Advertisment

ତିଲାପିଆ ମାଛ ଖାଇ ହାତ-ଗୋଡ଼ ହରାଇଲେ ମହିଳା

କାଲିଫର୍ନିଆରେ ଘଟିଛି ଏହି ଆଶ୍ଚର୍ଯ୍ୟକର ଘଟଣା। ଦରରନ୍ଧା ମାଛ ଖାଇଥିବାରୁ ମହିଳା ଜଣଙ୍କର ଜୀବନ ବିପଦରେ ପଡ଼ିଥିବା କୁହାଯାଉଛି।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ମାଛରେ ସ୍ୱାସ୍ଥ୍ୟ ଉପକାରୀ ଅନେକ ଗୁଣ ଥାଏ। ହେଲେ ଜଣେ ମହିଳା ତିଲାପିଆ ମାଛ ଖାଇ ନିଜ ଅଙ୍ଗ ହରାଇ ଦେବା ଭଳି ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। କାଲିଫର୍ନିଆରେ ଘଟିଛି ଏହି ଆଶ୍ଚର୍ଯ୍ୟକର ଘଟଣା। ଦରରନ୍ଧା ମାଛ ଖାଇଥିବାରୁ ମହିଳା ଜଣଙ୍କର ଜୀବନ ବିପଦରେ ପଡିଥିବା କୁହାଯାଉଛି।

Advertisment

ତିଲାପିଆ ମାଛ ଖାଇ ୪୦ ବର୍ଷିୟ ମହିଳା ଲୌରା ବରାଜାସଙ୍କ ଦୁଇ ହାତ ଓ ଗୋଡ଼ ସମେତ ଆଙ୍ଗୁଠି ମଧ୍ୟ ଅକାମି ହୋଇଯାଇଥିଲା। ଦୀର୍ଘଦିନ ଡାକ୍ତରଖାନାରେ ରହିବା ପରେ ଶେଷରେ ତାଙ୍କର ସଫଳ ଅସ୍ତ୍ରୋପଚାର ହୋଇଥିବା ନ୍ୟୁୟର୍କ ପୋଷ୍ଟରେ ରିପୋର୍ଟ ପ୍ରକାଶ ପାଇଛି।

ଲୌରା ବରାଜାସଙ୍କ ବାନ୍ଧବୀ ଆନ୍ନା ମେସିନା କହିଛନ୍ତି ଯେ, କିଛି ମାସ ତଳେ ସେ ସ୍ଥାନୀୟ ବଜାରରୁ ତିଲାପିଆ ମାଛ ଆଣିଥିଲେ ଏବଂ ଘରେ ଏହାକୁ ପ୍ରସ୍ତୁତ କରି ଖାଇଥିଲେ। କିନ୍ତୁ ମାଛ ଖାଇବା ପରେ ବରାଜାସଙ୍କ ସ୍ୱାସ୍ଥ୍ୟାବସ୍ଥ୍ୟା ବିଗିଡ଼ି ଯାଇଥିଲା। ତାଙ୍କର ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିଲା। ସେ କେବଳ ଅସୁସ୍ଥ ହୋଇପଡ଼ି ନଥିଲେ ଯେପରି ଜୀବନ ଚାଲିଯାଇଛି କୋମାରେ ଥିବା ବ୍ୟକ୍ତିଙ୍କ ପରି ମନେ ହେଉଥିଲେ ବୋଲି ମେସିନା କହିଛନ୍ତି। 

Advertisment

ଏପରି ହେବା ପରେ ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ହାତ ଓ ଗୋଡ଼ ଆଙ୍ଗୁଠି କଳା ପଡ଼ିଯିବା ସହ ପାଦ ଓ ତଳ ଓଠ ମଧ୍ୟ କଳା ପଡି ଯାଇଥିଲା। ତାଙ୍କର ସମ୍ପୂର୍ଣ୍ଣ ସେପସିସ୍(ରକ୍ତ ବିଷାକ୍ତ) ହୋଇଯିବା ସହ କିଡନୀ ଫେଲ୍ ହୋଇ ଯାଇଥିଲା। ଭିବ୍ରିଓ ଭୁଲ୍ନିଫିକସ୍ ନାମକ ଏକ ରୋଗ ହେଲେ ଏପରି ଲକ୍ଷଣ ଦେଖାଦିଏ ବୋଲି ଡାକ୍ତର କହିଥିବା ମେସିନା କହିଛନ୍ତି। 

ଡାକ୍ତରଙ୍କ କହିବା ଅନୁସାରେ ଏହି ରୋଗ ସାଧାରଣତଃ ବ୍ୟାକ୍ଟେରିଆ ବା ଜୀବାଣୁ କାରଣରୁ ହୋଇଥାଏ। କଞ୍ଚା ସାମୁଦ୍ରିକ ଖାଦ୍ୟ ଏବଂ ସମୁଦ୍ର ଜଳରେ ଏହି ଜୀବାଣୁ ରହିଥାନ୍ତି। ତେଣୁ ଏପରି ବିପଦଜନକ ସ୍ୱାସ୍ଥ୍ୟ ବିପଦକୁ ଏଡ଼ାଇବା ପାଇଁ ସାମୁଦ୍ରିକ ଖାଦ୍ୟକୁ ସଠିକ୍ ଭାବରେ ପ୍ରସ୍ତୁତ କରି ଖାଇବା ଉପରେ ଗୁରୁତ୍ୱ ଦେବାକୁ ବରାଜାସଙ୍କ ବନ୍ଧୁ ପରାମର୍ଶ ଦେଇଛନ୍ତି। 

Health News Tilapia Warning Woman Loses All Four Limbs Eating Tilapia Fish Fish Side Effect