Advertisment

ଏହି ସବୁ ଭିଟାମିନ୍ ଅଭାବରୁ ବୃଦ୍ଧି ପାଏନି କେଶ; କ'ଣ ଖାଇବେ ଜାଣନ୍ତୁ

କେଶ ବୃଦ୍ଧି ନ ହେବା, ଝଡ଼ିବା ଏବଂ ଅଧାରୁ ଛିଣ୍ଡିବାର କାରଣ କଣ। ଜାଣନ୍ତୁ କିପରି କରିବେ ସମାଧାନ।

Woman combing hair

Woman combing hair

Advertisment

ଲମ୍ବା ଓ ଘନ କେଶ ସମସ୍ତେ ଚାହିଁଥାନ୍ତି। କିନ୍ତୁ ବର୍ତ୍ତମାନ ସମୟରେ କେଶ ଝଡ଼ିବା ସାଧାରଣ ହୋଇଗଲାଣି। ପିଲାଠୁ ବୟସ୍କ ସମସ୍ତେ ଏହି ସମସ୍ୟାର ସାମ୍ନା କରୁଛନ୍ତି। ବାୟୁମଣ୍ଡଳର ପରିବର୍ତ୍ତନ ଏହାର ମୁଖ୍ୟ କାରଣ ହୋଇଥିଲେ ମଧ୍ୟ ଶରୀରର ଏକାଧିକ ଭିଟାମିନ୍ ଅଭାବରୁ କେଶ ବୃଦ୍ଧି ହୋଇନଥାଏ, ଝଡ଼ିବା ଆରମ୍ଭ ହୁଏ ଏବଂ ଅଧାରୁ ଛିଣ୍ଡିଯାଏ। ତେବେ କେଉଁ ସବୁ ଭିଟାମିନ୍ ଅଭାବରୁ କେଶରେ ଏସବୁ ସମସ୍ୟା ଦେଖାଯାଏ ଏବଂ ଏହାକୁ କିପରି ରୋକିବେ, ଜାଣନ୍ତୁ... 

Advertisment

ବାୟୋଟିନ୍ (ଭିଟାମିନ୍ B7)
ବାୟୋଟିନ୍, ଭିଟାମିନ୍ B7 ଭାବରେ ମଧ୍ୟ ଜଣାଶୁଣା। କେଶ ବୃଦ୍ଧି ପାଇଁ ଭିଟାମିନ୍ ମଧ୍ୟରୁ ବାୟୋଟିନ୍ ଅନ୍ୟତମ। ଏହା କେଶ ମୂଳକୁ ମଜବୁତ କରିଥାଏ ଏବଂ କେଶ ଛିଣ୍ଡିବା ସମସ୍ୟାକୁ ହ୍ରାସ କରିଥାଏ। ବାୟୋଟିନ୍ କେଶ ମୂଳକୁ ପୋଷଣ ଯୋଗାଇବା ସହ କେଶ ବୃଦ୍ଧି କରିଥାଏ। 

ଶରୀରରେ ବାୟୋଟିନର ଅଭାବ ହେଲେ କେଶ ଝଡ଼ିବା ଆରମ୍ଭ ହୋଇଯାଏ। ଏଥିପାଇଁ ଅଣ୍ଡା କେଶର, ବାଦାମ, ସିଡ୍ସ, ମାଛ, ମାଂସ ଏବଂ ସବୁଜ ପତ୍ରଯୁକ୍ତ ପନିପରିବା ଖାଆନ୍ତୁ।

Advertisment

ଭିଟାମିନ୍-ଇ
ଭିଟାମିନ୍-ଇ ହେଉଛି ଏକ ଆଣ୍ଟିଅକ୍ସିଡାଣ୍ଟ, ଯାହା କେଶ ପାଇଁ ଖୁବ୍ ଲାଭଦାୟକ। ଭିଟାମିନ୍-ଇ ତ୍ୱଚାରେ ରକ୍ତ ସଞ୍ଚାଳନକୁ ଉନ୍ନତ କରିଥାଏ, ଏହା ଦ୍ୱାରା କେଶ ବୃଦ୍ଧିରେ ଉନ୍ନତି ହୋଇଥାଏ। ଏଥିସହ କେଶକୁ ଆର୍ଦ୍ରତା ଯୋଗାଇଥାଏ ଏବଂ ଅଧାରୁ ଛିଣ୍ଡିବାକୁ ଦେଇନଥାଏ। 

ଭିଟାମିନ୍-ଇ ପାଇଁ ବାଦାମ, ବିଭିନ୍ନ ପ୍ରକାର ମଞ୍ଜି, ପାଳଙ୍ଗ ଏବଂ ଆଭୋକାଡୋ ଖାଇପାରିବେ।

ଭିଟାମିନ୍-ଏ
କେଶ ବୃଦ୍ଧି ପାଇଁ ଭିଟାମିନ୍-ଏ ଅତ୍ୟନ୍ତ ଜରୁରୀ, କାରଣ ଏହା ସିବମକୁ ପ୍ରୋତ୍ସାହିତ କରେ। ସିବମ୍ ହେଉଛି ଏକ ତେଲିଆ ଖାଦ୍ୟ, ଯାହା ତ୍ୱଚାକୁ ହାଇଡ୍ରେଟ୍ ରଖେ ଏବଂ କେଶ ମୂଳକୁ ପୋଷଣ ଯୋଗାଏ। 

ଭିଟାମିନ୍-ଏ ପାଇଁ ଗାଜର, କନ୍ଦମୂଳ, ବୋଇତି କଖାରୁ ଏବଂ ସବୁଜ ପତ୍ରଯୁକ୍ତ ପନିପରିବା ଖାଆନ୍ତୁ। 

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଖାଦ୍ୟ ଗ୍ରହଣ ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। 

Hair Fall Hair Growth Beauty Tips Hair Fall Treatment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe