Advertisment

ସ୍ତନ କର୍କଟ ଷ୍ଟେଜ୍ ୩ରେ ହିନା ଖାନ; କେତେ ମାରାତ୍ମକ ଏହି ଅବସ୍ଥା?

ବ୍ରେଷ୍ଟ କ୍ୟାନସର ଷ୍ଟେଜ୍ ଥ୍ରୀ କଣ, ଏହା କେତେ ମାରାତ୍ମକ, ଜାଣନ୍ତୁ...

Hina Khan

Hina Khan

Advertisment

ଟିଭି ସିରିଅଲ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ହିନା ଖାନ କ୍ୟାନସରରେ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ତାଙ୍କର ବ୍ରେଷ୍ଟ କ୍ୟାନସର ଷ୍ଟେଜ୍ ଥ୍ରୀ। ଏନେଇ ସେ ଏକ ସୋଶାଲ ମିଡିଆ ପୋଷ୍ଟ ଶୋଆର କରିବା ପରେ ଏହି ରୋଗ ବିଷୟରେ ଜାଣିବାକୁ ଅନେକଙ୍କ ମନରେ ଉତ୍କଣ୍ଠା ଯାତ ହୋଇଥିବ ନିଶ୍ଚୟ। ବାସ୍ତବରେ ବ୍ରେଷ୍ଟ କ୍ୟାନସର ଷ୍ଟେଜ୍ ଥ୍ରୀ କଣ, ଏହା କେତେ ମାରାତ୍ମକ, ଜାଣନ୍ତୁ...

Advertisment

ଷ୍ଟେଜ୍ ୩ ସ୍ତନ କର୍କଟ କ'ଣ ଏବଂ ଏହା କେତେ ବିପଜ୍ଜନକ?

  • ଆମେରିକାନ କ୍ୟାନସର ସୋସାଇଟି ଏବଂ ନ୍ୟାସନାଲ ବ୍ରେଷ୍ଟ କ୍ୟାନସର ଫାଉଣ୍ଡେସନ ଅନୁଯାୟୀ, ବ୍ରେଷ୍ଟ କ୍ୟାନସର ଷ୍ଟେଜ୍ ଥ୍ରୀ ହେଉଛି ସ୍ତନ କର୍କଟର ଏକ ଷ୍ଟେଜ୍ ବା ଅବସ୍ଥା, ଯେଉଁଥିରେ କୌଣସି ଆକାରର ଟ୍ୟୁମର ସ୍ତନ ନିକଟରେ ଥିବା ଅନ୍ୟ ଟିସୁ ଯଥା ଚର୍ମ, ମାଂସପେଶୀକୁ ବ୍ୟାପିଥାଏ। ଏହି ପର୍ଯ୍ୟାୟରେ, ଟ୍ୟୁମର ଲସିକା ଗ୍ରନ୍ଥି(lymph nodes)ରେ ବ୍ୟାପିପାରେ। ଏହି ଷ୍ଟେଜରେ ଟ୍ୟୁମର ୫ ସେଣ୍ଟିମିଟର ପର୍ଯ୍ୟନ୍ତ ହୋଇପାରେ।
  • ଏହା ସହିତ ଏହି ପର୍ଯ୍ୟାୟରେ, ବାହୁରେ ୪-୯ ଲିମ୍ଫ ନୋଡ ବଢି ଫୁଲିଯାଏ।
  • ଛାତି ହାଡ ତଳେ ଗୋଟିଏ କିମ୍ବା ଅଧିକ ଲିମ୍ଫ ନୋଡ ହୋଇପାରେ।
  • ସ୍ତନ ଉପରେ ଘା'ଏହାର ଅନ୍ୟତମ ଲକ୍ଷଣ।

ଷ୍ଟେଜ୍ ୩ ସ୍ତନ କର୍କଟ ଚିକିତ୍ସା ସମ୍ଭବ କି?
ଏହି ଟ୍ୟୁମରଗୁଡିକ ବହୁତ ବଡ଼ ଏବଂ ଆଖପାଖ ଟିସୁକୁ ଆକ୍ରାନ୍ତ କରିଥିବାରୁ ଅସ୍ତ୍ରୋପଚାର ଏକ ବିକଳ୍ପ ହୋଇପାରେ। ଅସ୍ତ୍ରୋପଚାର ମାଧ୍ୟମରେ ଟ୍ୟୁମରକୁ ବାହାର କରାଯାଇଥାଏ। ଅନେକ ସମୟରେ ସମ୍ପୂର୍ଣ୍ଣ ବ୍ରେଷ୍ଟ ରିମୁଭ୍ କରାଯାଇ ନଥାଏ। ଯଦି ସମ୍ଭବ ହୁଏ, ତେବେ ଡାକ୍ତରମାନେ ବିସିଏସ୍ ଅର୍ଥାତ୍ ସ୍ତନ ସଂରକ୍ଷଣ ଅସ୍ତ୍ରୋପଚାର(Breast-conserving surgery) ମଧ୍ୟ କରାଇଥାନ୍ତି। ଏହି ପଦ୍ଧତିରେ କେବଳ ସ୍ତନର ଯେଉଁ ଅଂଶରେ କ୍ୟାନସର ହୋଇଥାଏ, ତାହା ରିମୁଭ୍ କରାଯାଇଥାଏ। 

Advertisment

ଏହା ବ୍ୟତୀତ, ଏହି ପର୍ଯ୍ୟାୟରେ ସ୍ତନ କର୍କଟ ପାଇଁ କେମୋଥେରାପି ଏକ ସାଧାରଣ ଚିକିତ୍ସା। ବେଳେବେଳେ ଟ୍ୟୁମରକୁ ସଙ୍କୁଚିତ ଏବଂ ଅପସାରଣ କରିବାକୁ ସହଜ କରିବା ପାଇଁ ଅସ୍ତ୍ରୋପଚାର ପୂର୍ବରୁ କେମୋ ଦିଆଯାଇଥାଏ। ଯେଉଁ କ୍ଷେତ୍ରରେ ଅସ୍ତ୍ରୋପଚାର ବିକଳ୍ପ ନୁହେଁ, କେମୋଥେରାପି ମୁଖ୍ୟ ଚିକିତ୍ସା ହୋଇପାରେ।

ସ୍ତନ କର୍କଟ ସହ ଜଣେ ବ୍ୟକ୍ତି କେତେ ଦିନ ବଞ୍ଚିପାରିବେ?
ସଂପୂର୍ଣ୍ଣ ଚିକିତ୍ସା ପରେ ଜଣେ ବ୍ୟକ୍ତି ୫ ବର୍ଷ ବଞ୍ଚିବାର ସୁଯୋଗ ପ୍ରାୟ ୮୬%, କିନ୍ତୁ ଏହା ଅନେକ କାରଣ ଉପରେ ନିର୍ଭର କରେ। କର୍କଟ ରୋଗର ପ୍ରକାର ଓ ଗ୍ରେଡ୍, ଚିକିତ୍ସା ପ୍ରକାର ଓ ଏହାର ପ୍ରତିକ୍ରିୟା ଏବଂ ବିଭିନ୍ନ କାରଣଗୁଡ଼ିକ ଉପରେ ନିର୍ଭର କରିଥାଏ। ସବୁଠୁ ଚିନ୍ତାର ବିଷୟ ଯେ, ଏହି ପର୍ଯ୍ୟାୟରେଚିକିତ୍ସା ପରେ ମଧ୍ୟ ସ୍ତନ କର୍କଟ ପୁଣି ହେବାର ଆଶଙ୍କା ଥାଏ।

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଖାଦ୍ୟ ଗ୍ରହଣ ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। 

Hina Khan Health Tips Breast Cancer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe