Advertisment

ଖାଲି ପେଟରେ କେଉଁ ଫଳ ସେବନ ସ୍ୱାସ୍ଥ୍ୟ ପାଇଁ ଉପାଦେୟ, ଜାଣନ୍ତୁ...

ଡାକ୍ତରମାନେ ପ୍ରାୟତଃ କୁହନ୍ତି ଯଦି ଦିନଟିକୁ ସୁସ୍ଥତାର ସହ ଅତିବାହିତ କରିବାକୁ ଚାହୁଁଛନ୍ତି, ତେବେ ଫଳ ସହିତ ଆରମ୍ଭ କରନ୍ତୁ।

author-image
Debibandita Barick
ଅଦ୍ୟତନ ହୋଇଛି
Fruits

Fruits

ଫିଟ୍ ରହିବା ପାଇଁ ଖାଦ୍ୟ ନିହାତି ଜରୁରୀ। ଖାଦ୍ୟ ଖାଇବା ଯେତିକି ଜରୁରୀ, ତା'ଠୁ ଅଧିକ ଜରୁରୀ କେଉଁ ଖାଦ୍ୟ ଏବଂ କେତେବେଳେ ଖାଉଛନ୍ତି। ଏଥିପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସଠିକ୍ ସମୟରେ ଉପଯୁକ୍ତ ଫଳ ଏବଂ ପନିପରିବା ଖାଇବାକୁ ପରାମର୍ଶ ଦିଅନ୍ତି। ସୁସ୍ଥ ଶରୀର ପାଇଁ ଖାଦ୍ୟରେ ଫଳ ଅନ୍ତର୍ଭୂକ୍ତ କରିବାକୁ କହନ୍ତି, କାରଣ ଫଳ ହଜମ ପ୍ରକ୍ରିୟାକୁ ପରିଚାଳିତ କରେ। ଡାକ୍ତରମାନେ ପ୍ରାୟତଃ କୁହନ୍ତି ଯଦି ଦିନଟିକୁ ସୁସ୍ଥତାର ସହ ଅତିବାହିତ କରିବାକୁ ଚାହୁଁଛନ୍ତି, ତେବେ ଫଳ ସହିତ ଆରମ୍ଭ କରନ୍ତୁ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠେ, ଖାଲି ପେଟରେ କେଉଁ ଫଳ ଖାଇବା ଉଚିତ୍ ଏବଂ ଅନୁଚିତ୍। ତେବେ କେଉଁ ଫଳଗୁଡିକୁ ଖାଲି ପେଟରେ ଖାଇବା ଦ୍ୱାରା ଲାଭ ମିଳିଥାଏ, ସେ ବାବଦରେ ନିମ୍ନରେ ବର୍ଣ୍ଣନା କରାଯାଇଛି...

Advertisment

କିୱି:- ଏଥିରେ ଅନେକ ପୋଷକ ତତ୍ତ୍ୱ ରହିଥାଏ, ଯାହାକୁ ଖାଲି ପେଟରେ ଖାଇପାରିବେ। ଡେଙ୍ଗୁ ରୋଗୀଙ୍କ ପାଇଁ କିୱି ବେଶ୍ ଲାଭକାରୀ। ଏହି କାରଣରୁ, ହଜମ ପ୍ରକ୍ରିୟା ସଠିକ୍ ରହିଥାଏ ଏବଂ ଶରୀରକୁ ମଧ୍ୟ ଅଧିକ ଶକ୍ତି ମିଳିଥାଏ।

ଆପଲ୍:- ଖାଲି ପେଟରେ ଆରାମରେ ଆପଲ୍ ଖାଇପାରିବେ। ଖାଲି ପେଟରେ ଆପଲ୍ ଖାଇବା ଦ୍ୱାରା ଓଜନ ନିୟନ୍ତ୍ରଣରେ ରହିବା ସହିତ ଶରୀରରେ ପୁଷ୍ଟିକର ଖାଦ୍ୟର ଅଭାବ ଦୂର ହୁଏ। କୋଷ୍ଠକାଠିନ୍ୟ ଏବଂ ଗ୍ୟାଷ୍ଟିକରୁ ମୁକ୍ତି ମିଳେ। ହଜମ ପ୍ରକ୍ରିୟା ଠିକ୍ ରହେ।

Advertisment

ଡାଳିମ୍ବ:- ଏଥିରେ ପ୍ରଚୁର ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଥାଏ। ଖାଲି ପେଟରେ ଡାଳିମ୍ବକୁ ଆରାମରେ ଖାଇପାରିବେ। ଡାଳିମ୍ବ ଖାଇବା ଦ୍ୱାରା ଶରୀରରେ ଲୌହ ଅଭାବ ରହେ ନାହିଁ ଏବଂ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଦୃଢ ହୋଇଥାଏ।

ଅମୃତଭଣ୍ଡା:- ଏହାକୁ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ଯଦି ଓଜନ ନିୟନ୍ତ୍ରଣରେ ରଖିବାକୁ ଚାହାଁନ୍ତି ତେବେ ଅମୃତଭଣ୍ଡା ସେବନ କରନ୍ତୁ, ଏହା ସର୍ବୋତ୍ତମ। କୋଲେଷ୍ଟ୍ରଲକୁ ମଧ୍ୟ ନିୟନ୍ତ୍ରଣରେ ରଖେ। କୋଷ୍ଠକାଠିନ୍ୟ ଏବଂ ଫ୍ଲାଟୁଲେନ୍ସ ସମସ୍ୟା ମଧ୍ୟ ଦୂର କରେ।

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଉପାଦେୟ। 

Odia Health Tips Obesity Health News Diet Tips