Advertisment

ଘାଇଲା କରୁଥିବା ବିରଳ ସ୍ନାୟୁ ରୋଗ GBS କ’ଣ? କାରଣ ଜଣାପଡ଼ୁନି

ଜିବିଏସ୍‌ ଗୋଟିଏ ବିରଳ ରୋଗ ହୋଇଥିବା ବେଳେ ଏଯାଏ ଏହା କ’ଣ ପାଇଁ ହେଉଛି, ସେକଥା ଡାକ୍ତରମାନେ ଜାଣିବାକୁ ସକ୍ଷମ ହୋଇନାହାନ୍ତି।

ଅଦ୍ୟତନ ହୋଇଛି
GBS

GBS

Advertisment

ଚିନ୍ତା ବଢ଼ାଇଛି ବିରଳ ସ୍ନାୟୁ ରୋଗ Guillain-Barre Syndrome ବା ଜିବିଏସ୍‌। ଦିନକୁ ଦିନ ଏହି ବିରଳ ରୋଗରେ ଅଧିକରୁ ଅଧିକ ଲୋକ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ଜିବିଏସ୍‌ ଗୋଟିଏ ବିରଳ ରୋଗ ହୋଇଥିବା ବେଳେ ଏଯାଏ ଏହା କ’ଣ ପାଇଁ ହେଉଛି, ସେକଥା ଡାକ୍ତରମାନେ ଜାଣିବାକୁ ସକ୍ଷମ ହୋଇନାହାନ୍ତି। ସେହିପରି ଏହାକୁ ରୋକିବାକୁ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ଔଷଧ ଏଯାଏ ବାହାରି ନାହିଁ। କେବଳ ଲକ୍ଷଣ ବନ୍ଦ କରିବା ପାଇଁ ଡାକ୍ତରମାନେ ଏହାର ଚିକିତ୍ସା କରନ୍ତି।

Advertisment

ଏହି ରୋଗରେ ଆକ୍ରାନ୍ତ ହେଉଥିବା ଲୋକ କେବେ ଠିକ ହେବେ, ତା’ର ମଧ୍ୟ ନିର୍ଦ୍ଦିଷ୍ଟ ସମୟସୀମା ନାହିଁ। ଦରକାର ପଡ଼ିଲେ ଜଣେ ୭ ଦିନରେ ସୁସ୍ଥ ହୋଇଯିବ। ଦରକାର ପଡ଼ିଲେ ସୁସ୍ଥ ହେବା ପାଇଁ ବର୍ଷବର୍ଷ ସମୟ ମଧ୍ୟ ଲାଗିବ।

ବର୍ତ୍ତମାନ ଜିବିଏସ୍‌ ପୁଣେରେ ଆତଙ୍କ ଖେଳାଇଛି। ପୁଣେର ୫୯ ଜଣ ଲୋକ ଏହି ବିରଳ ସ୍ନାୟୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେଣୁ ସେମାନଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ଏହାର କାରଣ ଜାଣିବା ପାଇଁ ଗୋଟିଏ ଟିମ ଗଠନ କରିଛି।

Advertisment

ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି, “ବୁଧବାର ସୁଦ୍ଧା ମୋଟ ଜିବିଏସ୍‌ ରୋଗୀଙ୍କ ସଂଖ୍ୟା ୫୯କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରେ ୩୮ ଜଣ ପୁରୁଷ ଓ ୨୧ ଜଣ ମହିଳା ରହିଛନ୍ତି। ୧୨ ଜଣଙ୍କୁ ଏବେ ଭେଣ୍ଟିଲେଟରରେ ରଖାଯାଇଛି।”

ଡାକ୍ତରମାନଙ୍କ କହିବା କଥା ଯେ ଜୀବାଣୁ କିମ୍ବା ଭୂତାଣୁ ଜନିତ ସଂକ୍ରମଣ ସମୟକ୍ରମେ ଜିବିଏସ୍‌ର ରୂପ ନେଇଥାଏ। ଏହା ଜଣେ ବ୍ୟକ୍ତିର ରୋଗପ୍ରତିରୋଧକ ଶକ୍ତିକୁ ସଂପୂର୍ଣ୍ଣ ଭାବେ ଦୁର୍ବଳ କରି ଦେଇଥାଏ। ଜିବିଏସ ଉଭୟ ଛୋଟ ପିଲା ଓ ଯୁବଗୋଷ୍ଠୀଙ୍କୁ ଆକ୍ରାନ୍ତ କରିପାରେ। ତଥାପି ଏହା କେବେ ହେଲେ କୌଣସି ମହାମାରୀର ରୂପ ନେଇ ପାରିବ ନାହିଁ। ଉପଯୁକ୍ତ ଚିକିତ୍ସା ଦ୍ୱାରା ଜଣେ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇପାରିବେ ବୋଲି ଡାକ୍ତରମାନେ କହିଛନ୍ତି।

GUILLAIN-BARRE SYNDROME ବା ଜିବିଏସ୍‌ କ’ଣ?

ଜିବିଏସ୍‌ ହେଉଛି ଗୋଟିଏ ବିରଳ ସ୍ନାୟୁଜନିତ ରୋଗ ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରି ସ୍ନାୟୁକୁ ଆଟାକ କରିଥାଏ। ଏହା ଦ୍ୱାରା ଜଣେ ଦୁର୍ବଳ ଅନୁଭବ କରିବା, ବଧିରା ହୋଇଯିବ ଏପରି କି ପକ୍ଷାଘାତର ଶିକାର ମଧ୍ୟ ହୋଇପାରନ୍ତି। ଜିବିଏସ କେବଳ ବିରଳ ନୁହେଁ, ଏହି ରୋଗ ସୃଷ୍ଟି ହେବାର କାରଣ ମଧ୍ୟ କାହାକୁ ଏଯାଏ ଜଣାନାହିଁ।

ମାୟୋ କ୍ଲିନକର ତଥ୍ୟ ଅନୁସାରେ ଜିବିଏସ୍‌ରେ ଆକ୍ରାନ୍ତ ହେଉଥିବା ଅଧିକାଂଶ ରୋଗୀଙ୍କ କ୍ଷେତ୍ରରେ ଅତିକମରେ ୬ ସପ୍ତାହ ଧରି ବିଭିନ୍ନ ସଂକ୍ରମଣର ଲକ୍ଷଣ ଦେଖାଯାଇଥାଏ। ଏହି ସଂକ୍ରମଣ ପରବର୍ତ୍ତୀ ଅବସ୍ଥାରେ ଜିବିଏସ୍‌ ଲକ୍ଷଣରେ ପରିଣତ ହୋଇଥାଏ। ଏହି ସଂକ୍ରମଣ ଯେକୌଣସି ଶ୍ୱାସକ୍ରିୟା ଜନିତ ଅସୁସ୍ଥ କିମ୍ବା ଗ୍ୟାସ ଜିନିତ ହୋଇପାରେ। ଦୁର୍ବଳତା ବ୍ୟତୀତ ଜିବିଏସ୍‌ର ଲକ୍ଷଣ ପ୍ରଥମେ ପାଦରେ ଦେଖାଯାଏ। ଏହାପରେ ପୂରା ଶରୀରକୁ ଗ୍ରାସ କରେ। ଗୋଡ଼, ହାତ, ମୁହଁ ଓ ଶ୍ୱାସ ମାଂସପେଶୀରେ ଏହା ସମସ୍ୟା ସୃଷ୍ଟି କରେ।

ଜିବିଏସ୍‌ରେ ଆକ୍ରାନ୍ତ ଜଣେ ବ୍ୟକ୍ତି ପାହାଚ ଚଢ଼ିବା କିମ୍ବା କେବଳ ଚାଲିବାରେ କଷ୍ଟ ଅନୁଭବ କରନ୍ତି। ଅନ୍ୟ ସାଧାରଣ ଲକ୍ଷଣ ହେଉଛି ମୁହଁରେ ଦୁର୍ବଳତା ଓ ପରେ ପୂରା ଶରୀରରେ ଦୁର୍ବଳତା ଅନୁଭବ ହେବା। 

ଜିବିଏସ୍‌ରେ ସ୍ନାୟୁ କ୍ଷତିଗ୍ରସ୍ତ ହେଉଥିବାରୁ ମସ୍ତିସ୍କକୁ ଠିକ ଭାବେ ସଙ୍କେତ ପହଞ୍ଚିପାରେ ନାହିଁ। ଜିବିଏସ ଯୋଗୁ ଦୃଷ୍ଟି ଶକ୍ତି ପ୍ରଭାବିତ ହୋଇଥାଏ। ଖାଇବା ଗିଳି ହୋଇ ନଥାଏ। ଜଣେ ଜିବିଏସ୍ ରୋଗୀ ଠିକ ଭାବେ କଥା କହି ପାରନ୍ତି ନାହିଁ କିମ୍ବା ଖାଦ୍ୟ ଚୋବାଇ ପାରନ୍ତି ନାହିଁ। ହାତ ଓ ପାଦରେ ପ୍ରବଳ ଯନ୍ତ୍ରଣା ଅନୁଭବ କରନ୍ତି। ରାତିରେ ଯନ୍ତ୍ରଣା ବଢ଼ିଯାଏ। ହଠାତ୍‌ ହୃଦସ୍ପନ୍ଦନ କମ ବେଶୀ ହୋଇଥାଏ। ରକ୍ତଚାପ ବଢ଼ିଥାଏ। ହଜମ ପ୍ରକ୍ରିୟାରେ ସମସ୍ୟା ଦେଖାଯାଏ।

ବର୍ତ୍ତମାନ ସୁଦ୍ଧା ଜିବିଏସ୍‌ର ଚିକିତ୍ସା ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନାହିଁ। କିନ୍ତୁ କିଛି ଥେରାପି ଦ୍ୱାରା ଏହା ସମୟକ୍ରମେ ହ୍ରାସ ପାଇଥାଏ।

Medical GBS
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe