Advertisment

ଓଡ଼ିଶାରେ କାହିଁକି ବିଳମ୍ୱ ହେବ ବରିଷ୍ଠଙ୍କ ପାଇଁ ଆୟୁଷ୍ମାନ ଭାରତ?

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଆସନ୍ତାକାଲି ଆୟୁଷ୍ମାନ ଭାରତ ପାର୍ଟ-୨ ଲଞ୍ଚ ହେବା ପରେ ଓଡ଼ିଶା ଏହାକୁ କେବଳ ନୀତିଗତ ଭାବେ ଗ୍ରହଣ କରିବ। କିନ୍ତୁ ଚଳିତ ଆର୍ଥିକ ବର୍ଷ ଶେଷ ଆଡକୁ ଯୋଜନା ଲାଗୁ ହୋଇପାରେ। ଏଥିପାଇଁ ସରକାର ପ୍ରସ୍ତୁତି ଚଳାଇଛନ୍ତି।

author-image
Manoranjan Sial
Ayushman Bharat

Ayushman Bharat

ମଙ୍ଗଳବାରଠାରୁ ସାରା ଦେଶରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ ପାର୍ଟ-୨। ୭୦ ବର୍ଷରୁ ଅଧିକ ସମସ୍ତ ବରିଷ୍ଠ ନାଗରିକଙ୍କୁ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ମିଳିବ ସ୍ୱାସ୍ଥ୍ୟ ବୀମା। କିନ୍ତୁ ଓଡ଼ିଶାରେ ଏହି ଯୋଜନା କାର୍ଯ୍ୟକାରୀରେ ହେବାରେ ସାମାନ୍ୟ ବିଳମ୍ବ ହେବ। କାହିଁକି ନା ଏଯାଏ ରାଜ୍ୟରେ ଆୟୁଷ୍ମାନ ଭାରତ ପାଇଁ ମୋଡାଲିଟି ସ୍ଥିର ହୋଇନାହିଁ। ସେପଟେ ଯଥାଶୀଘ୍ର SOP ଆଣି ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପାଇଁ ଦାବି କରିଛନ୍ତି ବରିଷ୍ଠ ନାଗରିକ।

Advertisment

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଆସନ୍ତାକାଲି ଆୟୁଷ୍ମାନ ଭାରତ ପାର୍ଟ-୨ ଲଞ୍ଚ ହେବା ପରେ ଓଡ଼ିଶା ଏହାକୁ କେବଳ ନୀତିଗତ ଭାବେ ଗ୍ରହଣ କରିବ। କିନ୍ତୁ ଚଳିତ ଆର୍ଥିକ ବର୍ଷ ଶେଷ ଆଡକୁ ଯୋଜନା ଲାଗୁ ହୋଇପାରେ। ଏଥିପାଇଁ ସରକାର ପ୍ରସ୍ତୁତି ଚଳାଇଛନ୍ତି। ଖୁବଶୀଘ୍ର ମୋଡାଲିଟି ପ୍ରସ୍ତୁତ ହେବ। ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ସରିଛି। କେନ୍ଦ୍ର ସରକାରଙ୍କ ସହ ମଧ୍ୟ ଆଲୋଚନା କରାଯାଇଛି। ଉଭୟ ଆୟୁଷ୍ମାନ ଭାରତ ଓ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଆରୋଗ୍ୟ ଯୋଜନା ପାଇଁ ଗୋଟିଏ କାର୍ଡ ରହିବ। ପ୍ରାୟ ୧ କୋଟି ପରିବାର ଏହି ନୂଆ କାର୍ଡ ପାଇବେ। ଏହାଦ୍ୱାରା ସାଢେ ୩ କୋଟି ଲୋକ ଉପକୃତ ହେବେ। ଆଗରୁ ବିଏସ୍‌କେୱାଇ କାର୍ଡରେ ମାତ୍ର ୯୫୦ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳୁଥିଲା। କିନ୍ତୁ ନୂଆ କାର୍ଡରେ ସାରା ଦେଶର ୨୭ ହଜାର ହସ୍ପିଟାଲରେ ସ୍ୱାସ୍ଥ୍ୟ ବୀମା ପାଇ ପାରିବେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।

ସେପଟେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି କାର୍ଯ୍ୟକ୍ରମରେ ଭିସି ଜରିଆରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଆୟୁଷ୍ମାନ ଭାରତ ପାର୍ଟ-୨ ସହ ଖୋର୍ଦ୍ଧାରେ ଯୋଗ ଓ ପ୍ରାକୃତିକ ଚିକିତ୍ସା ଲାଗି କେନ୍ଦ୍ରୀୟ ଅନୁସନ୍ଧାନ ପ୍ରତିଷ୍ଠାନର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ। ଏହାସହ ଭୁବନେଶ୍ୱର ଗୋଠପାଟଣାରେ ସେଣ୍ଟ୍ରାଲ ଡ୍ରଗ୍ସ ଟେଷ୍ଟିଂ ଲାବ୍ରୋଟାରୀ ଓ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ କ୍ରିଟିକାଲ୍‌ କେୟାର ସେଣ୍ଟରର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ।

Advertisment
Health Ayushman Bharat