Advertisment

କ୍ୟାନସରକୁ ରୋକିବ ୧୦୦ ଟଙ୍କିଆ ବଟିକା!

ଯଦି କେହି କ୍ୟାନସରରୁ ଭଲ ହୋଇଛନ୍ତି, ତା’ହେଲେ ଟାଟା ଇନଷ୍ଟିଚ୍ୟୁଟ ବାହାର କରିଥିବା ବଟିକା ଖାଇଲେ ପୁଣି କ୍ୟାନସର ହେବା ଆଶଙ୍କା ରହିବ ନାହିଁ ବୋଲି ହସ୍ପିଟାଲର ଡାକ୍ତରମାନେ ଦାବି କରିଛନ୍ତି।

ଅଦ୍ୟତନ ହୋଇଛି
Cancer

Cancer

Advertisment

କ୍ୟାନସର ବା କର୍କଟ ରୋଗ କଥା ଶୁଣିବା ମାତ୍ରେ ସମସ୍ତଙ୍କ ଛାତିରେ ଛନକା ପଶେ। ଯେଉଁମାନେ କର୍କଟକୁ ମାତ ଦେଇ ସୁସ୍ଥ ହୁଅନ୍ତି, ସେମାନଙ୍କୁ ପୁଣିଥରେ ଏହି ରୋଗ ଭବିଷ୍ୟତରେ ଗ୍ରାସ କରିବାର ଆଶଙ୍କା ଥାଏ। ତେଣୁ କ୍ୟାନସର କେବେ ସଂପୂର୍ଣ୍ଣ ଭାବେ ଭଲ ହୁଏ ନାହିଁ ବୋଲି ସମସ୍ତେ ଜାଣିଛନ୍ତି।

Advertisment

ହେଲେ କ୍ୟାନସରକୁ ମାତ ଦେବା ପାଇଁ ଆସିଯାଇଛି ଔଷଧ। ମାତ୍ର ୧୦୦ ଟଙ୍କାରେ କ୍ୟାନସରର ହେବ ସର୍ବନାଶ। ମୁମ୍ବାଇରେ ଥିବା ଟାଟା ଇନଷ୍ଟିଚ୍ୟୁଟର ଡାକ୍ତର ଓ ଗବେଷକମାନେ ଏମିତି ଏକ ଚିକିତ୍ସା ବ୍ୟବସ୍ଥା ବାହାର କରିଛନ୍ତି, ଯାହା କ୍ୟାନସରକୁ ପ୍ରତିରୋଧ କରିବ।

ଯଦି କେହି କ୍ୟାନସରରୁ ଭଲ ହୋଇଛନ୍ତି, ତା’ହେଲେ ଟାଟା ଇନଷ୍ଟିଚ୍ୟୁଟ ବାହାର କରିଥିବା ବଟିକା ଖାଇଲେ ପୁଣି କ୍ୟାନସର ହେବା ଆଶଙ୍କା ରହିବ ନାହିଁ ବୋଲି ହସ୍ପିଟାଲର ଡାକ୍ତରମାନେ ଦାବି କରିଛନ୍ତି।

Advertisment

‌ଇନିଷ୍ଟିଚ୍ୟୁଟ ଦାବି କରିଛି ଯେ ବ୍ୟାପକ ଗବେଷଣା ଓ ଦୀର୍ଘ ଗୋଟିଏ ଦଶନ୍ଧିର ପରୀକ୍ଷା ପରେ କ୍ୟାନସରକୁ ରୋକିବା ପାଇଁ ନୂଆ ଧରଣର ବଟିକା ବାହାର କରାଯାଇଛି। ଏହା କେବଳ କ୍ୟାନସର ଜୀବାଣୁକୁ ପୁଣି ଶରୀରରେ ସକ୍ରିୟ ହେବାକୁ ଦେବ ନାହିଁ। ରାଡିଏସନ ଓ କେମୋଥେରାପି ଭଳି ଚିକିତ୍ସା ଯୋଗୁ ଦେଖାଯାଉଥିବା ପାର୍ଶ୍ୱ ପ୍ରତିକ୍ରିୟାକୁ ୫୦% ହ୍ରାସ କରିବ। ବଟିକାର ଟ୍ରାଏଲ ବେଶ ସଫଳ ହୋଇଛି। ଏହା କ୍ୟାନସରକୁ ପୁଣି ସକ୍ରିୟ ହେବାକୁ ଦେଉନାହିଁ।

ଟାଟା ମେମୋରିଆଲ ହସ୍ପିଟାଲର ବରିଷ୍ଟ କ୍ୟାନସର ସର୍ଜନ ଡାକ୍ତର ରଜେନ୍ଦ୍ର ବାଡଭେ ମଧ୍ୟ ରିସର୍ଚ୍ଚ ଗ୍ରୁପର ଅଂଶବିଶେଷ ଥିଲେ। ଏହି ଆବିଷ୍କାର ପଛରେ ଥିବା ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ମଣିଷର କ୍ୟାନସର ସେଲକୁ ରିସର୍ଚ୍ଚ ପାଇଁ ମୂଷାମାନଙ୍କ ଦେହରେ ଛଡ଼ା ଯାଇଥିଲା। ଏହା ସେମାନଙ୍କ ଶରୀରରେ ଟିମ୍ୟୁର ସୃଷ୍ଟି କରିଥିଲା। ମୂଷାମାନଙ୍କୁ ଏହାପରେ ରାଡିଏସନ ଥେରାପୀ ଦ୍ୱାରା ଚିକିତ୍ସା କରାଯାଇଥିଲା। କେମୋଥେରାପି ଦିଆଯାଇ ସେମାନଙ୍କର ଅପରେସନ ମଧ୍ୟ ହୋଇଥିଲା।

ଏହି ସମୟରେ ଜଣାପଡ଼ିଥିଲା ଯେ ଯେତେବେଳେ କ୍ୟାନସର ସେଲ ନିଷ୍କ୍ରିୟ ହୋଇଥାଏ, ସେତେବେଳେ ସେଗୁଡ଼ିକ ଛୋଟ ଛୋଟ ଖଣ୍ଡରେ ପରିଣତ ହୋଇଯାଆନ୍ତି। ଏହାକୁ କ୍ରୋମାଟିନ କଣିକା କୁହାଯାଏ।

ଏହି କଣିକାଗୁଡ଼ିକ ଶରୀରର ବିଭିନ୍ନ ଅଂଶକୁ ରକ୍ତ ସେଲ ମାଧ୍ୟରେ ଯିବାର କ୍ଷମତା ରଖିଥାଆନ୍ତି। ସେଗୁଡ଼ିକ ଯେତେବେଳେ ସୁସ୍ଥ ସେଲରେ ପ୍ରବେଶ କରନ୍ତି ସେତେବେଳେ କ୍ୟାନସର ଜୀବାଣୁ ପୁଣି ସକ୍ରିୟ କରାଇ ଥାଆନ୍ତି।

ଏହି ସମସ୍ୟାକୁ ସମାଧାନ କରିବା ପାଇଁ ଗବେଷଣା ବେଳେ ମୂଷାମାନଙ୍କ କ୍ଷେତ୍ରରେ ପ୍ରୋ ଅକ୍ସିଡାଣ୍ଟ ଟାବଲେଟ୍ସ ବ୍ୟବହାର କରାଯାଇଥିଲା। ଏଥିରେ Resveratrol and Copper (R+Cu) ରହିଛି। R+Cu tablets ଅମ୍ଳଜାନ ରାଡିକାଲ୍ସ ସୃଷ୍ଟି କରିଥାଏ। ଫଳରେ ବେଶ ପ୍ରଭାବୀ ଭାବେ କ୍ରୋମାଟିଇନ କଣିକାଗୁଡ଼ିକୁ ଧ୍ୱଂସ କରି ଦେଇଥାଏ ବୋଲି ସେ କହିଛନ୍ତି।

ଯେତେବେଳେ ଉକ୍ତ ବଟିବାକୁ ପାଟି ବାଟେ ନିଆଯାଏ ସେତେବେଳେ ଅମ୍ଳଜାନ ରାଡିକାଲ୍ସ ପେଟ ଭିତରେ ସୃଷ୍ଟି ହୋଇଥାଏ। ଏହା ତୁରନ୍ତ ରକ୍ତ କଣିକାରେ ପ୍ରବେଶ କରେ। ଏହି ପ୍ରକ୍ରିୟା ବିଭିନ୍ନ ସେଲରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା କ୍ରୋମାଟିନ କଣିକାକୁ ଅଟକାଇ ଥାଏ। କ୍ୟାନସର ସେଲର ବିଚରଣକୁ ଏହା ରୋକିବାରେ ସହାୟକ ହୋଇଥାଏ। ଏହି ପ୍ରକ୍ରିୟାକୁ ମେଟାଷ୍ଟାସେସ(metastases) କୁହାଯାଏ।

ଗବେଷକମାନେ ଦାବି କରିଛନ୍ତି ଯେ R+Cu ବଟିକା କେମୋଥେରାପି ସହ ଜଡ଼ିତ ଟକ୍ସିସିଟୀର ପ୍ରଭାବକୁ ହ୍ରାସ କରେ। ନୂଆ ଆବିଷ୍କାରକୁ "Magic of R+Cu’ ଭାବେ ନାମିତ କରାଯାଇଛି। ଏହା କ୍ୟାନସର ଚିକିତ୍ସାର ପାର୍ଶ୍ୱ ପ୍ରତିକ୍ରିୟାକୁ ୫୦% ଓ ପୁଣି କ୍ୟାନସର ଜୀବାଣୁକୁ ସକ୍ରିୟ ହେବାର ଆଶଙ୍କାକୁ ୩୦% କମ କରିଥାଏ।

ପାନକ୍ରିୟସ, ଫୁସଫୁସ ଓ ପାଟିର ବିଭିନ୍ନ ଅଙ୍ଗରେ କ୍ୟାନସର ଜୀବାଣୁ ପ୍ରବେଶ ବିରୋଧରେ ଏହି ବଟିକା ଅଧିକ ପ୍ରଭାବୀ ହେବ। ଟାଟା ଇନଷ୍ଟିଚ୍ୟୁଟ କ୍ୟାନସରକୁ ରୋକିବା ପାଇଁ ବଟିକା ବାହାର କରିଥିବା ଦାବି କରିଛି। କିନ୍ତୁ ଏହାକୁ ଏଯାଏ ଏଫଏସଏସଏଆଇର ଅନୁମୋଦନ ମିଳିନାହିଁ। ଅନୁମତି ମିଳିବା ମାତ୍ରେ ଏହା ଜୁନ କିମ୍ବା ଜୁଲାଇ ମାସରୁ ବଜାରରେ ଉପଲବ୍ଧ ହେବ।

ଡାକ୍ତର ରାଜେନ୍ଦ୍ର କହିଛନ୍ତି, ଯଦି ଅନୁମୋଦନ ମିଳିବ, ତା’ହେଲେ ବହୁତ କମ ଦାମରେ ଏହା ଲୋକଙ୍କ ପାଇଁ ଉବଲବ୍ଧ ହୋଇପାରିବ। ବଟିକା ବାହାର କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। କିନ୍ତୁ ବଜାରରେ ଏହା ୧୦୦ ଟଙ୍କାରୁ କମ ଦାମରେ ମିଳିପାରିବ।

ବଟିକାର ପାର୍ଶ୍ୱ ପ୍ରତିକ୍ରିୟା ଜାଣିବା ପାଇଁ ମୂଷା ଓ ମଣିଷ ଦେହରରେ ପରୀକ୍ଷା କରାଯାଇଛି। କିନ୍ତୁ ପ୍ରତିଷେଧକ ପରୀକ୍ଷା କେବଳ ମୂଷାଙ୍କ ଉପରେ ହୋଇଛି। ଗବେଷଣା ବେଳେ ସମୟ ଓ ଅର୍ଥର ବେକାର ଖର୍ଚ୍ଚ ହେଉଛି ବୋଲି କିଛି ଲୋକ କହୁଥିଲେ। କିନ୍ତୁ ଏହାକୁ ବଡ଼ ସଫଳତା ମିଳିଥିବା ଡାକ୍ତର ରାଜେନ୍ଦ୍ର କହିଛନ୍ତି।

Cancer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe