Advertisment

ମଲ୍‌ଟିଭିଟାମିନ୍‌କୁ ନେଇ ଆସିଲା ବଡ଼ ଖବର, ଜାଣନ୍ତୁ ଗବେଷଣାରୁ କ’ଣ ଜଣାପଡ଼ିଛି

ମଲ୍‌ଟିଭିଟାମିନ୍‌ର ଉପାଦେୟତା ସଂପର୍କରେ ଜାଣିବା ପାଇଁ ପ୍ରାୟ ୪ ଲକ୍ଷଙ୍କୁ ନେଇ କରାଯାଇଥିଲା ଗବେଷଣା।

Multivitamin

Multivitamin

Advertisment

ପ୍ରତିଦିନ ମଲ୍‌ଟିଭିଟାମିନ୍ ଖାଇଲେ କେହି ଦୀର୍ଘାୟୁ ହେବେ ନାହିଁ। ବରଂ ଏହା ଶୀଘ୍ର ମୃତ୍ୟୁ ଘଟିବାର ଆଶଙ୍କାକୁ ବଢ଼ାଇ ଦେଇପାରେ। ଏକ ବଡ଼ ଗବେଷଣାରୁ ଏହା ଜଣାପଡ଼ିଛି। ଆମେରିକାର ମେରୀଲ୍ୟାଣ୍ଡ ସ୍ଥିତ ନ୍ୟାଶନାଲ କ୍ୟାନସର ଇନ୍‌ଷ୍ଟିଚ୍ୟୁଟ୍ ପକ୍ଷରୁ ଏହି ଗବେଷଣା କରାଯାଇଥିଲା। 

Advertisment

୩ ଲକ୍ଷ ୯୦ ହଜାର ୧୨୪ ଜଣ ସୁସ୍ଥ ପ୍ରାପ୍ତ ବୟସ୍କ ଆମେରିକୀୟଙ୍କୁ ନେଇ ଏହି ଗବେଷଣା କରାଯାଇଥିଲା। ସେମାନଙ୍କ ମଧ୍ୟରୁ କେହି ବଡ଼ଧରଣର ଦୀର୍ଘସ୍ଥାୟୀ ରୋଗରେ ପୀଡ଼ିତ ନଥିଲେ। ୨୦ରୁ ଅଧିକ ବର୍ଷ ଧରି ସେମାନଙ୍କ ଉପରେ ନଜର ରଖାଯାଇଥିଲା। ପ୍ରତିଦିନ ମଲ୍‌ଟିଭିଟାମିନ୍ ଖାଇଲେ ମୃତ୍ୟୁ ଆଶଙ୍କା ହ୍ରାସ ପାଏ ବୋଲି ଏହି ଗବେଷଣାରୁ ଗବେଷକମାନେ କୌଣସି ପ୍ରମାଣ ପାଇ ନଥିଲେ। ଓଲଟି ପ୍ରତ୍ୟେକ ଦିନ ମଲ୍‌ଟିଭିଟାମିନ ଖାଉଥିବା ଲୋକଙ୍କ ମୃତ୍ୟୁ ଆଶଙ୍କା ୪% ଅଧିକ ଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି। ତେଣୁ ଗବେଷକମାନେ ଏଥିରେ ଉପନୀତ ହୋଇଥିଲେ ଯେ ଦୀର୍ଘାୟୁ ହେବାର ମଲ୍‌ଟିଭିଟାମିନ୍‌ ସହାୟକ ହୋଇ ନଥାଏ।

ଅନ୍ୟପକ୍ଷରେ ପ୍ରତିବର୍ଷ ଏହି ମଲ୍‌ଟିଭିଟାମିନ୍‌ର ବ୍ୟବସାୟ ବଢ଼ି ଚାଲିଛି। କେବଳ ଆମେରିକାରେ ପ୍ରାପ୍ତ ବୟସ୍କ ଲୋକଙ୍କ ମଧ୍ୟରୁ ଏକ ତୃତୀୟାଂଶ ବିଭିନ୍ନ ପ୍ରକାର ମଲ୍‌ଟିଭିଟାମିନ୍‌ର ବ୍ୟବହାର କରନ୍ତି। ବିଭିନ୍ନ ରୋଗରୁ ବର୍ତ୍ତିବା ପାଇଁ ସେମାନେ ମଲ୍‌ଟିଭିଟାମିନ ସେବନ କରନ୍ତି। ମଲ୍‌ଟିଭିଟାମିନ୍‌ର ଏତେ ଚାହିଦା ଥିବା ସତ୍ତ୍ୱେ ଗବେଷକମାନେ ଏହାର ସ୍ୱାସ୍ଥ୍ୟ ଉପକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି ଓ ଏହା ଶରୀର ପାଇଁ କ୍ଷତିକାରକ ବୋଲି ଚେତାଇ ଦେଇଛନ୍ତି।

Advertisment

ଗବେଷକମାନଙ୍କ କହିବାନୁଯାୟୀ, ବିଭିନ୍ନ ପ୍ରକାର ଖାଦ୍ୟରୁ ଆମେ ପାଉଥିବା ବେଟା-କ୍ୟାରୋଟିନ୍ କ୍ୟାନ୍‌ସରରୁ ସୁରକ୍ଷା ଦେଇଥାଏ। କିନ୍ତୁ ବେଟା-କ୍ୟାରୋଟିନ୍‌ ସପ୍ଲିମେଣ୍ଟଗୁଡ଼ିକ କ୍ୟାନସର ଓ ହୃଦ୍‌ରୋଗ ଆଶଙ୍କାକୁ ବଢ଼ାଇ ଦେଇଥାଏ। ସେହିପରି ଅନେକ ମଲ୍‌ଟିଭିଟାମିନ୍‌ରେ ଥିବା ଆଇରନ ଶରୀରରେ ଆଇରନର ମାତ୍ରାକୁ ଅଧିକ କରିଦେଇପାରେ। ଆଉ ଏହା ହୃଦରୋଗ, ଡାଇବେଟିସ୍ ଓ ଡିମେନଶିୟା ଭଳି ରୋଗର ଆଶଙ୍କାକୁ ବଢ଼ାଇ ଦେଇଥାଏ।     

Multivitamins
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe