Alexis Lorenze
ଟିକା ନେବା ପରେ ଜଣେ ୨୩ ବର୍ଷୀୟ ଯୁବତୀଙ୍କ ଅବସ୍ଥା ଏପରି ହୋଇଛି, ଯାହା ଦେଖିବା କଷ୍ଟକର। କାରଣ ତାଙ୍କ ମୁହଁରେ ଅଜବ ପ୍ରକାରର ଦାଗ ହୋଇଯାଇଛି। ଏହା ସାଙ୍ଗକୁ ବାରମ୍ବାର ବାନ୍ତି ଏବଂ ଅନ୍ୟାନ୍ୟ ଅସହ୍ୟ ପାର୍ଶ୍ୱପ୍ରତିକ୍ରିୟା ଅନୁଭୂତ ହୋଇଥିବା କହିଛନ୍ତି।
ଆମେରିକା କାଲିଫର୍ନିଆର UCI ମେଡିକାଲରେ ଟିକା ନେବା ପରେ ଏପରି ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି।
ଭ୍ୟାକ୍ସିନ୍ ସେଫ୍ଟି ରିସର୍ଚ୍ଚ ଫାଉଣ୍ଡେସନ୍ (VSRF) ରିପୋର୍ଟ ଅନୁସାରେ, ଫ୍ଲୋରିଡାର ଆଲେକ୍ସିସ ଲୋରେଞ୍ଜୀଙ୍କୁ ପାରୋକ୍ସିସ୍ମଲ ନୋକ୍ଚୁରନାଲ ହିମୋଗ୍ଲୋବିନୁରିଆ (PNH) ରୋଗ ହୋଇଥିବା ଚିହ୍ନଟ ହୋଇଥିଲା। ପ୍ରଥମେ ସେ ୟୁସିଆଇ ମେଡିକାଲ ସେଣ୍ଟରରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କୁ ଟିଟାନସ୍, ନିମୋକୋକ୍କାଲ ଏବଂ ମେନିନଜାଇଟିସ ଭ୍ୟାକ୍ସିନ ଦିଆଯାଇଥିଲା।
ଟିକା ଗ୍ରହଣ କରିବାର ଦଶ ମିନିଟ୍ ମଧ୍ୟରେ ତାଙ୍କ ଅବସ୍ଥା ବିଗିଡ଼ି ଯାଇଥିଲା। ଅସ୍ଥାୟୀ ଭାବେ ଦୃଷ୍ଟିଶକ୍ତ ଚାଲିଯିବା ସହ ବାରମ୍ବାର ବାନ୍ତି ହୋଇଥିଲା ଏବଂ ତାଙ୍କ ପାଟି ବି ଖୋଲିନଥିଲା। ଏପରି ଅବସ୍ଥା ସାଙ୍ଗକୁ କାଲିଫୋର୍ନିଆରେ ତାଙ୍କର ସ୍ୱାସ୍ଥ୍ୟ ବୀମା ନଥିଲା, ଫଳରେ ତତକ୍ଷଣାତ ତାଙ୍କୁ ଲସ୍ ଆଞ୍ଜେଲେସକୁ ସ୍ଥାନାନ୍ତର କରାଯାଇଥିଲା।
ତାଙ୍କର ଏପରି ଅବସ୍ଥା ଦେଖି ଭ୍ୟାକ୍ସିନ୍ ସେଫ୍ଟି ରିସର୍ଚ୍ଚ ଫାଉଣ୍ଡେସନ୍ ଉଚ୍ଚମାନର ଚିକିତ୍ସା ଯୋଗାଇ ଦେଇଥିଲା। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି। ତେବେ ଲୋରେଞ୍ଜୀ ଟିକଟକରେ ଏ ସମ୍ପର୍କରେ ଏକ ଭିଡିଓ ଶେଆର କରିଛନ୍ତି, ଯେଉଁଥିରେ ତାଙ୍କ ମୁହଁରେ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳୁଛି।
ଭାଇରାଲ୍ ଭିଡିଓରେ ଲୋରେଞ୍ଜୀ ନିଜ ସ୍ୱାସ୍ଥ୍ୟ ଅବସ୍ଥା ବାବଦରେ କହୁଥିବା ଶୁଣିବାକୁ ମିଳୁଛି। ଏଥିସହ ତାଙ୍କ ମୁହଁରେ କଳା ଏବଂ ବାଇଗଣୀ ରଙ୍ଗର କିଛି ଦାଗ ଦେଖିବାକୁ ମିଳୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us