Advertisment

ଉଚ୍ଚ କୋଲେଷ୍ଟ୍ରଲ ସ୍ୱାସ୍ଥ୍ୟ ପାଇଁ ହାନିକାରକ, କିପରି ନିୟନ୍ତ୍ରଣରେ ରଖିବେ ଜାଣନ୍ତୁ

ଅନେକ ଖାଦ୍ୟ ଅଛି, ଯାହାକୁ ସେବନ କରିବା ଦ୍ୱାରା କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରଣ ହୋଇପାରେ। ସେସବୁ ଖାଦ୍ୟ କଣ, ଜାଣନ୍ତୁ...

Representative Image

Representative Image

Advertisment

ଶରୀରରେ କୋଲେଷ୍ଟ୍ରଲ ସ୍ତର ବୃଦ୍ଧି ଅନେକ ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ। ସେହିପରି କୋଲେଷ୍ଟ୍ରଲ ସ୍ତର ହ୍ରାସ ପାଇଲେ ମଧ୍ୟ ନାନା ରୋଗ ମାଡିବସେ। ତେଣୁ ସୁସ୍ଥ ରହିବା ପାଇଁ ଶରୀରରେ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣରେ ରଖିବା ଅତ୍ୟନ୍ତ ଜରୁରୀ। ଭିଟାମିନ B-12 ହେଉଛି ଏପରି ପୁଷ୍ଟିକର ଖାଦ୍ୟ, ଯାହା କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବା ସହ ସାମଗ୍ରିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ। କେଉଁ ସବୁ ଖାଦ୍ୟରୁ ଭିଟାମିନ B-12 ପାଇପାରିବେ, ଜାଣନ୍ତୁ...

Advertisment

ପାଳଙ୍ଗ 
ପାଳଙ୍ଗ ଶାଗ କେବଳ ଯେ ଆଇରନର ଉତ୍ତମ ଉତ୍ସ ତାହା ନୁହେଁ, ଏଥିରେ ଭିଟାମିନ୍ B12 ମଧ୍ୟ ଭରପୂର ଥାଏ। ନିୟମିତ ପାଳଙ୍ଗ ଶାଗ ଖାଇବା ଫଳରେ ଉଚ୍ଚ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରାଯାଇ ପାରିବ ଏବଂ ହୃଦୟର ସ୍ୱାସ୍ଥ୍ୟରେ ଉନ୍ନତି ଆସିପାରିବ।

ବ୍ରୋକଲି 
ବ୍ରୋକଲି ମଧ୍ୟ ଭିଟାମିନ B12ର ଏକ ଉତ୍ତମ ଉତ୍ସ। ଖାଦ୍ୟରେ ବ୍ରୋକଲି ଅନ୍ତର୍ଭୂକ୍ତ କରି ଉଚ୍ଚ କୋଲେଷ୍ଟ୍ରଲ ନିୟନ୍ତ୍ରଣ ଏବଂ ହୃଦୟ ସ୍ୱାସ୍ଥ୍ୟରେ ଉନ୍ନତି ଆଣିପାରିବେ। 

Advertisment

ସାଲମନ 
ସାଲମନରେ ଭିଟାମିନ୍ B12 ଭରପୂର ଥାଏ। ନିୟମିତ ଭାବେ ସାଲମନ ଖାଇବା ଦ୍ୱାରା ଉଚ୍ଚ କୋଲେଷ୍ଟ୍ରଲ ସ୍ତର ହ୍ରାସ ହୋଇପାରେ।

କାଲେ
ପାୱାରହାଉସ୍ ପରିବା ଭାବେ ପରିଗଣିତ ସବୁଜ ପନିପରିବା ମଧ୍ୟରୁ କାଲେ ଅନ୍ୟତମ। ଏଥିରେ ଭିଟାମିନ୍ B12 ସହ ଅନେକ ଜରୁରୀ ପୋଷକ ତତ୍ତ୍ୱ ଥାଏ। ନିୟମିତ ଭାବେ କାଲେ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ସ୍ତର ହ୍ରାସ ହୋଇପାରେ।

ଗ୍ରୀନ୍ ମଟର
ଗ୍ରୀନ୍ ମଟରରେ ମଧ୍ୟ ଭିଟାମିନ୍ B12 ଥାଏ। ଖାଦ୍ୟରେ ଗ୍ରୀନ୍ ମଟର ଅନ୍ତର୍ଭୁକ୍ତ କରିବା ଦ୍ୱାରା ହୃଦୟ ସମ୍ବନ୍ଧୀୟ ସମସ୍ୟାର ଆଶଙ୍କା କମିଯାଏ ଏବଂ ହୃଦୟ ସ୍ୱାସ୍ଥ୍ୟରେ ଉନ୍ନତି ଆସିଥାଏ।

ଅଣ୍ଡା
ପ୍ରୋଟିନ ଯୁକ୍ତ ଅଣ୍ଡା ଖାଇବା ଦ୍ୱାରା ଭିଟାମିନ୍ B12 ଅଭାବ ମଧ୍ୟ ଦୂର ହୋଇପାରିବ। ଏଥିସହ ଅଣ୍ଡାରେ ଥିବା ପ୍ରୋଟିନ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣରେ ରଖିବାରେ ସହାୟକ ହୋଇପାରେ।

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ। 

Health News Health Tips Cholesterol HDL LDL
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe