Advertisment

AIIMS ସାଟେଲାଇଟ୍ ହସ୍ପିଟାଲରେ ଡାକ୍ତର ନାହାନ୍ତି, ବଢ଼ୁଛି ଅସନ୍ତୋଷ

୨୦୧୩ ମସିହାରେ ତତ୍କାଳିନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଉଦ୍ୟମରେ ଭୁବନେଶ୍ୱର ଏମସ୍ ସାଟେଲାଇଟ୍‌ ହସ୍ପିଟାଲ ପାଇଁ ମୁଳଦୂଆ ପଡିଥିଲା। କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ଏହା ବାଲେଶ୍ୱରରେ ପ୍ରତିଷ୍ଠା ହେବ କି ନାହିଁ ତାକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା।

author-image
Manoranjan Sial
Balasore AIIMS

Balasore AIIMS

ବର୍ଷକ ତଳେ ବାଲେଶ୍ୱର ସହରରେ କାର୍ଯ୍ୟକ୍ଷମ ହୋଇଥିଲା ଭୁବନେଶ୍ୱର ଏମସ୍‌ ସାଟେଲାଇଟ୍ ହସ୍ପିଟାଲ। ଏହା ହେଉଛି ପୂର୍ବ ଭାରତର ସର୍ବ ପ୍ରଥମ ଏମସ୍ ସାଟେଲାଇଟ୍ ହସ୍ପିଟାଲ। ତେବେ ଏହି ଅତ୍ୟାଧୁନିକ ହସ୍ପିଟାଲରେ ଅଚଳାବସ୍ଥା ଦେଖାଦେଇଛି। ଆଜି ପର୍ଯ୍ୟନ୍ତ ନା ଡାକ୍ତର ନିଯୁକ୍ତ ପାଇଛନ୍ତି ନା କର୍ମଚାରୀ। ଫଳରେ ଦୂରଦୂରାନ୍ତରୁ ଆସୁଥିବା ରୋଗୀମାନେ ନାହିଁନଥିବା ଅସୁବିଧାରେ ପଡ଼ୁଛନ୍ତି।

Advertisment

ବାଲେଶ୍ୱର ସହର ଉପକଣ୍ଠର ବାମପଦାରେ ତିଆରି ହୋଇଛି ଭୁବନେଶ୍ୱ ଏମମ୍‌ ସାଟେଲାଇଟ୍ ହସ୍ପିଟାଲ। ଖର୍ଚ୍ଚ ହୋଇଛି ୩୮ କୋଟିରୁ ଅଧିକ ଟଙ୍କା। ଗତବର୍ଷ ଏପ୍ରିଲରେ କାର୍ଯ୍ୟକ୍ଷମ ହୋଇଥିବା ଏହି ହସ୍ପିଟାଲ୍‌। ହେଲେ ଆଜି ଯାଏଁ ଡାକ୍ତର ନିଯୁକ୍ତି ହୋଇପାରି ନାହାନ୍ତି। କର୍ମଚାରୀଟିଏ ମଧ୍ୟ ନିଯୁକ୍ତି ପାଇନାହାଁନ୍ତି। କେବଳ ସପ୍ତାହର ଦୁଇ ଦିନ ଶୁକ୍ରବାର ଓ ଶନିବାର ଭୁବନେଶ୍ୱର ଏମ୍‌ସର ୪ ଜଣ ଜୁନିଅର ଡାକ୍ତରଙ୍କୁ ନେଇ ଚାଲିଛି ଓପିଡି। କେତେବେଳେ କେଉଁ ବିଭାଗର ଡାକ୍ତର ଆସୁଛନ୍ତି, ତାହା କାହାକୁ ଜଣାନାହିଁ। ଏମସ୍‌ରେ ଉନ୍ନତ ଚିକିତ୍ସା ପାଇ ଭଲ ହେବାର ଆଶା ନେଇ ଦୂର ଦୂରାନ୍ତରୁ ଆସୁଥିବା ରୋଗୀ ନିରାଶ ହୋଇ ଫେରୁଛନ୍ତି।

୨୦୧୩ ମସିହାରେ ତତ୍କାଳିନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଉଦ୍ୟମରେ ଭୁବନେଶ୍ୱର ଏମସ୍ ସାଟେଲାଇଟ୍‌ ହସ୍ପିଟାଲ ପାଇଁ ମୁଳଦୂଆ ପଡିଥିଲା। କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ଏହା ବାଲେଶ୍ୱରରେ ପ୍ରତିଷ୍ଠା ହେବ କି ନାହିଁ ତାକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା। ତେବେ ୨୦୧୭ ମସିହାରେ ତତ୍କାଳିନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ସେବେଠାରୁ ଅସ୍ଥାୟୀ ଭାବେ ବାଲେଶ୍ୱରର ଡିଫେନ୍ସ କଲୋନୀରେ ଓପିଡି ଚାଲିଥିଲା। ଗତବର୍ଷ ଏପ୍ରିଲ ୧୬ ତାରିଖରେ ଏହି ଅତ୍ୟାଧୁନିକ ବିଲଡିଂରେ ଅନୁଷ୍ଠାନିକ ଭାବେ ପ୍ରଥମ ଓପିଡି କାର୍ଯ୍ୟକ୍ଷମ ହୋଇଥିଲା। ତେବେ ଏହାର ଦେଢବର୍ଷ ପରେ ମଧ୍ୟ ଡାକ୍ତର ନିଯୁକ୍ତି ହୋଇପାରିଲେ ନାହିଁ। ଯାହାକୁ ନେଇ ମେଡିକାଲ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନ ଧମକ ଦେଇଛି।

Advertisment

ଭୁବନେଶ୍ୱର ଏମସ୍‌ ସାଟେଲାଇଟ୍ ହସ୍ପି ପିଟାଲରେ ଅବ୍ୟବସ୍ଥାକୁ ନେଇ ରାଜନୀତି ତେଜିଛି। ଏଥିପାଇଁ ଶାସକ ଦଳ ବିଧାୟକ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି। ସେପଟେ ଡାକ୍ତର ନିଯୁକ୍ତି ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ବାରମ୍ବାର ଅବଗତ କରାଯାଇଥିବା କହିଛନ୍ତି ସାଂସଦ।

ରିପୋର୍ଟ- ବାଲେଶ୍ୱରରୁ ରଶ୍ମୀରଞ୍ଜନ ଦାସ

Balasore AIIMS