ଧୂମପାନ ଏବଂ ଖାଦ୍ୟ ଭଳି ଅନେକ କାରଣରୁ ହେଉଥିଲେ ମଧ୍ୟ ଖାଇବା ବେଗ ଏହାର ଆଉ ଏକ କାରଣ ହୋଇପାରେ।

ରକ୍ତରେ ଶର୍କରା ବୃଦ୍ଧି 
ବିଜ୍ଞାନଗତ ମତ ଅନୁସାରେ, ଶୀଘ୍ର ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ଶୀଘ୍ର ବୃଦ୍ଧି ପାଇଥାଏ। ଏହାର ଅର୍ଥ ଟାଇପ୍-୨ ଡାଇବେଟିସ୍ ଓ ମେଦବହୁଳତା ହୋଇପାରେ। କିନ୍ତୁ ଶୀଘ୍ର ଶୀଘ୍ର ଖାଇବା ସିଧାସଳଖ ଏସବୁ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାର ସେପରି କୌଣସି ପ୍ରମାଣ ନାହିଁ। କିନ୍ତୁ ଏହା ରକ୍ତରେ ଶର୍କାର ବୃଦ୍ଧି ପାଇଁ ଦାୟୀ ହୋଇପାରେ। 

ଧୀରେ ଧୀରେ ଖାଇବାର ଉପକାରିତା 
ଧୀର ଖାଇବା ଦ୍ୱାରା ଅନେକ ଲାଭ ହୋଇଥାଏ। ଏହା ଅତ୍ୟଧିକ ଖାଦ୍ୟପେୟକୁ ରୋକିବାରେ, ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାରେ, ଓଜନ ବୃଦ୍ଧିକୁ ରୋକିବାରେ ଏବଂ ପେଟରେ ଥିବା ସମସ୍ୟାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଧୀର ଖାଇବା ଦ୍ୱାରା ଖାଦ୍ୟକୁ ନେଇ ଏକ ଭଲ ଅନୁଭବ ହୋଇପାରେ। ଏହା ଏକ ସକରାତ୍ମକ ପ୍ରଭାବ ପକାଇପାରେ।

ବିଜ୍ଞାନ ଏବଂ ଭାରତୀୟ ଶାସ୍ତ୍ର ଉଭୟ ଧୀର ଖାଇବାକୁ ଉପଯୁକ୍ତ ଦର୍ଶାଇଛନ୍ତି। କାରଣ ବିଜ୍ଞାନ ଅନୁସାରେ, ମଣିଷର ହଜମ ପ୍ରକ୍ରିୟା ପାଟିରୁ ହିଁ ଆରମ୍ଭ ହୁଏ। ତେଣୁ ଚୋବାଇ ଚୋବାଇ ଖାଇବା ଦ୍ୱାରା ଭଲ ହଜମ ହୋଇଥାଏ। ସେହିପରି ଖାଇବାକୁ ଗିଳିବା ପୂର୍ବରୁ ୩୨ ଥର ଚୋବାଇବାକୁ ଭାରତୀୟ ଶାସ୍ତ୍ର ପରାମର୍ଶ ଦେଇଛି।  

Health Tips Slow Eating Fast Eating Slow Eating Vs Fast Eating
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe