Advertisment

କେବଳ କିଡନୀ ନୁହେଁ, ଏହି ସବୁ ଅଙ୍ଗରେ ବି ହୁଏ ଷ୍ଟୋନ୍

କେବଳ କିଡନୀରେ ନୁହେଁ, ଶରୀରର ଅନେକ ଅଙ୍ଗ ଅଛି, ଯେଉଁଠାରେ ଷ୍ଟୋନ୍ ହୋଇପାରେ। କିପରି ଏହାର ଲକ୍ଷଣ ଜାଣିବେ ଓ ଚିକିତ୍ସା କରିବେ, ଜାଣନ୍ତୁ...

author-image
Debibandita Barick
ଅଦ୍ୟତନ ହୋଇଛି
Kidney Stone

Kidney Stone

ପଥର ସମସ୍ୟା କେବଳ ଶରୀରର ଗୋଟିଏ ଅଙ୍ଗ କିଡନୀ ନୁହେଁ ଅନେକ ଅଙ୍ଗରେ ମଧ୍ୟ ହୋଇପାରେ। କିନ୍ତୁ ଲୋକଙ୍କର ଏକ ଧାରଣା ରହିଛି ଯେ, କିଡନୀରେ ହିଁ କେବଳ ଷ୍ଟୋନ୍ ହୋଇଥାଏ। ତେବେ କେଉଁ ସବୁ ଅନ୍ୟ ଅଙ୍ଗରେ ପଥର ହୋଇପାରେ ଏବଂ ଏହାର ଲକ୍ଷଣ କିପରି ଜାଣିବେ ଓ କଣ ରହିଛି ଚିକିତ୍ସା, ଜାଣନ୍ତୁ... 

Advertisment

ଗଲ୍ ଷ୍ଟୋନ୍: କିଡନୀ ବ୍ୟତୀତ ପଥର ଗଠନର ସମସ୍ୟା ମଧ୍ୟ ଗଲ୍ ବ୍ଲାଡର ଅର୍ଥାତ୍ ପିତ୍ତନଳୀରେ ଦେଖାଯାଏ। ଏହି ରୋଗ ହେଲେ ପେଟର ଉପର ଭାଗରେ ପ୍ରବଳ ଯନ୍ତ୍ରଣା ହୋଇଥାଏ।

ବ୍ଲାଡର ଷ୍ଟୋନ୍(ମୂତ୍ରାଶୟ ପଥର): ଏହି ପଥରଗୁଡିକ ସ୍ଫଟିକ୍ ଖଣିଜ ପଦାର୍ଥ, ଯାହା ମୂତ୍ରାଶୟରେ ସୃଷ୍ଟି ହୁଏ। ଏହି ରୋଗ ହେଲେ ତଳ ପେଟରେ ପ୍ରବଳ ଯନ୍ତ୍ରଣା, ବାରମ୍ବାର ପରିସ୍ରା ଲାଗିବା ଏବଂ ପରିସ୍ରାରେ ରକ୍ତ ପଡିବା ଭଳି ସମସ୍ୟା ଦେଖାଯାଏ।

Advertisment

ସାଲିଭାରି ଗ୍ଲାଣ୍ଡ ଷ୍ଟୋନ୍(ଲାର୍ ଗ୍ରନ୍ଥି ପଥର): ସାଲିଭାରି ଗ୍ଲାଣ୍ଡ ଷ୍ଟୋନକୁ ହିନ୍ଦିରେ ଲାର୍ ଗ୍ରନ୍ଥି ପଥର କୁହାଯାଏ। ବେଳେ ବେଳେ ଏହି ଗ୍ରନ୍ଥିରେ ମଧ୍ୟ ପଥର ସମସ୍ୟା ଦେଖାଯାଏ। 

ୟୁରେଟେରାଲ୍ ଷ୍ଟୋନ୍(ମୂତ୍ରବାହିନୀ ପଥର): ମୂତ୍ରବାହିନୀରେ ମଧ୍ୟ ପଥର ସମସ୍ୟା ଦେଖାଯାଏ। ଏହି ପଥରଗୁଡ଼ିକ କିଡନୀକୁ ବ୍ଲାଡର ସହିତ ସଂଯୋଗ କରୁଥିବା ଟ୍ୟୁବରେ ସୃଷ୍ଟି ହୁଏ। ମୂତ୍ରାଶୟରେ ପଥର ଗଠନ ହେତୁ ତଳ ପିଠିରେ ପ୍ରବଳ ଯନ୍ତ୍ରଣା ହୁଏ ଏବଂ ବେଳେବେଳେ ପରିସ୍ରାରେ ରକ୍ତ ମଧ୍ୟ ଦେଖାଯାଏ।

ପ୍ରୋଷ୍ଟେଟ୍ ଷ୍ଟୋନ୍: ପ୍ରୋଷ୍ଟେଟ୍ ଗ୍ରନ୍ଥିରେ ପଥର ମଧ୍ୟ ସୃଷ୍ଟି ହୋଇପାରେ। ସାଧାରଣତଃ ଏହାର ଲକ୍ଷଣ ଶୀଘ୍ର ଦେଖାଯାଏ ନାହିଁ। 

ଟନସିଲ୍ ଷ୍ଟୋନ୍: ଟନସିଲରେ ସୃଷ୍ଟି ହେଉଥିବା ପଥରକୁ ଟନ୍ସିଲୋଲିଥ୍ ମଧ୍ୟ କୁହାଯାଏ | ଏହି ପଥରଗୁଡ଼ିକ ଟନସିଲର ନାଳରେ ସୃଷ୍ଟି ହୁଏ।

ଷ୍ଟୋନ୍ ସମସ୍ୟା ଦୂର କରିବାର ଚିକିତ୍ସା

  • ପଥରର ସମସ୍ୟାକୁ ଏଡ଼ାଇବା ପାଇଁ ଅଧିକରୁ ଅଧିକ ପାଣି ପିଅନ୍ତୁ
  • ଏକ ସନ୍ତୁଳିତ ଖାଦ୍ୟ ପ୍ରକ୍ରିୟା ବଜାୟ ରଖନ୍ତୁ। 
  • ଶର୍କରା ଯୁକ୍ତ ଖାଦ୍ୟ ଗ୍ରହଣଠୁ ଦୂରେଇ ରୁହନ୍ତୁ। 
  • ସାଇଟ୍ରେଟରେ ଭରପୂର ଅଧିକ ଫଳ ଏବଂ ପନିପରିବା ଖାଆନ୍ତୁ, ଯେପରିକି କମଳା, ଲେମ୍ବୁ ଇତ୍ୟାଦି।
  • କ୍ୟାଲସିୟମର ଅତ୍ୟଧିକ ସେବନରୁ ଦୂରେଇ ରୁହନ୍ତୁ। କାରଣ ଅତ୍ୟଧିକ କ୍ୟାଲସିୟମ ପଥର ସୃଷ୍ଟି କରିପାରେ।
  • ମଦ୍ୟପାନରୁ ଦୂରେଇ ରୁହନ୍ତୁ।
  • ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ।

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଉପାଦେୟ।  

Odia Health Tips Health Tips Stone In Kidney Kidney Stone