Advertisment

ଓଜନ ବୃଦ୍ଧିକୁ ନେଇ ଚିନ୍ତିତ କି? ଗ୍ରୀଷ୍ମଋତୁରେ ମିଳୁଥିବା ଏହି ସବୁ ଫଳ ହୋଇପାରେ ଲାଭଦାୟକ

ଗ୍ରୀଷ୍ଣଋତୁରେ ମିଳୁଥିବା କେତେକ ଫଳ ରହିଛି, ଯାହା ଓଜନ ନିୟନ୍ତ୍ରଣରେ ସହାୟକ ହୋଇଥାଏ। କଣ ସେହି ସବୁ ଫଳ, ଜାଣନ୍ତୁ...

Fruits

Fruits

Advertisment

ମେଦବହୁଳତା ଏକ ରୋଗ ହୋଇନଥିଲେ ମଧ୍ୟ ଏହାକୁ ଅନେକର ରୋଗର ବାହାକ ରୂପେ ବିବେଚନା କରାଯାଉଛି। ଏହା ସହିତ ବର୍ତ୍ତମାନର ଯୁବପିଢି ଏକ ଆକର୍ଷଣୀୟ ଫିଟନେସ୍ ପାଇଁ ଓଜନକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି। ଯଦି ଆପଣ ମଧ୍ୟ ମେଦବହୁଳତାକୁ ନେଇ ଚିନ୍ତାରେ ଅଛନ୍ତି, ତେବେ ଗ୍ରୀଷ୍ଣଋତୁ ଲାଭ ଦେଇପାରେ। କାରଣ ଗ୍ରୀଷ୍ଣଋତୁରେ ମିଳୁଥିବା କେତେକ ଫଳ ରହିଛି, ଯାହା ଓଜନ ନିୟନ୍ତ୍ରଣରେ ସହାୟକ ହୋଇଥାଏ। କଣ ସେହି ସବୁ ଫଳ, ଜାଣନ୍ତୁ... 

Advertisment

ଓଜନ ହ୍ରାସ ପାଇଁ ସର୍ବୋତ୍ତମ ଫଳ 
ତରଭୁଜ- ଗ୍ରୀଷ୍ମଋତୁରେ ତରଭୁଜ ପ୍ରଚୁର ପରିମାଣରେ ମିଳିଥାଏ। ଏହାକୁ ଡାଏଟରେ ଅନ୍ତର୍ଭୁକ୍ତ କରନ୍ତୁ। ତରଭୁଜ ମେଦବହୁଳତା ହ୍ରାସ କରିବାରେ ବେଶ୍ ଲାଭଦାୟକ। କାରଣ ଏଥିରେ ଫାଇବର ଭରପୂର ଥାଏ। ଏହା ପେଟକୁ ପୂର୍ଣ୍ଣ ରଖିଥାଏ, ଯାହା ଫଳରେ ଭୋକ ଲାଗିନଥାଏ ଏବଂ ଏଥିରେ କ୍ୟାଲୋରୀ ମଧ୍ୟ କମ୍ ଥାଏ। ତରଭୁଜରେ ଥିବା ଜଳୀୟଅଂଶ ଶରୀରକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ହାଇଡ୍ରେଟ୍ ରଖେ। ତରଭୁଜ ଖାଇବାର ଆଉ ଏକ ମୁଖ୍ୟ ଉପକାର ହେଉଛି, ଏହା ଜଙ୍କ ଫୁଡ୍ ଆଦି ଖାଦ୍ୟ ଲୋଭକୁ ଦୂର କରିଥାଏ।  

ଅମୃତଭଣ୍ଡା- ଓଜନ ହ୍ରାସ କରିବାକୁ ଚାହୁଁଥିଲେ ନିଶ୍ଚିତରୂପେ ଖାଦ୍ୟରେ ଅମୃତଭଣ୍ଡାକୁ ଅନ୍ତର୍ଭୁକ୍ତ କରନ୍ତୁ। କାରଣ ଅମୃତଭଣ୍ଡାରୁ ମିଳୁଥିବା ପୋଷକ ତତ୍ତ୍ୱ ଓଜନ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ଅମୃତଭଣ୍ଡା ଖାଇବା ଦ୍ୱାରା ଶରୀରକୁ ଅଧିକ ଫାଇବର ଏବଂ କମ୍ କ୍ୟାଲୋରୀ ମିଳିଥାଏ। ପେଟ ଫୁଲିବା ସମସ୍ୟାକୁ ଦୂର କରି ହଜମ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ ଅମୃତଭଣ୍ଡା।  

Advertisment

କିୱି- କିୱି ଗ୍ରୀଷ୍ମଋତୁରେ ପ୍ରଚୁର ପରିମାଣରେ ଉପଲବ୍ଧ। ଭିଟାମିନ୍-ସିରେ ଭରପୂର କିୱି ମଧ୍ୟ ମେଦବହୁଳତା ହ୍ରାସ କରିବାରେ ସହାୟକ ହୋଇଥାଏ। କିୱିରେ ଭିଟାମିନ୍-କେ, ଫୋଲେଟ୍ ଏବଂ ଫାଇବର ଥାଏ, ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏକ ଗବେଷଣାରୁ ଜଣାପଡିଛି ଯେ, ଯେଉଁମାନେ ନିୟମିତ ଭାବେ କିୱି ଖାଉଛନ୍ତି, ସେମାନଙ୍କର ରକ୍ତଚାପ ନିୟନ୍ତ୍ରଣରେ ରହୁଛି। 

କାକୁଡି- ଗ୍ରୀଷ୍ମଋତୁରେ ମିଳୁଥିବା ଉପକାରୀ ଫଳ ମଧ୍ୟରୁ କାକୁଡି ଅନ୍ୟତମ। ଏହାକୁ ଖାଇବା ଫଳରେ ପେଟ ପୂର୍ଣ୍ଣ ରହିଥାଏ ଏବଂ ହଜମ ପ୍ରକ୍ରିୟାରେ ଉନ୍ନତି ହୋଇଥାଏ। କାକୁଡି ଖାଇଲେ ମଧ୍ୟ ଡିହାଇଡ୍ରେସନ ହୋଇନଥାଏ।

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ। 

Health Tips Weight Loss Summer Fruits
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe