Advertisment

ରକ୍ତହୀନତା ଦୂର ପାଇଁ ସେବନ କରନ୍ତୁ ଏହି ସବୁ ଖାଦ୍ୟ

କେଉଁ ଖାଦ୍ୟ ଖାଇବା ଦ୍ୱାରା ରକ୍ତହୀନତା ସମସ୍ୟାକୁ ଦୂର କରାଯାଇ ପାରିବ, ଜାଣନ୍ତୁ...

author-image
Debibandita Barick
Foods

Foods

ଭାରତରେ ମହିଳାମାନଙ୍କ କ୍ଷେତ୍ରରେ ଏନିମିଆ ବା ରକ୍ତହୀନତା ରୋଗ ଅଧିକ ଦେଖାଯାଏ। ରାଷ୍ଟ୍ରୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣର ତଥ୍ୟ ଅନୁଯାୟୀ, ଭାରତରେ 15ରୁ 49 ବର୍ଷ ବୟସର ପ୍ରାୟ 53.1 ପ୍ରତିଶତ ମହିଳା ରକ୍ତହୀନତାର ଶିକାର। ଏହାର ମୁଖ୍ୟ କାରଣ ସଠିକ୍ ଖାଦ୍ୟର ଅଭାବ। କେଉଁ ଖାଦ୍ୟ ଖାଇବା ଦ୍ୱାରା ରକ୍ତହୀନତା ସମସ୍ୟାକୁ ଦୂର କରାଯାଇ ପାରିବ, ଜାଣନ୍ତୁ...

Advertisment

ଆପଲ୍ ଏବଂ ବିଟ୍ ଜୁସ୍
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଆପଲ ଏବଂ ବିଟ୍ ଖାଇବା ଦ୍ୱାରା ଶରୀରରେ ରକ୍ତ ଅଭାବକୁ ଦୂର କରାଯାଇ ପାରିବ। ପ୍ରତିଦିନ ଗୋଟିଏ କପ୍ ଆପଲ୍ ଏବଂ ଅଧା କପ୍ ବିଟ୍ ଜୁସ୍ ପିଇବା ଦ୍ୱାରା ରକ୍ତରେ ହିମୋଗ୍ଲୋବିନ୍ ପରିମାଣ ବଢିଥାଏ। ଏଥିସହ ଟମାଟୋ ଏବଂ ଏହାର ଜୁସକୁ ମଧ୍ୟ ପିଇପାରିବେ। ଟମାଟୋ ରକ୍ତହୀନତା ଦୂର କରିବାରେ ଏକ ପ୍ରମୁଖ ପରିବା।

ପାଳଙ୍ଗ ଶାଗ
ବିଭିନ୍ନ ଶାଗ ମଧ୍ୟରୁ ପାଳଙ୍ଗ ସ୍ୱାସ୍ଥ୍ୟ ପାଇଁ ସର୍ବୋତ୍ତମ। ଏଥିରେ ପୁଷ୍ଟିକର ଉପାଦେୟ ଭରି ରହିଛି। ପାଳଙ୍ଗରୁ ମଧ୍ୟ ଆଇରନ୍ ମିଳିଥାଏ, ଯାହା ରକ୍ତହୀନତା ରୋଗୀଙ୍କ ପାଇଁ ଲାଭଦାୟକ। ରକ୍ତହୀନତା ରୋଗୀ ସର୍ବଦା ପାଳଙ୍ଗ ଶାଗ ଖାଇବା ଉଚିତ୍।

Advertisment

କିସମିସ୍ 
ରକ୍ତହୀନତାକୁ ଦୂର କରିବା ପାଇଁ କିସମିସ୍ ଖାଇପାରିବେ। ଏଥିରେ ମଧ୍ୟ ଆଇରନ୍ ଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏନିମିଆ ବା ରକ୍ତହୀନତା ଥିବା ରୋଗୀଙ୍କୁ କିସମିସ୍ ଖାଇବା ପାଇଁ ପରାମର୍ଶ ଦିଅନ୍ତି। 

Disclaimer: ଉପରିସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।

Anemia Food For Anemia Patient Anemia Prevention Health Tips