Advertisment

AIIMSରେ ଖୋଲିଲା ଟ୍ରାଭେଲ ହେଲଥ୍‌ କ୍ଲିନିକ୍, ବିଦେଶ ଯାତ୍ରା ପୂର୍ବରୁ ନେଇ ପାରିବେ ପରାମର୍ଶ

IIMS ଭୁବନେଶ୍ୱରରେ ଖୋଲିଲା ଦେଶର ପ୍ରଥମ ଟ୍ରାଭେଲ ହେଲଥ୍‌ କ୍ଲିନିକ୍। ବିଦେଶ ଗସ୍ତ କରିବାକୁ ଯାଉଥିବା ଯାତ୍ରୀ ଏଠାରେ ବିଭିନ୍ନ ଦେଶର ଭିନ୍ନ ଭିନ୍ନ ରୋଗ ସମ୍ପର୍କରେ ଅବଗତ ହେବା ସହ ତାହାର ପ୍ରତିକାର ବିଷୟରେ ବି ଜାଣି ପାରିବେ।

Aiims Bhubaneswar

Aiims Bhubaneswar

Advertisment

AIIMS ଭୁବନେଶ୍ୱରରେ ଖୋଲିଲା ଦେଶର ପ୍ରଥମ ଟ୍ରାଭେଲ ହେଲଥ୍‌ କ୍ଲିନିକ୍। ବିଦେଶ ଗସ୍ତ କରିବାକୁ ଯାଉଥିବା ଯାତ୍ରୀ ଏଠାରେ ବିଭିନ୍ନ ଦେଶର ଭିନ୍ନ ଭିନ୍ନ ରୋଗ ସମ୍ପର୍କରେ ଅବଗତ ହେବା ସହ ତାହାର ପ୍ରତିକାର ବିଷୟରେ ବି ଜାଣି ପାରିବେ। ଏଥିସହ ଆବଶ୍ୟକ ଟିକା ମଧ୍ୟ ନେଇପାରିବେ।

Advertisment

ଏହାଦ୍ୱାରା ବିଦେଶରୁ ଆମ ଦେଶକୁ କିମ୍ବା ଆମ ଦେଶରୁ ଅନ୍ୟ ଦେଶକୁ କୌଣସି ରୋଗ ସହଜରେ ବ୍ୟାପିପାରିବ ନାହିଁ। ମାତ୍ର ଏଥିନିମନ୍ତେ ମାସେ ପୂର୍ବରୁ ଏମ୍ସରେ ପହଞ୍ଚି ସ୍ୱାସ୍ଥ୍ୟଭିତ୍ତିକ ପରାମର୍ଶ ନେବାକୁ ପଡ଼ିବ ବୋଲି କହିଛନ୍ତି AIIMS ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସ ।

ପ୍ରତି ବର୍ଷ ଭାରତରୁ ୨ କୋଟି ଲୋକ ବିଦେଶକୁ ଯାଉଛନ୍ତି। ତେଣୁ ଟ୍ରାଭେଲ ହେଲଥ୍‌ କ୍ଲିନିକ ବେଶ ଉପାଦେୟ ହେବ ବୋଲି ଆଶା କରାଯାଉଛି।ଏଥିସହ ଖୁବଶୀଘ୍ର AIIMS ଟ୍ରାଭେଲ ହେଲଥ୍‌ କ୍ଲିନିକ ଅନଲାଇନ ଜରିଆରେ ମଧ୍ୟ ସ୍ୱାସ୍ଥ୍ୟ ପରାମର୍ଶ ପ୍ରଦାନ କରିବ। ଏମିତିକି ଆଗକୁ ଏନେଇ ଟ୍ରାଭେଲ୍ ହେଲଥ ଆପ୍ ମଧ୍ୟ ପ୍ରଚଳନ କରିବ AIIMS ଭୁବନେଶ୍ୱର।

Advertisment

ଏନେଇ ପ୍ରଫେସର ଆଶୁତୋଷ ବିଶ୍ୱାସ କହିଛନ୍ତି, ଖୁବ୍‌ ଭାବିଚିନ୍ତି ଏହି ଯୋଜନା ଲାଗୁ କରାଯାଇଛି। ଏହାଦ୍ୱାରା ଦେଶ ବାହାରକୁ ଯାଉଥିବା ଲୋକଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାକୁ ବହୁ ମାତ୍ରାରେ କମ୍‌ କରିହେବ । ଦେଶର ଅନ୍ୟ ରାଜ୍ୟରେ ହେଲଥ୍‌ କ୍ଲିନିକ୍ ଥିବା ବେଳେ ଏହା କିନ୍ତୁ ଅଧିକ ସୁଚିନ୍ତିତ ଭାବେ କାମ କରିବ ଓ ଫଳପ୍ରଦ ହେବ ବୋଲି ଆଶା ରଖିଛୁ।

ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ କହିଛନ୍ତି, ଏହି ହେଲଥ୍‌ କ୍ଲିନିକ୍‌ର ମୁଖ୍ୟ କାମ ହେଉଛି, ଯେଉଁ ବ୍ୟକ୍ତି ବିଦେଶ ଯାତ୍ରା କରିବେ ସେମାନଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧିୟ ପରାମର୍ଶ ସାଙ୍ଗକୁ ଟିକା ମଧ୍ୟ ଦିଆଯିବ । କେଉଁ ଦେଶରେ କେଉଁ ରୋଗ ବ୍ୟାପୁଛି ଓ କେଉଁ ଭ୍ୟାକସିନ ତାହା ପାଇଁ ଫଳପ୍ରଦ ହେବ ସେ ସମ୍ପର୍କରେ ବିଦେଶ ଯାତ୍ରୀମାନେ ଜ୍ଞାନ ଆହରଣ କରିବା ଉଚିତ । ତେଣୁ ସେମାନେ ଯାତ୍ରାର ମାସେ ପୂର୍ବରୁ ଏଠାକୁ ଆସି ନିଜ ସ୍ୱାସ୍ଥ୍ୟ ପରିକ୍ଷା କରାଇ ପାରିବେ।

ଏହାଦ୍ୱାରା ସେମାନଙ୍କ ବୟସକୁ ଦୃଷ୍ଟିରେ ରଖି ସେମାନେ ଗସ୍ତ କରିବାକୁ ଥିବା ଦେଶର ରୋଗର ପ୍ରଭାବ ସମ୍ପର୍କରେ ସେମାନଙ୍କୁ ସଚେତନ କରାଯିବ । ଏଥିସହ ଆବଶ୍ୟକ ଟିକା ବି ସେମାନେ ନେଇପାରିବେ। ଏହାଦ୍ୱାରା ବହୁ ମାରାତ୍ମକ ରୋଗକୁ ଟାଳି ହେବ ବୋଲି କହିଛନ୍ତି ଡାକ୍ତର ବିଜୟ କୁମାର ପାଣିଗ୍ରାହୀ ।

Bhubaneswar Aiims
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe