Advertisment

ଡରାଉଛି ଅଜଣା ରୋଗ, ୯୦ରୁ ଅଧିକ ଆକ୍ରାନ୍ତ

ଅଜଣା ରୋଗରେ ଆକ୍ରାନ୍ତ ହେଉଥିବାର ଲୋକମାନଙ୍କୁ ପ୍ରଥମେ ଜ୍ଵର ହେଉଛି। କିଛି ଦିନ ପରେ ଗୋଡ଼ ଓ ହାତ ଗଣ୍ଠିରେ ଅସହ୍ୟ ଯନ୍ତ୍ରଣା ହେଉଛି। ଶେଷରେ ନାକରେ କଳାଦାଗ ସବୁ ସୃଷ୍ଟି ହେଉଛି।

ଅଦ୍ୟତନ ହୋଇଛି
ALI

ALI

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ମାଣିକପାଟଣା ପଞ୍ଚାୟତର ୧୩ ନମ୍ବର ୱାର୍ଡରେ ଅଜଣା ରୋଗର ଆତଙ୍କ ସୃଷ୍ଟି କରିଛି। ଏହି ଅଜଣା ରୋଗରେ ୯୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। କିଛି ଲୋକ ସ୍ଥାନୀୟ ହସ୍ପିଟାଲରେ ଓ ଆଉ କିଛି ଭୁବନେଶ୍ୱର/କଟକ ଆସି ଚିକିତ୍ସା କରୁଛନ୍ତି। ହେଲେ ରୋଗର ନାଁ କିମ୍ବା କାରଣ ଏଯାଏ ଜଣାପଡ଼ିନି।

Advertisment

ଅଜଣା ରୋଗରେ ଆକ୍ରାନ୍ତ ହେଉଥିବାର ଲୋକମାନଙ୍କୁ ପ୍ରଥମେ ଜ୍ଵର ହେଉଛି। କିଛି ଦିନ ପରେ ଗୋଡ଼ ଓ ହାତ ଗଣ୍ଠିରେ ଅସହ୍ୟ ଯନ୍ତ୍ରଣା ହେଉଛି। ଶେଷରେ ନାକରେ କଳାଦାଗ ସବୁ ସୃଷ୍ଟି ହେଉଛି। ସେହିପରି ଦେହରେ ନାଲି ନାଲି ଫଳି ଯାଉଛି। କିଛି ମହିଳାଙ୍କ ଗୋଡ଼ ମଧ୍ୟ ବଙ୍କା ହୋଇଯାଉଛି।ଏମିତି କି ୩/୪ଦିନ ଜ୍ଵର ଲାଗି ରହିଲେ ରୋଗୀ ପକ୍ଷରେ ଏକାକୀ ଉଠି ଚାଲିବା ବି କଷ୍ଟକର ହୋଇପଡୁଛି।

ଏଭଳି ଅଜଣା ରୋଗରେ ଆକ୍ରାନ୍ତ ହୋଇଥିବା ୯୦ରୁ ଅଧିକ ଲୋକ ପ୍ରଥମେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଜର ଚିକିତ୍ସା କରିଥିଲେ। ହେଲେ କିଛି ସୁଫଳ ନ ମିଳିବାରୁ ସେମାନଙ୍କ ମଧ୍ୟରୁ ଅନେକ ଲୋକ କଟକ ଓ ଭୁବନେଶ୍ୱର ଯାଇ ବିଭିନ୍ନ ହସ୍ପିଟାଲରେ ମଧ୍ୟ ଚିକିତ୍ସିତ ହେଉଛନ୍ତି।

Advertisment

ସବୁଠୁ ବଡ଼କଥା ହେଉଛି ରକ୍ତ ନମୁନା ପରୀକ୍ଷା ପରେ ମଧ୍ୟ ରୋଗର କାରଣ ଜଣାପଡ଼ୁ ନାହିଁ। ଏହାକୁ ନେଇ ଗ୍ରାମବାସୀ ଆତଙ୍କିତ ହେବା ସହ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛି। ଜିଲ୍ଲାପାଳ ଏ ସମ୍ପର୍କରେ ଜାଣିବା ପରେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏକ ଡାକ୍ତରୀ ଟିମ ଗାଁକୁ ପଠାଇଛନ୍ତି।

ଡାକ୍ତରୀ ଟିମ ଗାଁରେ ପହଞ୍ଚିବା ପରେ ଆକ୍ରାନ୍ତଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି। ସେହିପରି ଟିମ ପକ୍ଷରୁ ୫୫ଜଣଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ଦିନକୁ ଦିନ ଅଜଣା ରୋଗ ବ୍ୟାପି ଚାଲିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତେବେ ରିପୋର୍ଟ ଆସିବା ପରେ ପ୍ରକୃତ ରୋଗର କାରଣ ଜଣାପଡିବ ବୋଲି ଆଳି CHCର ମେଡିକାଲ ଅଫିସର ପ୍ରଣବ କୁମାର ଶୁକ୍ଳା କହିଛନ୍ତି।

ରିପୋର୍ଟ: ବନମାଳୀ ସାହୁ

Odisha Health
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe