Advertisment

ବିଶ୍ୱରେ ପ୍ରଥମ ଘଟଣା, ବାର୍ଡ ଫ୍ଲୁ ସଂକ୍ରମଣରେ ଜଣେ ବ୍ୟକ୍ତି ମୃତ

ଭୂତାଣୁ ସଂକ୍ରମଣର ମାଧ୍ୟମ ଜଣାପଡିନଥିବା କହିଛି WHO।

ଅଦ୍ୟତନ ହୋଇଛି
Bird Flu Test

Bird Flu Test

Advertisment

ବାର୍ଡ ଫ୍ଲୁ ସଂକ୍ରମଣକୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ମେକ୍ସିକୋର ଜଣେ ବ୍ୟକ୍ତିଙ୍କର ବାର୍ଡ ଫ୍ଲୁ ସଂକ୍ରମଣରେ ମୃତ୍ୟୁ ଘଟିଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ରିପୋର୍ଟ କରିଛି। 

Advertisment

WHO ସୂଚନା ଅନୁସାରେ, ମୃତ ବ୍ୟକ୍ତିଙ୍କର ପୂର୍ବରୁ ଏକାଧିକ ସ୍ୱାସ୍ଥ୍ୟ ଜଟିଳତା ରହିଥିଲା, କିନ୍ତୁ କେଉଁ ମାଧ୍ୟମରେ ଭୂତାଣୁ ସଂକ୍ରମଣ ହୋଇଥିଲା, ତାହା ଜଣାପଡି ନାହିଁ। ତଥାପି ବର୍ତ୍ତମାନ ବାର୍ଡ ଫ୍ଲୁକୁ ନେଇ ଭୟଭୀତ ହେବାର ନାହିଁ, ସଂକ୍ରଣ ବିପଦ କମ୍ ରହିଛି ବୋଲି WHO କହିଛି। 

WHO କହିଛି ଯେ, ମୃତ ବ୍ୟକ୍ତିଙ୍କର ଏକାଧିକ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଜଟିଳତା ଥିଲା। ସେ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ଏକାଧିକ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥିଲେ। ମୃତ ବ୍ୟକ୍ତିଙ୍କୁ ମଧ୍ୟ 59 ବର୍ଷ ହୋଇଥିଲା। ସେ ଏପ୍ରିଲରେ ମେକ୍ସିକୋ ସିଟିର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କର ଜ୍ୱର, ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା, ଝାଡ଼ା, ବାନ୍ତି ଏବଂ ସାଧାରଣ ଅସୁସ୍ଥତା ରହିଥିଲା। 

Advertisment

ଲାବରେ ପରୀକ୍ଷଣ ପରେ କାଙ୍କ ଶରୀରରେ  A(H5N2) ଭୂତାଣୁ ଚିହ୍ନଟ ହୋଇଥିଲା। ପୂର୍ବରୁ ଏପରି କୌଣସି ବ୍ୟକ୍ତିଙ୍କଠାରେ ଏହି ଭୂତାଣୁ ଚିହ୍ନଟ ହୋଇନଥିଲା, ଏହା ପ୍ରଥମ ମାମଲା ଏବଂ ମେକ୍ସିକୋର ଜଣେ ବ୍ୟକ୍ତିଙ୍କଠାରେ ପ୍ରଥମ H5 ଭୂତାଣୁ ରିପୋର୍ଟ ହୋଇଥିବା WHO କହିଛି। 

WHO ଆହୁରି ଯେ, ମୃତକ କୁକୁଡ଼ା କିମ୍ବା ଅନ୍ୟ ପ୍ରାଣୀମାନଙ୍କ ସଂସ୍ପର୍ଶରେ ଆସିବାର କୌଣସି ଇତିହାସ ନାହିଁ। ତଥାପି ତାଙ୍କୁ ଭୂତାଣୁ କିପରି ସଂକ୍ରମିତ ହେଲା ତାହା ଜଣାପଡି ନାହିଁ।  

ମେକ୍ସିକୋର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ମୃତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟକୁ ନେଇ ରିପୋର୍ଟ କରିଛି। ତାଙ୍କର କ୍ରନିକ୍ କିଡନୀ ରୋଗ ଏବଂ ଟାଇପ୍-୨ ଡାଇବେଟିସ ଥିଲା ବୋଲି ମେକ୍ସିକୋ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। 

ସେପଟେ ବୈଜ୍ଞାନିକମାନେ କହିଛନ୍ତି ଯେ, ଏହି ମାମଲା ଆମେରିକାରେ ତିନି ଜଣ ପଶୁ ପାଳକଙ୍କୁ ବ୍ୟାପୁଥିବା H5N1 ବାର୍ଡ ଫ୍ଲୁ ସହ କୌଣସି ସମ୍ପୃକ୍ତି ନାହିଁ। 

WHO Bird Flu Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe