Advertisment

ସେରମ୍ ଇନଷ୍ଟିଚ୍ୟୁଟ୍ ପ୍ରସ୍ତୁତ ମ୍ୟାଲେରିଆ ଟିକାକୁ ମିଳିଲା ବ୍ୟବହାର ଅନୁମତି

ମ୍ୟାଲେରିଆ ଟିକା R21/Matrix-Mକୁ ବ୍ୟବହାର ପାଇଁ ବିଶ୍ୱ ସ୍ଥାସ୍ଥ୍ୟ ସଂଗଠନ(WHO)ର ଅନୁମତି ମିଳିଛି।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ଅକ୍ସଫୋର୍ଡ ୟୁନିଭରସିଟି ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ମିଳିତ ଭାବେ ବିକଶିତ କରିଥିବା ମ୍ୟାଲେରିଆ ଟିକାକୁ ମିଳିଛି ବ୍ୟାବହାରିକ ଅନୁମତି। ମ୍ୟାଲେରିଆ ଟିକା R21/Matrix-Mକୁ ବ୍ୟବହାର ପାଇଁ ବିଶ୍ୱ ସ୍ଥାସ୍ଥ୍ୟ ସଂଗଠନ(WHO)ର ଅନୁମତି ମିଳିଛି। ଟିକାର ଆବଶ୍ୟକୀୟ ନିରାପତ୍ତା, ଗୁଣବତ୍ତା ଏବଂ କାର୍ଯ୍ୟକାରିତା ମାନ ନୀରିକ୍ଷଣ କରିବା ପରେ ସଂଗଠନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଛି।

Advertisment

WHO ସ୍ୱାଧୀନ ପରାମର୍ଶଦାତା ସଂସ୍ଥା, ଷ୍ଟ୍ରାଟେଜିକ୍ ଆଡଭାଇଜରୀ ଗ୍ରୁପ୍ ଅଫ୍ ଏକ୍ସପର୍ଟସ (SAGE) ଏବଂ ମ୍ୟାଲେରିଆ ପଲିସି ଆଡଭାଇଜରୀ ଗ୍ରୁପ୍ (MPAG) ବୈଜ୍ଞାନିକ ସମୀକ୍ଷା ପରେ R21/Matrix-M ମ୍ୟାଲେରିଆ ଟିକା ଏଣିକି ବ୍ୟବହାର କରାଯାଇ ପାରିବ ବୋଲି ସୁପାରିଶ କରିଛି।

ଟିକାକୁ ଅନୁମୋଦନ ମିଳିବା ପରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏକ ବିବୃତ୍ତିରେ କହିଛି ଯେ, ପ୍ରି-କ୍ଲିନିକାଲ୍ ଏବଂ କ୍ଲିନିକାଲ୍ ଟ୍ରାଏଲ୍ ତଥ୍ୟ ଉପରେ ଆଧାର କରି ଏହି ସୁପାରିଶ ଦିଆଯାଇଛି। ଚାରିଟି ଦେଶରେ ମୌସୁମୀ ଏବଂ ଅଣ-ମୌସୁମୀ ସମୟରେ ହେଉଥିବା ମ୍ୟାଲେରିଆ ରୋଗୀଙ୍କ ଉପରେ ପରୀକ୍ଷା ନୀରିକ୍ଷା କରିବା ପରେ ନିରାପତ୍ତା ଓ ପ୍ରଭାବକୁ ଦୃଷ୍ଟିରେ ରଖି ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମତି ମିଳିଛି।

Advertisment

ଏହି ଟିକା ପିଲାମାନଙ୍କଠାରେ ମ୍ୟାଲେରିଆ ଦୂରିକରଣ କ୍ଷେତ୍ରରେ WHO ଦ୍ୱାରା ଅନୁମୋଦିତ ଦ୍ୱିତୀୟ ପ୍ରଭାବଶାଳୀ ଟିକା ବୋଲି ସେରମ୍ ଇନଷ୍ଟିଚ୍ୟୁଟ୍ ବିବୃତ୍ତିରେ କହିଛି। 

ୟୁରୋପିଆନ୍ ଆଣ୍ଡ୍ ଡେଭଲପିଂ କଣ୍ଟ୍ରିଜ୍ କ୍ଲିନିକାଲ୍ ଟ୍ରାଏଲ୍ସ ପାର୍ଟନରସିପ୍ (EDCTP), ୱେଲକମ୍ ଟ୍ରଷ୍ଟ ଏବଂ ୟୁରୋପୀୟ ନିବେଶ ବ୍ୟାଙ୍କ(EIB)ର ସହଯୋଗରେ ଅକ୍ସଫୋର୍ଡ ୟୁନିଭରସିଟି ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଜେନେର୍ ଇନଷ୍ଟିଚ୍ୟୁଟରେ ଏହି ଟିକା ପ୍ରସ୍ତୁତ କରାଯାଇଥିଲା। ଆଜି ପର୍ଯ୍ୟନ୍ତ, ଘାନା, ନାଇଜେରିଆ ଏବଂ ବୁର୍କିନା ଫାସୋରେ ବ୍ୟବହାର ପାଇଁ R21/Matrix-M ମ୍ୟାଲେରିଆ ଟିକାକୁ ଅନୁମୋଦନ ମିଳିଛି।

ଔଷଧ ଆବଶ୍ୟକ କରୁଥିବା, ବିଛଣାରେ ମଶାରୀ ଟାଙ୍ଗି ରହୁଥିବା ରୋଗୀଙ୍କ ଚିକିତ୍ସା ସହ ଏହି ଟିକା ଲକ୍ଷ ଲକ୍ଷ ଶିଶୁ ଏବଂ ସେମାନଙ୍କ ପରିବାର ଲୋକଙ୍କ ଜୀବନ ବଞ୍ଚାଇବାରେ ତଥା ଉନ୍ନତି ଆଣିବାରେ ସହାୟକ ହେବ ବୋଲି ସେରମ ଇନଷ୍ଟିଚ୍ୟୁଟ କହିଛି।

WHO Malaria Vaccine University Serum Institute R21/Matrix-M