Advertisment

ଛିଙ୍କକୁ ଅଟକାନ୍ତୁ ନାହିଁ, ଆଣିପାରେ ଏହି ବିପଦ

ଛିଙ୍କକୁ ରୋକିବାକୁ ଚେଷ୍ଟା କଲେ ଏହା ବିପଜ୍ଜନକ ହୋଇପାରେ। ଏପରିକି ଜୀବନ ବି ଚାଲି ଯାଇପାରେ। ଛିଙ୍କ ରୋକିବାକୁ ଚେଷ୍ଟା କରି ଜଣେ ବ୍ୟକ୍ତିଙ୍କ ଶ୍ୱାସ ନଳୀରେ କଣା ହୋଇଯାଇଥିଲା। ଏହା ଏବେ ସ୍ୱାସ୍ଥ୍ୟ ବିଜ୍ଞାନ କ୍ଷେତ୍ରରେ ଚର୍ଚ୍ଚାର ବିଷୟ ପାଲଟିଛି।

author-image
Biswajit Samal
ଅଦ୍ୟତନ ହୋଇଛି
ଛିଙ୍କକୁ ଅଟକାନ୍ତୁ ନାହିଁ

ଛିଙ୍କକୁ ଅଟକାନ୍ତୁ ନାହିଁ

ଯଦି ଛିଙ୍କ ଆସୁଛି। ତେବେ ଏହାକୁ ଅଟକାନ୍ତୁ ନାହିଁ। ଛିଙ୍କକୁ ରୋକିବାକୁ ଚେଷ୍ଟା କଲେ ଏହା ବିପଜ୍ଜନକ ହୋଇପାରେ। ଏପରିକି ଜୀବନ ବି ଚାଲି ଯାଇପାରେ। ଛିଙ୍କ ରୋକିବାକୁ ଚେଷ୍ଟା କରି ଜଣେ ବ୍ୟକ୍ତିଙ୍କ ଶ୍ୱାସ ନଳୀରେ କଣା ହୋଇଯାଇଥିଲା। ଏହା ଏବେ ସ୍ୱାସ୍ଥ୍ୟ ବିଜ୍ଞାନ କ୍ଷେତ୍ରରେ ଚର୍ଚ୍ଚାର ବିଷୟ ପାଲଟିଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ବିଶେଷଜ୍ଞମାନେ ଏହାକୁ ଏକ ଦୁର୍ଲଭ ତଥା ପ୍ରଥମ ଘଟଣା ଭାବେ ଅଭିହିତ କରିଛନ୍ତି।

Advertisment

ଲାଇଭ୍ ସାଇନ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ, ପୀଡ଼ିତ ବ୍ୟକ୍ତି ଜଣକ ଏକ କାରରେ ଯାଉଥିବା ବେଳେ ତାଙ୍କୁ ଜ୍ୱର ହୋଇଥିଲା। ପରେ ପରେ ତାଙ୍କୁ ବାରମ୍ବାର ଛିଙ୍କ ଆସିଥିଲା। ତେବେ ଛିଙ୍କକୁ ଅଟକାଇବା ଲାଗି ସେ ନିଜର ନାକ ତଳେ ଆଙ୍ଗୁଠି ରଖିବା ସହ ମୁହଁକୁ ବନ୍ଦ କରିଦେଇଥିଲେ। ଫଳରେ ଛିଙ୍କ ଆସିଲା ବେଳେ ମୁହଁରେ ପ୍ରବଳ ଚାପ ସୃଷ୍ଟି ହୋଇ ଏହାର କୁପ୍ରଭାବ ଶ୍ୱାସ ନଳୀରେ ପଡ଼ିଥିଲା। ଆଉ ଶ୍ୱାସ ନଳୀରେ ୨ ମିଲିମିଟରର କଣା ହୋଇଯାଇଥିଲା।

ତେବେ ଉକ୍ତ ବ୍ୟକ୍ତିଙ୍କ ବେକ ଦୁଇ ପଟରୁ ଫୁଲିଯିବା ସହ ପ୍ରବଳ ଯନ୍ତ୍ରଣା ଅନୁଭବ କରିବାରୁ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଆଉ ସେଠାରେ ବିଭିନ୍ନ ପରୀକ୍ଷା ପରେ ତାଙ୍କ ଶ୍ୱାସ ନଳୀରେ କଣା ହୋଇଥିବା ସ୍ପଷ୍ଟ ହୋଇଥିଲା। ଏହା ସତ୍ତ୍ୱେ ରୋଗୀ ଜଣକ ଆରାମରେ ନି ଶ୍ୱାସ ପ୍ରଶାସ ନେଇ ପାରିବା ସହ କଥା ମଧ୍ୟ ହୋଇପାରୁଥିଲେ। ଯଦିଓ ତାଙ୍କର କୌଣସି ଅସ୍ତ୍ରୋପଚାର କରାଯାଇ ନ ଥିଲା ଦୁଇ ଦିନ ଧରି ତାଙ୍କୁ ମେଡ଼ିକାଲ ଅବର୍ଜରଭେସନରେ ରଖାଯାଇଥିଲା। ୫ ସପ୍ତାହ ପରେ ସେ ସମ୍ପୂର୍ଣ୍ଣ ଭଲ ହୋଇଯାଇଥିଲେ।

Advertisment
Health Odia Health Tips