Advertisment

ପତଳା ଶରୀରକୁ ନେଇ ଚିନ୍ତିତ କି? ଖାଲି ପେଟରେ ଖାଆନ୍ତୁ ଏହି ସବୁ ଖାଦ୍ୟ

କଣ ସେହି ସବୁ ଖାଦ୍ୟ, ଜାଣନ୍ତୁ...

author-image
Debibandita Barick
Representative Image

Representative Image

ଝଡ଼ି ଗଲଣି କାହିଁକି, ଏତେ ପତଳା କାହିଁକି ଦେଖାଯାଉଛ?, ଓଜନ କମ୍ ଥିବା ବ୍ୟକ୍ତିମାନେ ଅଧିକାଂଶ ଲୋକଙ୍କଠାରୁ ଏପରି ପ୍ରଶ୍ନର ସାମ୍ନା କରିଥିବେ ନିଶ୍ଚୟ। ଯଦି ଆପଣ ବି ଏପରି ପ୍ରଶ୍ନର ସାମ୍ନା କରିଛନ୍ତି, ତେବେ ଚିନ୍ତିତ ହୁଅନ୍ତୁ ନାହିଁ। ସକାଳ ଡାଏଟରେ ଏପରି କିଛି ଖାଦ୍ୟ ଆଡ୍ କରନ୍ତୁ, ଯାହା ଅଳ୍ପ ଦିନରେ ଓଜନ ବୃଦ୍ଧି କରିବାରେ ସାହାଯ୍ୟ କରପାରିବ। 

Advertisment

ଏପରି କିଛି ଖାଦ୍ୟ ରହିଛି, ଯାହାକୁ ସକାଳେ ଖାଲି ପେଟରେ ଖାଇବା ଦ୍ୱାରା କେବଳ ଯେ ଓଜନ ବୃଦ୍ଧ ପାଇବ ତାହା ନୁହେଁ, ଏହା ମଧ୍ୟ ଶରୀରକୁ ଆବଶ୍ୟକୀୟ ଶକ୍ତି ଯୋଗାଇପାରିବ। ତେବେ କଣ ସେହି ସବୁ ଖାଦ୍ୟ, ଜାଣନ୍ତୁ...

କଦଳୀ ଏବଂ କ୍ଷୀର: କଦଳୀ ହେଉଛି ଏକ ପୁଷ୍ଟିକର ଫଳ, ଯେଉଁଥିରେ ଯଥେଷ୍ଟ ପରିମାଣର କାର୍ବୋହାଇଡ୍ରେଟ୍ ଏବଂ କ୍ୟାଲୋରୀ ଥାଏ। ସେହିପରି କ୍ଷୀର ମଧ୍ୟ ପ୍ରୋଟିନ୍ ଏବଂ କ୍ୟାଲସିୟମର ଏକ ଉତ୍କୃଷ୍ଟ ଉତ୍ସ। ଯେତେବେଳେ ଏହି ଦୁଇଟି ମିଶ୍ରିତ ହୁଏ, ଏହା ଏକ ଶକ୍ତିଶାଳୀ ମିଶ୍ରଣ ହୋଇଯାଏ ଯାହା ଓଜନ ବୃଦ୍ଧିରେ ସାହାଯ୍ୟ କରିପାରେ।

Advertisment

କିପରି ଖାଇବେ: ସକାଳେ ଖାଲି ପେଟରେ ଗୋଟିଏ କିମ୍ବା ଦୁଇଟି ପାଚିଲା କଦଳୀ ଖାଆନ୍ତୁ ଏବଂ ତା’ପରେ ଏକ ଗ୍ଲାସ୍ ଉଷୁମ କ୍ଷୀର ପିଅନ୍ତୁ। କ୍ଷୀରରେ ଅଳ୍ପ ମହୁ ମଧ୍ୟ ମିଶାଇ ପିଇ ପାରିବେ।

ଶୁଖିଲା ଫଳ ଏବଂ ବାଦାମ: ଡ୍ରାଏ ଫ୍ରୁଟ୍ସ ଏବଂ ନଟ୍ସ ଭଳି ବାଦାମ, ଅଖରୁଟ କିସମିସ୍ ଏବଂ ଖଜୁରରେ ଅଧିକ କ୍ୟାଲୋରୀ ସାଙ୍ଗକୁ ସୁସ୍ଥ ଚର୍ବି ଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ। ଏଗୁଡ଼ିକ ଶରୀରକୁ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ଯୋଗାଇଥାଏ ଏବଂ ଓଜନ ବଢାଇବାରେ ସାହାଯ୍ୟ କରିଥାଏ।

କିପରି ଖାଇବେ: ସକାଳେ ମୁଠାଏ ଡ୍ରାଏ ଫ୍ରୁଟ୍ସ ଏବଂ ବାଦାମ ଖାଆନ୍ତୁ। ଏଗୁଡ଼ିକୁ ଭିଜାଇ ଖାଇପାରିବେ, ଫଳରେ ହଜମ ଶୀଘ୍ର ହୋଇପାରିବ। 

ଘିଅ ଓ ଗୁଡ଼: ଘିଅ ଏବଂ ଗୁଡର ମିଶ୍ରଣ କେବଳ ଏକ ସୁନ୍ଦର ସ୍ୱାଦ ଦେବ ନାହିଁ, ବରଂ ଓଜନ ବୃଦ୍ଧି ପ୍ରୟାସରେ ମଧ୍ୟ ସହାୟକ ହୋଇପାରେ। ଘିଅରେ ସୁସ୍ଥ ଚର୍ବି ରହିଥାଏ, ଯାହା ଶକ୍ତି ଯୋଗାଇଥାଏ ଏବଂ ଲୌହ ସହ ଅନ୍ୟାନ୍ୟ ଜରୁରୀ ଖଣିଜ ପଦାର୍ଥର ଏକ ଉତ୍ତମ ଉତ୍ସ।

କିପରି ଖାଇବେ: ସକାଳେ ଖାଲି ପେଟରେ ଏକ ଚାମଚ ଘିଅ ସହିତ ଏକ ଛୋଟ ଖଣ୍ଡ ଗୁଡ଼ ଖାଆନ୍ତୁ। ଏହି ମିଶ୍ରଣ କେବଳ ହଜମ ପ୍ରକ୍ରିୟାକୁ ମଜବୁତ କରିବ ନାହିଁ, ବରଂ ଶରୀରକୁ ଆବଶ୍ୟକୀୟ ଶକ୍ତି ମଧ୍ୟ ଯୋଗାଇବ। 

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଖାଦ୍ୟ ଗ୍ରହଣ ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ। 

Health Tips Health Awareness Weight Gain