Advertisment

କେଉଁ ସବୁ ଖାଦ୍ୟ ଖାଇଲେ ହୋଇଥାଏ ହୃଦଘାତ?

ବିଶେଷ କରି ଆମେ କେତେକ ଖାଦ୍ୟ ଖାଇଥାନ୍ତି, ଯାହା ହୃଦଘାତ କରାଇଥାଏ। ସେସବୁ ଖାଦ୍ୟ କଣ ଜାଣନ୍ତୁ...

ଅଦ୍ୟତନ ହୋଇଛି
Representative Image

Representative Image

Advertisment

କରୋନା ପରଠାରୁ ହୃଦଘାତଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଛି। କେହି ଏହାର କାରଣ ଭୂତାଣରୁ ପାର୍ଶ୍ୱପ୍ରତିକ୍ରିୟା କହୁଥିବା ବେଳେ ଅନ୍ୟ କେହି ଟିକାକୁ ଦାୟୀ କରୁଛନ୍ତି। କାରଣ କରୋନା ପରେ ଅନେକ ହୃଦଘାତ ଜନିତ ମୃତ୍ୟୁ ଭିଡିଓ କିମ୍ବା ଖବର ଦେଖିବାକୁ ମିଳୁଛି। ଏସବୁ ସତ୍ତ୍ୱେ ଅନେକ ଲୋକ ଜାଣିନଥିବେ ଆମର ଅନେକ ଜୀବନଶୈଳୀ ଅଛି, ଯାହା ହୃଦଘାତର ମୁଖ୍ୟ କାରଣ। ବିଶେଷ କରି ଆମେ କେତେକ ଖାଦ୍ୟ ଖାଇଥାନ୍ତି, ଯାହା ହୃଦଘାତ କରାଇଥାଏ। ସେସବୁ ଖାଦ୍ୟ କଣ ଜାଣନ୍ତୁ...

Advertisment

ଧୂମପାନ
ହୃଦଘାତରୁ ରକ୍ଷା ପାଇବାକୁ ହେଲେ ଧୂମପାନଠୁ ଦୂରେଇ ରହିବା ଉଚିତ୍। କାରଣ ଧୂମପାନ ଆମ ଫୁସଫୁସକୁ ପ୍ରଭାବିତ କରିଥାଏ, ଯାହା ଫଳରେ ଫୁସଫୁସ ଅବରୋଧର ସମସ୍ୟା ବଢିଯାଏ। ଏହି କାରଣରୁ ମୁଖ୍ୟତଃ ଷ୍ଟ୍ରୋକ୍ ହୋଇଥାଏ।

ମଦ୍ୟପାନ
ମଦ୍ୟପାନ ଧମନୀ ଉପରେ ଚାପ ପକାଇଥାଏ। ଯେଉଁଥିପାଇଁ ରକ୍ତଚାପ ଏବଂ ରକ୍ତରେ ଶର୍କରା ହେବାର ଆଶଙ୍କା ବଢିଥାଏ। 

Advertisment

ମୃଦୁ ପାନୀୟ (କୋଲ୍ଡ ଡ୍ରିଙ୍କ୍ସ)
ଗ୍ରୀଷ୍ମଋତୁରେ ଅଧିକାଂଶ ଲୋକ ମାତ୍ରାଧିକ କୋଲ୍ଡ ଡ୍ରିଙ୍କ୍ସ ପିଅନ୍ତି। ମାତ୍ର ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରୀ। ଅତ୍ୟଧିକ କୋଲ୍ଡ ଡ୍ରିଙ୍କ୍ସ ପିଇବା ଦ୍ୱାରା ଧମନୀ ଉପରେ ଚାପ ପଡ଼ିଥାଏ ଏବଂ ଏହା ହୃଦଘାତର କାରଣ ହୋଇପାରେ। 

ବ୍ରେଡ୍ ଓ ପ୍ରକ୍ରିୟାକୃତ ଖାଦ୍ୟ 
ଯଦି ହୃଦୟକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ପ୍ରକ୍ରିୟାକୃତ ଖାଦ୍ୟଠାରୁ ଦୂରରେ ରହିବାକୁ ପଡିବ। ବର୍ଗର, ପିଜା ଏବଂ ଫାଷ୍ଟଫୁଡ୍ ଖାଦ୍ୟକୁ ସମ୍ପୂର୍ଣ୍ଣ ରୂପେ ନା କୁହନ୍ତୁ।

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଖାଦ୍ୟ ଗ୍ରହଣ ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ। 

Health News Heart Health Tips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe