Advertisment

SUM ହସ୍ପିଟାଲର ଦ୍ୱିତୀୟ କ୍ୟାମ୍ପସ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

IMS ଓ SUM ହସ୍ପିଟାଲର ଫୁଲନଖରା କ୍ୟାମ୍ପସକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

SUM Hospital

SUM Hospital

Advertisment

IMS ଓ SUM ହସ୍ପିଟାଲର ଫୁଲନଖରା କ୍ୟାମ୍ପସକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Advertisment

SOAର ପ୍ରତିଷ୍ଠାତା ମନୋଜ ରଞ୍ଜନ ନାୟକ ଏହି ଅବସରରେ ଉପସ୍ଥିତ ଥିଲେ। ଫୁଲନଖରା କ୍ୟାମ୍ପସରେ ୨୪ ଘଣ୍ଟିଆ ଜରୁରୀକାଳୀନ ସେବା ଯୋଗାଇ ଦିଆଯିବ। ୭୫୦ ବେଡ ବିଶିଷ୍ଟ ଏହି ମେଡ଼ିକାଲରେ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ବ୍ୟବସ୍ଥା ରହିଛି।

ହସ୍ପିଟାଲରେ ICU, ICCU, PICU, NICU ରହିଛି। ସ୍ୱତନ୍ତ୍ର ଭାବେ କାରଡିଓଥରାସିକ ଆଉ ଭସ୍କୁଲାର ସର୍ଜରୀ ସୁବିଧା ବି ଏହି ହସ୍ପିଟାଲରେ ଉପଲବ୍ଧ ରହିବ। BSKY କାର୍ଡ ଏହି ହସ୍ପିଟାଲରେ ଲାଗୁ କରାଯାଇଛି। ଭୌଗଳିକ ଦୃଷ୍ଟିକୋଣରୁ କଟକ ଭୁବନେଶ୍ୱର ଜାତୀୟ ରାଜପଥ ନିକଟରେ ଏହି ହସ୍ପିଟାଲ ସ୍ଥାପନ ହୋଇଥିବାରୁ ସାରା ଓଡିଶାରୁ ରୋଗୀ ସୁବିଧା ପାଇପାରିବେ।

Advertisment
SUM Hospital
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe