Advertisment

ଶରୀରରୁ କମିଯାଉଛି ଏହି ସବୁ ଉପାଦାନ, ଜାଣନ୍ତୁ କିପରି କରିବେ ଭରଣ

ଏକ ଅଧ୍ୟୟନରୁ ଜଣାଯାଇଛି ଯେ, ଭାରତରେ ରହୁଥିବା ଲୋକଙ୍କ ଶରୀରରେ କିଛି ଆବଶ୍ୟକୀୟ ଉପାଦାନର ଅଭାବ ଦେଖାଯାଉଛି।

ଅଦ୍ୟତନ ହୋଇଛି
Doctor

Doctor

Advertisment

ସମ୍ପ୍ରତି ଏକ ଅଧ୍ୟୟନରୁ ଜଣାଯାଇଛି ଯେ, ଭାରତରେ ରହୁଥିବା ଲୋକଙ୍କ ଶରୀରରେ ଲୌହ ବା ଆଇରନ, କ୍ୟାଲସିୟମ ଏବଂ ଫୋଲେଟର ଅଭାବ ଦେଖାଯାଉଛି। ଏହି ଅଧ୍ୟୟନର ଫଳାଫଳ ଦି ଲାନସେଟରେ ପ୍ରକାଶ ପାଇଥିଲା। ଏହି ତିନି ଉପାଦନ ସ୍ୱାସ୍ଥ୍ୟ ପାଇଁ ନିହାତି ଜରୁରୀ। ଏସବୁର ଅଭାବକୁ ରୋକିବା ପାଇଁ କେଉଁ କେଉଁ ଖାଦ୍ୟ ଗ୍ରହଣ କରିବେ, ଜାଣନ୍ତୁ...

Advertisment

ଲୌହ ଅଭାବକୁ କିପରି ରୋକିବେ
ଲୌହ ଅଭାବକୁ ଦୂର କରିବା ପାଇଁ, ଖାଦ୍ୟରେ ଲୌହଯୁକ୍ତ ଖାଦ୍ୟ ଅନ୍ତର୍ଭୁକ୍ତ କରନ୍ତୁ। ଏଥିପାଇଁ ବିନ୍ସ, ଡାଲି, ଛୋଲେ, ସାଇଟ୍ରସ୍ ଫଳ, ପାଳଙ୍ଗ ଭଳି ଖାଦ୍ୟ ଗ୍ରହଣ କରନ୍ତୁ। ଏହା ବ୍ୟତୀତ ଲୌହ ଅଭାବକୁ ଦୂର କରିବା ପାଇଁ କଖାରୁ ମଞ୍ଜି ଏବଂ କାଜୁ ବାଦାମ ଖାଇବାକୁ ମଧ୍ୟ ପରାମର୍ଶ ଦିଆଯାଏ। ଯଦି ଶାକାହାରୀ ନୁହଁନ୍ତି, ତେବେ ରେଡ୍ ମିଟ୍, ସାମୁଦ୍ରିକ ଖାଦ୍ୟ ଏବଂ ମାଂସ ଖାଇପାରିବେ। କିନ୍ତୁ ରେଡ୍ ମିଟ୍ ଖାଇବାକୁ ଚାହୁଁଥିଲେ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଉଚିତ୍।

କ୍ୟାଲସିୟମ ଅଭାବକୁ ଦୂର କରିବାର ଉପାୟ
କ୍ୟାଲସିୟମ ଅଭାବ ଅସ୍ତି ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ। କ୍ୟାଲସିୟମ ଅଭାବରୁ ମୁକ୍ତି ପାଇବା ପାଇଁ ଦୁଗ୍ଧ, ଛେନା, ଦହି, ଘିଅ ଆଦି ଖାଇବା ଆବଶ୍ୟକ। ଏହା ବ୍ୟତୀତ ଟୋଫୁ (ସୋୟା ପନିର)ରେ ଉତ୍ତମ ପରିମାଣର କ୍ୟାଲସିୟମ୍ ମଧ୍ୟ ମିଳିଥାଏ। କ୍ୟାଲସିୟମ ଅଭାବକୁ ଦୂର କରିବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ବାଦାମ ଖାଇବାକୁ ପରାମର୍ଶ ଦିଅନ୍ତି।

Advertisment

ଫୋଲେଟ୍ ଅଭାବକୁ କିପରି ଦୂର କରିବେ
ଶରୀରରେ ଫୋଲେଟର ଅଭାବ କାରଣରୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ଉପୁଜିପାରେ। ଯଦି ଫୋଲେଟ୍ ଅଭାବରୁ ମୁକ୍ତି ପାଇବାକୁ ଚାହାଁନ୍ତି, ତେବେ ଡାଏଟରେ ପାଳଙ୍ଗ, ବ୍ରୋକୋଲି ଏବଂ ଉଲକୋବି ଖାଇବା ଉଚିତ୍। କମଳା, ଲେମ୍ବୁ, ଅଙ୍ଗୁର ଏବଂ ଆଭୋକାଡୋରେ ମଧ୍ୟ ଉତ୍ତମ ପରିମାଣର ଫୋଲେଟ୍ ମିଳିଥାଏ। 

Disclaimer: ଉପରିସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।

Health Tips Nutritional Deficiency Iron Calcium Folate
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe