ହୃଦ ରୋଗ ବୃଦ୍ଧି କରୁଛି ତମାଖୁ, ହଠାତ୍‌ ଚାଲି ଯାଉଛି ଜୀବନ

ଯୁବଗୋଷ୍ଠୀ ମଧ୍ୟ ହୃଦଘାତର ଶିକାର ହୋଇପାରନ୍ତି। ସୋଶାଲ ମିଡିଆରେ ନାଚିବା ବେଳେ, ଚାଲିବା ବେଳେ, ବସିବା ବେଳେ ହଠାତ୍‌ କେମିତି ଲୋକମାନେ ହୃଦଘାତର ଶିକାର ହେଉଛନ୍ତି, ତା’ର ଲକ୍ଷାଧିକ ଭିଡିଓ ଭାଇରାଲ ହେଉଛି। ୪୦ ବର୍ଷରୁ କମ ବୟସ୍କ କ୍ଷେତ୍ରରେ ହୃଦ ରୋଗ ବଢ଼ିବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।

Heart

representational image

Hemant Lenka
  • Published: Friday, 11 April 2025
  • Updated: 11 April 2025, 12:40 PM IST

Sports

Latest News

ବୁଧବାର ଏୟାର ଇଣ୍ଡିଆ ଏକ୍ସପ୍ରେସର ୨୮ ବର୍ଷୀୟ ପାଇଲଟ ବିମାନକୁ ଦିଲ୍ଲୀରେ ଲ୍ୟାଣ୍ଡ କରିବା ପରେ ହଠାତ୍‌ ପ୍ରାଣ ହରାଇଥିଲେ। ଫେବୃଆରୀ ମାସରେ ଜଣେ ୨୩ ବର୍ଷୀୟ ଯୁବତୀ ବାହାଘର କାର୍ଯ୍ୟକ୍ରମରେ ନାଚୁ ଥିବା ବେଳେ ଟଳି ପଡ଼ିଥିଲା। ଏହି ଘଟଣା ସବୁ ଯୁବଗୋଷ୍ଠୀଙ୍କ ମଧ୍ୟରେ ହୃଦ ରୋଗ ବଢ଼ୁଥିବାର ସଙ୍କେତ ଦେଇଛି।

Also Read

ନିକଟରେ ଏମ୍ସର ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡାକ୍ତର ଅମ୍ବୁଜ ରୟ ଭୟଙ୍କର ହୃଦଘାତର ସମ୍ମୁଖୀନ ହୋଇଥିବା ଜଣେ ୨୬ ବର୍ଷୀୟ ଯୁବକଙ୍କ ଚିକିତ୍ସା କରିଥିଲେ। ସେ ଶାରିରୀକ ଭାବେ ଫିଟ ରହିଥିବା ବେଳେ କୌଣସି ରୋଗରେ ମଧ୍ୟ ପୀଡ଼ିତ ନଥିଲେ। ତଥାପି ସେ ହୃଦଘାତର ଶିକାର ହୋଇଥିଲେ। ଯାଞ୍ଚରୁ ଜଣାପଡ଼ିଥିଲା ଯେ ସେ ପ୍ରବଳ ଧୂମପାନ କରନ୍ତି। ଡାକ୍ତର ରୟ କହିଛନ୍ତି, “ତମାଖୁ ସହ ଜଡ଼ିତ ଥିବା ଲୋକମାନଙ୍କ ପ୍ରତି ଫୁସଫୁସ ଓ କ୍ୟାନସର ବିପଦ ରହିଛି। କିନ୍ତୁ ଯଦି ଆପଣ ପରିସଂଖ୍ୟନକୁ ଦେଖିବେ, ତା’ହେଲେ ହୃଦଘାତ ଯୋଗୁ ହେଉଥିବା ମୃତ୍ୟୁ ପାଇଁ ତମାଖୁ ହିଁ ଦାୟୀ। ଫୁସଫୁସ ଓ କ୍ୟାନସର ମୃତ୍ୟୁସଂଖ୍ୟା ଭଳି ଭଳି ତମାଖୁ ଯୋଗୁ ହୃଦଘାତ ଜନିତ ମୃତ୍ୟୁସଂଖ୍ୟା ପ୍ରାୟ ସମାନ।”

ଡାକ୍ତର ରାୟଙ୍କ ସହକର୍ମୀ ଡାକ୍ତର ନିତେଶ ନାଏକ ଧୂମପାନ, ଉଚ୍ଚ ରକ୍ତଚାପ, ଉଚ୍ଚ କୋଲେଷ୍ଟର ଓ ମୋଟାପଣ ଯୋଗୁ ହୃଦଘାତର ବିପଦ ଅଧିକ ରହିଛି। ଏନେଇ ବ୍ୟାପକ ସଚେତନତା ସତ୍ତ୍ୱେ ଫରକ କିଛି ବି ପଡ଼ୁନି। ଲୋକମାନେ ସବୁ ଜାଣି ମଧ୍ୟ ନିଜ ଅଭ୍ୟାସକୁ ବଦଳାଉ ନାହାନ୍ତି। ସେ କହିଛନ୍ତି, “ହୃଦରୋଗ ସମ୍ପର୍କରେ ଜାଣିବା ପାଇଁ ସମସ୍ତଙ୍କୁ ନିୟମିତ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବା ଜରୁରୀ। ୪୦ ବର୍ଷ ହୋଇ ନଥିଲେ ମଧ୍ୟ ଉଚ୍ଚ ରକ୍ତଚାପ, ଧୂମପାନ କରୁଥିବା ଲୋକ, କୋଲେଷ୍ଟର ଓ ମୋଟାପଣ ଭଳି ସମସ୍ୟାରେ ଗତି କରୁଥିବା ଯୁବକମାନେ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଉଚିତ। ଠିକ ସମୟରେ ରୋଗର ଚିହ୍ନଟ ଓ ନିରାକରଣ ବିପଦକୁ ହ୍ରାସ କରିପାରିବ।”

ଯୁବଗୋଷ୍ଠୀ କାହିଁକି ହୃଦଘାତ ବା ହୃଦ ରୋଗରେ ପଡ଼ୁଛନ୍ତି, ତା’ର ପ୍ରକୃତ କାରଣ ଏଯାଏ ଜଣାପଡ଼ିନି। କିନ୍ତୁ ଦୀର୍ଘ ଘଣ୍ଟା ଧରି କାମ କରିବା ଓ ମାନସିକ ଚାପ ଏହାର କିଛି କାରଣ ବୋଲି କୁହାଯାଉଛି। ଅତ୍ୟଧିକ ଧୂମପାନ, ଅଧିକ ମଦ ପିଇବା, ବ୍ୟାୟାମ ନ କରିବା, ଶରୀରରୁ ଝାଳ ନ ବୋହିବା ଓ ଖାଦ୍ୟପେୟରେ ଥିବା ଅନିୟମିତତା ଯୋଗୁ ହୃଦଘାତ ଭଳି ସମସ୍ୟା ସୃଷ୍ଟି କରୁଛି। ଉଚ୍ଚ ରକ୍ତ ଚାପରେ ପଡ଼ିଥିବା ରୋଗୀ ଓ ମାନସିକ ଚାପରେ ରହୁଥିବା ଲୋକଙ୍କୁ ମଧ୍ୟ ହୃଦଘାତର ବିପଦ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story