Advertisment

ଆପଣାନ୍ତୁ ଏହିସବୁ ଖାଦ୍ୟ; ରହିବନି ଲିଭରରେ ତ୍ରୁଟି

ଶରୀରରୁ ବୈର୍ଜ୍ୟ ପଦାର୍ଥ ନିଷ୍କାସନ କରି ସୁସ୍ୱାସ୍ଥ୍ୟ ବଜାୟ ରଖିବାରେ ପ୍ରମୁଖ ଭୂମିକା ନିଭାଇଥାଏ ଲିଭର।

author-image
Debibandita Barick
Representative Image

Representative Image

ଶରୀରକୁ ସୁସ୍ଥ ରଖିବା ପାଇଁ ଲିଭର ବା ଯକୃତ ସୁସ୍ଥ ରହିବା ନିହାତି ଜରୁରୀ, କାରଣ ଯକୃତ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ଶରୀରରୁ ବୈର୍ଜ୍ୟ ପଦାର୍ଥ ନିଷ୍କାସନ କରି ସୁସ୍ୱାସ୍ଥ୍ୟ ବଜାୟ ରଖିବାରେ ପ୍ରମୁଖ ଭୂମିକା ନିଭାଇଥାଏ। ଯକୃତ ଶରୀରରେ ଭିଟାମିନ୍, କାର୍ବୋହାଇଡ୍ରେଟ୍ ଏବଂ ପ୍ରୋଟିନ୍ ସଂରକ୍ଷଣ ଭାବରେ କାମ କରେ। 

Advertisment

କିନ୍ତୁ ଆଜିକାଲିର, ବ୍ୟସ୍ତବହୁଳ ରୁଟିନ୍ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ଯକୃତକୁ ପ୍ରଭାବିତ କରୁଛି। ତେଣୁ ଆମର ଖାଦ୍ୟ ଅଭ୍ୟାସ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ଯକୃତକୁ ସୁସ୍ଥ ରଖିବା ପାଇଁ କେଉଁସବୁ ଖାଦ୍ୟ ଅତ୍ୟନ୍ତ ଲାଭଦାୟକ, ଜାଣନ୍ତୁ...

ଗାଜର
ଯକୃତକୁ ସୁସ୍ଥ ରଖିବା ପାଇଁ ଗାଜର ବେଶ୍ ଉପକାରୀ। ଏଥିରେ ପ୍ରଚୁର ପରିମାଣରେ ବିଟା କାରୋଟିନ୍, ଭିଟାମିନ୍-ଏ, ଭିଟାମିନ୍-ସି, ଆଇରନ୍ ଏବଂ ମ୍ୟାଗ୍ନେସିୟମ୍ ଥାଏ। ଏହା ବ୍ୟତୀତ ଏଥିରେ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ମିଳିଥାଏ, ଯାହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।

Advertisment

ଅଞ୍ଜୀର
ଯକୃତ ସ୍ୱାସ୍ଥ୍ୟ ପାଇଁ ଅଞ୍ଜୀର ସର୍ବୋତ୍ତମ ଉପାଦେୟ। ଏଥିରେ କ୍ୟାଲସିୟମ୍, ଆଇରନ୍, ଆଣ୍ଟିଅକ୍ସିଡାଣ୍ଟ ଏବଂ ଫାଇବର ମିଳିଥାଏ। ନିୟମିତ ଭାବେ ଅଞ୍ଜୀର ସେବନ କଲେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଦୃଢ ହୋଇଥାଏ।

ଅଙ୍ଗୁର
ଯକୃତ ସ୍ୱାସ୍ଥ୍ୟ ପାଇଁ ଭିଟାମିନ୍-ସି ଅତ୍ୟନ୍ତ ଜରୁରୀ। ଅଙ୍ଗୁରରୁ ଭିଟାମିନ୍-ସି ପ୍ରଚୁର ପରିମାଣରେ ମିଳିଥାଏ। 

ତରଭୁଜ
ଯକୃତକୁ ସୁସ୍ଥ ରଖିବା ପାଇଁ ତରଭୁଜ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। କାରଣ ତରଭୁଜ ଯକୃତକୁ ଡିଟକ୍ସିଫାଏ କରିଥାଏ ଏବଂ ତରଭୁଜ ଖାଇବା ଦ୍ୱାରା ଶରୀର ହାଇଡ୍ରେଟ୍ ରହିଥାଏ।

ରସୁଣ
ରସୁଣ ଯକୃତ ପାଇଁ ବେଶ୍ ଲାଭଦାୟକ। ସକାଳେ ଖାଲି ପେଟରେ ରସୁଣ ଖାଇ ପାରିବେ। ଏହାକୁ ଖାଇବା ଦ୍ୱାରା ଶରୀରରୁ ବୈର୍ଜ୍ୟ ପଦାର୍ଥ ନିଷ୍କାସିତ ହୋଇଥାଏ। ଏହା ବ୍ୟତୀତ ରସୁଣକୁ ନିୟମିତ ଖାଇବା ଫଳରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଇଥାଏ। 

Disclaimer: ଉପରିସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।

Health Tips Liver Health Tips For Liver Health Food For Liver