Advertisment

କାହିଁକି କରାଯାଏ ଆଞ୍ଜିଓପ୍ଲାଷ୍ଟି ସର୍ଜରୀ?

ଆଞ୍ଜିଓପ୍ଲାଷ୍ଟି ସର୍ଜରୀ କଣ, କେଉଁ ପରିସ୍ଥିତିରେ ଏହି ଅସ୍ତ୍ରୋପଚାର କରାଯାଏ ଜାଣନ୍ତୁ ସବିଶେଷ ତଥ୍ୟ...

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ନିକଟରେ ବିଗ୍ ବି ଅମିତାଭ ବଚ୍ଚନ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କର ଆଞ୍ଜିଓପ୍ଲାଷ୍ଟି ସର୍ଜରୀ କରାଯାଇଥିବା କୁହାଯାଉଛି। କିନ୍ତୁ ପରବର୍ତ୍ତୀ ସମୟରେ ଅମିତାଭ ବଚ୍ଚନ ଆଞ୍ଜିଓପ୍ଲାଷ୍ଟି ସର୍ଜରୀ ଖବରକୁ ଖଣ୍ଡନ କରିଛନ୍ତି। ତାଙ୍କର କୌଣସି ସର୍ଜରୀ ହୋଇନଥିବା ସେ କହିଛନ୍ତି। ତଥାପି ଅମିତାଭ ବଚ୍ଚନଙ୍କର ଏହି ସର୍ଜରୀ ହୋଇଥିବା ଚର୍ଚ୍ଚା ହେବା ପରେ ଏ ବାବଦରେ ଜାଣିବା ପାଇଁ ଲୋକଙ୍କ ମନରେ ଉତ୍କଣ୍ଠା ସୃଷ୍ଟି ହୋଇଛି। କେଉଁ ପରିସ୍ଥିତିରେ ଏହି ଅସ୍ତ୍ରୋପଚାର କରାଯାଏ ଜାଣନ୍ତୁ ସବିଶେଷ ତଥ୍ୟ...

Advertisment

ଆଞ୍ଜିଓପ୍ଲାଷ୍ଟି କ’ଣ?
ବିଶେଷତଃ ହୃଦଘାତ କିମ୍ବା ଷ୍ଟ୍ରୋକ୍ ପରେ ଡାକ୍ତରମାନେ ଚିକିତ୍ସା ପାଇଁ ଆଞ୍ଜିଓପ୍ଲାଷ୍ଟିର ସାହାଯ୍ୟ ନିଅନ୍ତି। ହୃଦୟ ପରି ଶରୀରର ଅନ୍ୟ ଅଙ୍ଗରେ ମଧ୍ୟ ଅବରୋଧ ହେଲେ କିମ୍ବା ରକ୍ତ ପ୍ରବାହ ଠିକ୍ ନହେଲେ ଆଞ୍ଜିଓପ୍ଲାଷ୍ଟି କରାଯାଇଥାଏ। ଆଞ୍ଜିଓପ୍ଲାଷ୍ଟି ସର୍ଜରୀ ଦ୍ୱାରା ଶରୀରର ସମସ୍ତ ଅଙ୍ଗକୁ ସଠିକ୍ ଭାବରେ ରକ୍ତ ପ୍ରବାହ ହୋଇଥାଏ ଏବଂ ଜମାଟ ବାନ୍ଧିନଥାଏ। 

ଆଞ୍ଜିଓପ୍ଲାଷ୍ଟି କରିବାର କାରଣ କ’ଣ?

  • ଆଥେରୋସ୍କ୍ଲେରୋସିସ୍ ସମସ୍ୟାରେ ପୀଡିତ ଥିବା ବ୍ୟକ୍ତିମାନଙ୍କୁ ଆଞ୍ଜିଓପ୍ଲାଷ୍ଟି କରିବାକୁ ଡାକ୍ତରମାନେ ପରାମର୍ଶ ଦିଅନ୍ତି।
  • ଉଚ୍ଚ ରକ୍ତଚାପ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଆଞ୍ଜିଓପ୍ଲାଷ୍ଟି କରାଯାଏ।
  • ଗୁରୁତର ମଧୁମେହ ସମସ୍ୟା ହେଲେ ଆଞ୍ଜିଓପ୍ଲାଷ୍ଟି କରାଯାଏ।
Advertisment

କେଉଁମାନଙ୍କର ଆଞ୍ଜିଓପ୍ଲାଷ୍ଟି ହେବାର ଆଶଙ୍କା ଅଧିକ?

  • ମଧୁମେହ।
  • କିଡନୀ ଫେଲ୍।
  • ଫୁସଫୁସରେ ପାଣି ଜମାଟ।
  • ହାର୍ଟ ସମସ୍ୟା।
  • କମ୍ ରକ୍ତଚାପ(ଲୋ ବିପି)।
  • ଶିରାରେ ଅବରୋଧ।
  • ଅତ୍ୟଧିକ କ୍ୟାଲସିୟମ୍ ଥିଲେ ଏବଂ ପ୍ରାପ୍ତ ବୟସ୍କ ଲୋକଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଏ।

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ। 

Amitabh Bachchan Angioplasty Angioplasty Surgery