Advertisment

ମଧୁମେହ ରୋଗୀ କେଉଁ ଡାଲି ଖାଇବେ ଓ ଖାଇବେନି?

ମଧୁମେହରୁ ମୁକ୍ତି ପାଇବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନୁହେଁ, ବରଂ ଖାଦ୍ୟରେ କଟକଣା ଜରୁରୀ।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ଖରାପ ଜୀବନଶୈଳୀ ଏବଂ ଖାଦ୍ୟାଭ୍ୟାସ କାରଣରୁ ଅଧିକାଂଶ ଲୋକ ଏବେ ମଧୁମେହରେ ପୀଡିତ। କହିବାକୁ ଗଲେ ବର୍ତ୍ତମାନ ସମୟରେ ଘରେ ଘରେ ଡାଇବେଟିସ ରୋଗୀ। ଏହି ରୋଗ ଏକ ଗମ୍ଭୀର ସମସ୍ୟା ନ ହେଲେ ବି ଅନ୍ୟାନ୍ୟ ରୋଗର କାରଣ ପାଲଟିଥାଏ।

Advertisment

ମଧୁମେହ ପ୍ରଭାବରୁ ମୁକ୍ତି ପାଇବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନୁହେଁ, ବରଂ ଖାଦ୍ୟରେ କଟକଣା ଜରୁରୀ। ଖାଦ୍ୟରେ କଟକଣା ଆଣିପାରିଲେ ରକ୍ତରେ ଶର୍କାର ସ୍ଥର ହ୍ରାସପାଏ। ଏଥିପାଇଁ ଏହି ରୋଗୀମାନଙ୍କୁ ଡାକ୍ତରମାନେ ଖାଦ୍ୟରେ ଅନେକ କଟକଣା ରଖିବାକୁ ପରାମର୍ଶ ଦିଅନ୍ତି। ପନିପରିବାଠୁ ନେଇ ଫଳମୂଳ ପର୍ଯ୍ୟନ୍ତ ବହୁତ କିଛି ଖାଇବାକୁ ବାରଣ ହୋଇଥାଏ। ତେବେ ଏସବୁ ମଧ୍ୟରେ ମଧୁମେହ ରୋଗୀମାନେ କେଉଁ ଡାଲି ଖାଇବେ ଏବଂ ନ ଖାଇବେ, ଜାଣନ୍ତୁ ଏହି ଆଲେଖ୍ୟରୁ...

ମଧୁମେହରେ କେଉଁ ଡାଲିରୁ ଦୂରେଇ ରହିବା ଉଚିତ୍?
ମଧୁମେହ ରୋଗୀଙ୍କ ରକ୍ତରେ ଶର୍କରା ସ୍ତର ଅନ୍ୟମାନଙ୍କ ତୁଳନାରେ ଅଧିକ ଥାଏ। ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହି ରୋଗୀଙ୍କୁ ବିରି ଡାଲି ଖାଇବାଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଅନ୍ତି। ଅନେକ ଲୋକ ବିରି ଡାଲିରେ ଲହୁଣୀ କିମ୍ବା ଘିଅ ମିଶାଇ ଖାଇଥାନ୍ତି। ମଧୁମେହ ରୋଗୀ ଏଥିରୁ ସମ୍ପୂର୍ଣ୍ଣ ଦୂରେଇ ରହିବା ଉଚିତ୍। 

Advertisment

ମଧୁମେହରେ କେଉଁ ଡାଲି ଖାଇବା ଲାଭଦାୟକ?
ମଧୁମେହ ରୋଗୀମାନେ ବିରି ଡାଲି ବଦଳରେ ମଶୁର, ମୁଗ ଏବଂ ଚଣା ଡାଲି ଖାଇପାରିବେ। ଏହା ସେମାନଙ୍କ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ। ମଶୁର ଡାଲିରେ ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ୍ ଥାଏ। ଏହା ବ୍ୟତୀତ ଏଥିରେ ଲୌହ, ଫୋଲେଟ୍, ଜିଙ୍କ୍ ଏବଂ ଅନେକ ଭିଟାମିନ୍ ମିଳିଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ।

ମଧୁମେହକୁ ନିୟନ୍ତ୍ରଣ କରିବା ପାଇଁ ଟିପ୍ସ
ମଧୁମେହକୁ ନିୟନ୍ତ୍ରଣରେ ରଖିବାର ସର୍ବୋତ୍ତମ ଉପାୟ ହେଉଛି ଖାଦ୍ୟରେ କଟକଣା। ଖାଇବା ଅଭ୍ୟାସରେ ଉନ୍ନତି ପାଇଁ ଧ୍ୟାନ ଦେବା ଉଚିତ୍। ଡାକ୍ତରଙ୍କ ପରାମର୍ଶଦିତ ଖାଦ୍ୟ ବ୍ୟତୀତ ବ୍ୟାୟାମ ଏବଂ ଶାରୀରିକ କାର୍ଯ୍ୟକଳାପ ନିୟମିତ କରିବା ଦ୍ୱାରା ମଧୁମେହ ନିୟନ୍ତ୍ରଣରେ ରହିଥାଏ। ଫଳରେ ଜଣେ ବ୍ୟକ୍ତି ସାଧାରଣ ଜୀବନଯାପନ କରିବାକୁ ସମର୍ଥ ହୋଇପାରିବ।  

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଉପାଦେୟ।  

Health Diabetes Diabetes Health Tips