Advertisment

ମଙ୍କିପକ୍ସର ପ୍ରଥମ ଟିକାକୁ ମିଳିଲା WHOର ଗ୍ରୀନ୍ ସିଗନାଲ

ବିଶ୍ୱବ୍ୟାପୀ ମଙ୍କିପକ୍ସ ସଂକ୍ରମଣ ବୃଦ୍ଧି ମଧ୍ୟରେ ଆସିଛି ଖୁସି ଖବର।

ଅଦ୍ୟତନ ହୋଇଛି
Vaccine

Vaccine

Advertisment

ବିଶ୍ୱବ୍ୟାପୀ ମଙ୍କିପକ୍ସ ସଂକ୍ରମଣ ବୃଦ୍ଧି ମଧ୍ୟରେ ଆସିଛି ଖୁସି ଖବର। ମଙ୍କିପକ୍ସର ପ୍ରଥମ ଟିକା ବଭାରିଆନ୍ ନର୍ଡ଼ିକ୍ ବା MVA-BNକୁ ଗ୍ରୀନ୍ ସିଗନାଲ୍ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍କିପକ୍ସ ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର ପାଇଁ ଏହି ଟିକାକୁ ପ୍ରାକ୍-ଯୋଗ୍ୟତା ଶ୍ରେଣୀରେ ଅନ୍ତର୍ଭୁକ୍ତ କରିଛି। 

Advertisment

WHO ଏକ ବିବୃତ୍ତିରେ କହିଛି ଯେ, ପୂର୍ବରୁ ଦିଆଯାଇଥିବା MVA-BNର ଗୋଟିଏ ଡୋଜ୍ ଟିକା ପ୍ରାୟ 76 ପ୍ରତିଶତ ପ୍ରଭାବଶାଳୀ ଦର୍ଶାଇଥିଲା। ବର୍ତ୍ତମାନ ଦ୍ୱିତୀୟ ଡୋଜ୍ ଟିକା 82 ପ୍ରତିଶତ ଫଳପ୍ରଦତା ହାସଲ କରିବ ବୋଲି ଆକଳନ କରାଯାଉଛି। ଏହା ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି WHOର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍ ଆଡାନୋମ୍ ଗେବ୍ରିୟସସ୍ କହିଛନ୍ତି।

MVA-BN ଟିକାକୁ ସ୍ମଲପକ୍ସ, ମଙ୍କିପକ୍ସ ଏବଂ ଏହା ସମ୍ବନ୍ଧୀୟ ଅର୍ଥୋପକ୍ସ ଭାଇରସ୍ ଇନଫେକ୍ସନ କ୍ଷେତ୍ରରେ ବ୍ୟବହାର କରାଯାଇ ପାରିବ। 18 ବର୍ଷରୁ ଅଧିକ ବୟସ୍କ ସମସ୍ତ ବୟସ୍କ ବ୍ୟକ୍ତି ଏହି ଟିକା ନେଇପାରିବେ। 4 ସପ୍ତାହ ବ୍ୟବଧାନ ଅର୍ଥାତ୍ ଗୋଟିଏ ମାସ ବ୍ୟବଧାନରେ ଦୁଇ ଡୋଜ୍ ଟିକା ଦିଆଯିବ। 

Advertisment

ବିଶେଷକରି ଆଫ୍ରିକୀୟ ଦେଶରେ ବ୍ୟାପୁଥିବା Mpox ହେଉଛି ଏକ ଭାଇରାଲ୍ ସଂକ୍ରମଣ। ପାଖାପାଖି 17ଟି ଦେଶକୁ ମଙ୍କିପକ୍ସ ବିସ୍ତାର କରିସାରିଛି। କିନ୍ତୁ ଜୁଲାଇରେ ନୂଆ ଭାରିଆଣ୍ଟ 'କ୍ଲେଡ୍ 1ବି' ଚିହ୍ନଟ ହେବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅଗଷ୍ଟ 14ରେ ଏହାକୁ ହେଲଥ ଏମର୍ଜେନ୍ସି ଭାବେ ଘୋଷଣା କରିଥିଲା। 

WHO Mpox Vaccine Monkeypox
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe