Advertisment

ଯକ୍ଷ୍ମା ରୋଗୀଙ୍କୁ ମିଳୁନି ମେଡିସିନ୍‌: ପ୍ରତିଦିନ ଆସି ମେଡିକାଲରୁ ଫେରୁଛନ୍ତି

ବାଲେଶ୍ୱର ଜିଲ୍ଲାରେ ୨୭ ଶହରୁ ଅଧିକ ଯକ୍ଷ୍ମା ରୋଗୀ ରହିଛନ୍ତି। କିଛି ମାସ ହେବ ନିୟମିତ ମେଡିସିନ ମିଳୁନଥିବାରୁ ରୋଗୀ ଅସୁବିଧା ଭୋଗୁଥିବା ରୋଗୀ ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
Medical

Medical

Advertisment

ବାଲେଶ୍ୱର ଜିଲ୍ଲାରେ ସଙ୍କଟରେ ଯକ୍ଷ୍ମା ରୋଗୀ। ମାସ ମାସ ଧରି ବ୍ଲକ ସ୍ୱାସ୍ଥ୍ୟ କେନ୍ଦ୍ରଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ନିୟମିତ ଔଷଧ ମିଳୁନଥିବା ଅଭିଯୋଗ। ୨୦୨୫ ସୁଦ୍ଧା ଓଡ଼ିଶାକୁ ଯକ୍ଷ୍ମା ମୁକ୍ତ ରାଜ୍ୟ କରିବା ଲାଗି ସରକାରଙ୍କ ଲକ୍ଷ୍ୟ ରଖି ଥିବାବେଳେ ଏଭଳି ସ୍ଥତିରେ ତାହା କିପରି ସଫଳ ହେବ ସେ ନେଇ ପ୍ରଶ୍ନ ଉଠିଛି।

Advertisment

ଯକ୍ଷ୍ମା ବଟିକା ପାଇଁ ଦୂର ଦୂରାନ୍ତରୁ ଆସି ଅପେକ୍ଷା କରିଛନ୍ତି ରୋଗୀ। ହେଲେ ମେଡିକାଲରେ ଟିବି- ବଟିକା ନଥିବାରୁ ନିରାଶ ହୋଇ ଫେରୁଛନ୍ତି। ଏହା କୌଣସି ଉପାନ୍ତ ଅଞ୍ଚଳ ନୁହେଁ ଏ ହେଲା ବାଲଶ୍ୱର ଜଲ୍ଲାମୁଖ୍ୟ ଚିକିତ୍ସାଳୟର ଦୃଶ୍ୟ।

ଟିବି- ରୋଗ ହେଲେ ନିୟମିତ ଔଷଧ ଖାଇଲେ ରୋଗର ନିରାକରଣ ହୋଇପାରିବ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି। ବାଲେଶ୍ୱର ଜିଲ୍ଲାରେ ୨୭ ଶହରୁ ଅଧିକ ଯକ୍ଷ୍ମା ରୋଗୀ ରହିଛନ୍ତି। କିଛି ମାସ ହେବ ନିୟମିତ ମେଡିସିନ ମିଳୁନଥିବାରୁ ରୋଗୀ ଅସୁବିଧା ଭୋଗୁଥିବା ରୋଗୀ କରୁଣାକର ସାହୁ ଅଭିଯୋଗ କରିଛନ୍ତି।

Advertisment

ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ସହ ନିରାମୟ ଯୋଜନାରେ ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଇଦେବାକୁ ନିୟମ ରହିଛି। ହେଲେ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଔଷଧ ଅଭାବ ଏବେ ଚିନ୍ତା ବଢାଇଛି। ଯଦି ଠିକ ସମୟରେ ରୋଗୀ ଔଷଧ ସେବନ ନକରିବେ ତାହେଲେ ରୋଗ ଆହୁରି ଜଟିଳ ସ୍ଥିତିକୁ ଗତି କରିବାର ଆଶଙ୍କା ରହିଛି।

ଏ ନେଇ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ମୃତ୍ୟୁଞ୍ଜୟ ମିଶ୍ର କହିଛନ୍ତି, ଯକ୍ଷ୍ମା ରୋଗୀଙ୍କର ଏ ସମଷ୍ୟା ବିଷୟରେ ଅବଗତ ଅଛନ୍ତି ଓ ଏ ନେଇ ଟେଣ୍ଡର ସରିଛି ଖୁବଶୀଘ୍ର ସମସ୍ୟାର ସମାଧାନ ହେବ। 

Tuberculosis
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe