Advertisment

ସାବଧାନ! ଏସବୁ ଅଭ୍ୟାସ ଥିଲେ ଆସିପାରେ ହୃଦଘାତ

ଦୈନନ୍ଦିନ ଜୀବନରେ ଆମେ ଏପରି କେଉଁ ସବୁ ଖାଦ୍ୟ ଖାଉଛନ୍ତି, ଯାହା ହୃଦଘାତ କରିପାରେ, ଜାଣନ୍ତୁ...

ଅଦ୍ୟତନ ହୋଇଛି
Heart

Heart

Advertisment

ଦିନକୁ ଦିନ ବଢିଚାଲିଛି ହୃଦଘାତ ସମସ୍ୟା। ଅନେକ ସମୟରେ ହୃଦଘାତରେ ମୃତ୍ୟୁର ଭିଡ଼ିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ନିକଟରେ ପୁରୀର ଜଣେ ଫେରିବାଲା (ବୁଲା ବିକାଳି) ସାମଗ୍ରୀ ବିକିବା ସମୟରେ ହିଁ ମୋଟର ସାଇକେଲ ଉପରେ ଆଖି ବୁଜି ଦେଇଥିଲେ। ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଥିବା କୁହାଯାଉଛି।

Advertisment

ସେହିପରି ରାମଲୀଲାରେ ମଧ୍ୟ ରାମ ଚରିତ୍ରରେ ଅଭିନୟ କରୁଥିବା ଜଣେ ବ୍ୟକ୍ତି ହୃଦଘାତରେ ପ୍ରାଣ ହରାଇଛନ୍ତି। ଏସବୁ ପଛରେ ଅନେକ କାରଣ ଥାଇପାରେ। କିନ୍ତୁ ବର୍ତ୍ତମାନ ସମୟରେ ହୃଦଘାତର ମୁଖ୍ୟ କାରଣ ପାଲଟିଛି ଜୀବନଶୈଳୀରେ ପରିବର୍ତ୍ତନ। ଆମ ଖାଦ୍ୟପେୟ ମଧ୍ୟ ହୃଦଘାତ କରିପାରେ। ଦୈନନ୍ଦିନ ଜୀବନରେ ଆମେ ଏପରି କେଉଁ ସବୁ ଖାଦ୍ୟ ଖାଉଛନ୍ତି, ଯାହା ହୃଦଘାତ କରିପାରେ, ଜାଣନ୍ତୁ...  

ବ୍ରେଡ୍ ଓ ପ୍ରକ୍ରିୟାକୃତ ଖାଦ୍ୟ 
ପ୍ରକ୍ରିୟାକୃତ ଖାଦ୍ୟ କେବଳ ମେଦବବହୁଳତା ସୃଷ୍ଟି କରେନି କି ପେଟ ରୋଗ କରେନି, ବରଂ ଏହା ହୃଦୟ ସ୍ୱାସ୍ଥ୍ୟ ଉପରେ ମଧ୍ୟ କୁପ୍ରଭାବ ପକାଇପାରେ। ବର୍ଗର, ପିଜା ଏବଂ ଫାଷ୍ଟଫୁଡ୍ ଭଳି ପ୍ରକ୍ରିୟାକୃତ ଖାଦ୍ୟ ହୃଦୟ ସମସ୍ୟାର କାରଣ ହୋଇପାରେ। ତେଣୁ ଏସବୁ ଖାଦ୍ୟଠୁ ଦୂରେଇ ରୁହନ୍ତୁ।  

Advertisment

ଧୂମପାନ
ହୃଦଘାତରୁ ରକ୍ଷା ପାଇବାକୁ ହେଲେ ପ୍ରଥମେ ଧୂମପାନ ଅଭ୍ୟାସକୁ ଦୂର କରିବାକୁ ପଡ଼ିବ। କାରଣ ଧୂମପାନ ଆମ ଫୁସଫୁସକୁ ପ୍ରଭାବିତ କରିଥାଏ, ଯାହା ଫଳରେ ଫୁସଫୁସ ଅବରୋଧର ସମସ୍ୟା ବଢିଯାଏ। ଏହି କାରଣରୁ ମୁଖ୍ୟତଃ ଷ୍ଟ୍ରୋକ୍ ହୋଇଥାଏ।

ମଦ୍ୟପାନ
ମଦ୍ୟପାନ ଧମନୀ ଉପରେ ଚାପ ପକାଇଥାଏ। ଯେଉଁଥିପାଇଁ ରକ୍ତଚାପ ଏବଂ ରକ୍ତରେ ଶର୍କରା ବୃଦ୍ଧି ପାଇବାର ଆଶଙ୍କାଥାଏ। ରକ୍ତଚାପ ବୃଦ୍ଧି ହୃଦଘାତର ଅନ୍ୟ ଏକ ମୁଖ୍ୟ କାରଣ। 

ମୃଦୁ ପାନୀୟ (କୋଲ୍ଡ ଡ୍ରିଙ୍କ୍ସ)
ଗ୍ରୀଷ୍ମଋତୁରେ ଅଧିକାଂଶ ଲୋକ ମାତ୍ରାଧିକ କୋଲ୍ଡ ଡ୍ରିଙ୍କ୍ସ ପିଅନ୍ତି। ମାତ୍ର ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ। ଅତ୍ୟଧିକ କୋଲ୍ଡ ଡ୍ରିଙ୍କ୍ସ ପିଇବା ଦ୍ୱାରା ଧମନୀ ଉପରେ ଚାପ ପଡ଼ିଥାଏ। ଧମନୀ ଉପରେ ଚାପ ପଡ଼ିବା ଫଳରେ ହୃଦଘାତ ଆସିପାରେ। 

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଖାଦ୍ୟ ଗ୍ରହଣ ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ। 

Health News Health Tips Heart Attack Heart Failure Heart Health
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe