IMS ଓ SUM ହସ୍ପିଟାଲର ଫୁଲନଖରା କ୍ୟାମ୍ପସକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
SOAର ପ୍ରତିଷ୍ଠାତା ମନୋଜ ରଞ୍ଜନ ନାୟକ ଏହି ଅବସରରେ ଉପସ୍ଥିତ ଥିଲେ। ଫୁଲନଖରା କ୍ୟାମ୍ପସରେ ୨୪ ଘଣ୍ଟିଆ ଜରୁରୀକାଳୀନ ସେବା ଯୋଗାଇ ଦିଆଯିବ। ୭୫୦ ବେଡ ବିଶିଷ୍ଟ ଏହି ମେଡ଼ିକାଲରେ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ବ୍ୟବସ୍ଥା ରହିଛି।
Also Read
ହସ୍ପିଟାଲରେ ICU, ICCU, PICU, NICU ରହିଛି। ସ୍ୱତନ୍ତ୍ର ଭାବେ କାରଡିଓଥରାସିକ ଆଉ ଭସ୍କୁଲାର ସର୍ଜରୀ ସୁବିଧା ବି ଏହି ହସ୍ପିଟାଲରେ ଉପଲବ୍ଧ ରହିବ। BSKY କାର୍ଡ ଏହି ହସ୍ପିଟାଲରେ ଲାଗୁ କରାଯାଇଛି। ଭୌଗଳିକ ଦୃଷ୍ଟିକୋଣରୁ କଟକ ଭୁବନେଶ୍ୱର ଜାତୀୟ ରାଜପଥ ନିକଟରେ ଏହି ହସ୍ପିଟାଲ ସ୍ଥାପନ ହୋଇଥିବାରୁ ସାରା ଓଡିଶାରୁ ରୋଗୀ ସୁବିଧା ପାଇପାରିବେ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Health
ଭାରତର ୫୭% କର୍ପୋରେଟ କର୍ମଚାରୀଙ୍କ ଶରୀରରେ ଏହି ଭିଟାମିନର ଅଭାବ
ଗବେଷଣାରୁ ଜଣାପଡ଼ିଛି ଯେ ଦେଶର ୫୭% କର୍ପୋରେଟ ଚାକିରିଆ ଗୁରୁତ୍ୱପୂର୍ଣ୍ଣ ଭିଟାମିନ ବି୧୨ର ଅଭାବର ସମ୍ମୁଖୀନ ହେଉଛନ୍ତି।

Health
ଜନ ଔଷଧୀ- ସୁଲଭ ମୂଲ୍ୟରେ ଗୁଣାତ୍ମକ ଔଷଧ
‘ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି ପ୍ରକଳ୍ପ’ ନଭେମ୍ବର ୨୦୦୮ରେ କେନ୍ଦ୍ରୀୟ ଫାର୍ମା ପବ୍ଲିକ୍ ସେକ୍ଟର ଅଣ୍ଡରଟେକିଂ ସହିତ ମିଳିତ ଭାବରେ ଔଷଧ ବିଭାଗ ଦ୍ୱାରା ଆରମ୍ଭ କରାଯାଇଥିଲା। ଉତ୍ସର୍ଗୀକୃତ ଆଉଟଲେଟ୍ ମାଧ୍ୟମରେ ଜନସାଧାରଣଙ୍କୁ ସୁଲଭ ମୂଲ୍ୟରେ ଗୁଣାତ୍ମକ ଔଷଧ ଯୋଗାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ରହି ଆସିଛି।

Health
୫୦ରୁ ଅଧିକ ଜୀବନ ନେଲାଣି ରହସ୍ୟମୟ ରୋଗ, ଆଲର୍ଟ ଜାରି କଲା WHO
ପ୍ରଥମେ ୩ ଜଣ ପିଲାଙ୍କ କ୍ଷେତ୍ରରେ ଏପରି ରୋଗ ବ୍ୟାପି ଥିଲା। ସେମାନେ ଗୋଟିଏ ବାଦୁଡ଼ି ଖାଇବା ପରେ ରହସ୍ୟମୟ ରୋଗରେ ପଡ଼ିଥିଲେ।

Health
ଘାଇଲା କରୁଥିବା ବିରଳ ସ୍ନାୟୁ ରୋଗ GBS କ’ଣ? କାରଣ ଜଣାପଡ଼ୁନି
ଜିବିଏସ୍ ଗୋଟିଏ ବିରଳ ରୋଗ ହୋଇଥିବା ବେଳେ ଏଯାଏ ଏହା କ’ଣ ପାଇଁ ହେଉଛି, ସେକଥା ଡାକ୍ତରମାନେ ଜାଣିବାକୁ ସକ୍ଷମ ହୋଇନାହାନ୍ତି।

Health
ମାରି ଦେଉଛି ରହସ୍ୟମୟ ରୋଗ
ରହସ୍ୟମୟ ରୋଗରେ ଆକ୍ରାନ୍ତ ହେଉଥିବା ଲୋକଙ୍କୁ ଜ୍ୱର ହେବା ସହ କେବଳ ଝାଳ ବୋହିବାରେ ଲାଗୁଛି। ଏହାପରେ ସେମାନଙ୍କ ସ୍ନାୟୁ କାମ କରିବା ବନ୍ଦ ହେଉଛି।