Advertisment

ଅନୁଗୁଳରେ ଦୁଇ ଶିଶୁଙ୍କୁ ଜାପାନୀ ଜ୍ୱର ! ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗ ଟିମ୍‌

ଅନୁଗୁଳ ଜିଲ୍ଲାରେ ୨ ଶିଶୁ ଜାପାନିଜ ଏନସେଫାଲାଇଟସ୍ ରୋଗରେ ଆକ୍ରାନ୍ତ ହୋଇଥିବା ସନ୍ଦେହ ସୃଷ୍ଟି ହୋଇଛି। ଏହାପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଯାଇଛି ।

ଅଦ୍ୟତନ ହୋଇଛି
japanese encephalitis

japanese encephalitis

Advertisment

ଡିପଥେରିଆ ଯୋଗୁ ଛାନିଆ ହୋଇ ପଡ଼ିଥିବା ରାଜ୍ୟବାସୀଙ୍କୁ ପୁଣି ଥରେ ଘାରିଲାଣି ଜାପାନୀ ଜ୍ୱର। ଏନସେଫାଲାଇଟସ୍ ଡର। ଅନୁଗୁଳ ଜିଲ୍ଲାରେ ୨ ଶିଶୁ ଜାପାନିଜ ଏନସେଫାଲାଇଟସ୍ ରୋଗରେ ଆକ୍ରାନ୍ତ ହୋଇଥିବା ସନ୍ଦେହ ସୃଷ୍ଟି ହୋଇଛି। ଏହାପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଯାଇଛି । ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଭୁବନେଶ୍ୱରରୁ ଅନୁଗୁଳ ଗସ୍ତ କରିଛନ୍ତି ।

Advertisment

ଅନୁଗୁଳ ଜିଲ୍ଲାର କୋଶଳା ଓ ବନ୍ତଳା ଅଞ୍ଚଳର ଦୁଇ ଶିଶୁ ଜ୍ୱରରେ ପୀଡ଼ିତ ହୋଇଥିଲେ। ବହୁ ଚିକିତ୍ସା ପରେ ସୁସ୍ଥ ନ ହେବାରୁ ସେମାନଙ୍କ ରକ୍ତ ନମୁନା ଭୁବନେଶ୍ୱର ପଠାଯାଇଥିଲା। ଏହାପରେ ସେଠାରୁ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍‌ ଅନୁଗୁଳ ଆସିଥିବା ଜଣାଯାଇଛି। ସେମାନେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସେଠାରୁ ସେମାନେ ମ୍ୟାଲେରିଆଠାରୁ ଆରମ୍ଭ କରି ଜାପାନିଜ୍ ଏନସେଫାଲାଇଟିସ୍ ସମ୍ପର୍କରେ ତଥ୍ୟ ହାସଲ କରିବେ । ଖୋଳତାଡ଼ କରିବା ପରେ ଏହାର ମୁକାବିଲା ନେଇ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ହେବ । ତେବେ ଦୁଇ ଶିଶୁ ଜାପାନୀ ଜ୍ୱରରେ ପୀଡ଼ିତ ହୋଇଛନ୍ତି କି ନାହିଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହା  ସ୍ପଷ୍ଟ କରାଯାଇ ନାହିଁ। 

Advertisment

ଗତ କିଛି ବର୍ଷ ପୂର୍ବେ ରାଜ୍ୟରେ ମାଲକାନଗିରିରେ ଜାପାନିଜ୍ ଏନସେଫାଲାଇଟସ୍ ଆତଙ୍କ ସୃଷ୍ଟି କରିଥିଲା । ସେଠାରେ ଅନେକ ଶିଶୁଙ୍କ ମୃତ୍ୟୁ ହୋଇଥିଲା । ଏହାବ୍ୟତୀତ ଶତାଧିକ ଏଥିରେ ଆକ୍ରାନ୍ତ ହୋଇଥିଲେ।

ପରବର୍ତ୍ତୀ ଅବସ୍ଥାରେ ଆରଏମ୍‌ଆର୍‌ସି ପକ୍ଷରୁ ଏହାର କାରଣ ଖୋଜା ଯାଇଥିଲା । ଘୁଷୁରୀ ପାଇଁ ଏହି ରୋଗରେ ଶିଶୁମାନେ ପୀଡ଼ିତ ହେଉଥିବା ଜଣା ପଡ଼ିଥିଲା। ଏହାକୁ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ପକ୍ଷରୁ ନଜର ରଖାଯାଇଥିବା CDMO ସୂଚନା ଦେଇଛନ୍ତି ।

ଏନେଇ ସେ କହିଛନ୍ତି, ଦୁଇ ପିଲାଙ୍କ ଶରୀରରେ ଜାପାନିଜ୍ ଏନସେଫାଲାଇଟସ୍ ଭୁତାଣୁ ଥିବା ସନ୍ଦେହ ସୃଷ୍ଟି ହୋଇଛି। ଏନେଇ କିଛି ସ୍ପଷ୍ଟ ସୂଚନା ମିଳିନି। ଏଥିନିମନ୍ତେ ଭୁବନେଶ୍ୱରରୁ ଏକ ଟିମ୍‌ ଅନୁଗୁଳ ଆସିଛନ୍ତି। ସେମାନେ ପାରିପାର୍ଶ୍ୱକ ସ୍ଥିତିର ଅନୂଧ୍ୟାନ କରିଛନ୍ତି।

Angul
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe