Advertisment

କାହିଁକି ହୁଏ କର୍କଟ? ଜାଣନ୍ତୁ ରୋଗର କାରଣ, ଲକ୍ଷଣ ଓ ନିରାକରଣ

ଇଣ୍ଡିଆନ୍ କାଉନସିଲ୍ ଫର ମେଡିକାଲ୍ ରିସର୍ଚ୍ଚ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ ୨୦୨୫ ସୁଦ୍ଧା ଭାରତରେ କର୍କଟ ରୋଗୀ ସଂଖ୍ୟା ସାତଗୁଣ ବୃଦ୍ଧି ହେବାର ଆଶଙ୍କା କରାଯାଉଛି।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ଆମ ପରିବର୍ତ୍ତିତ ଜୀବନଶୈଳୀ ଅନେକ ଗମ୍ଭୀର ରୋଗର ମୁଖ୍ୟ କାରଣ ପାଲଟିଛି। ସେଥିମଧ୍ୟରୁ କର୍କଟ ଅନ୍ୟତମ, ଯାହା ବିଶ୍ୱ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଛି। ଇଣ୍ଡିଆନ୍ କାଉନସିଲ୍ ଫର ମେଡିକାଲ୍ ରିସର୍ଚ୍ଚ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ ୨୦୨୫ ସୁଦ୍ଧା ଭାରତରେ କର୍କଟ ରୋଗୀଙ୍କ ସଂଖ୍ୟା ସାତଗୁଣ ବୃଦ୍ଧି ହେବାର ଆଶଙ୍କା କରାଯାଉଛି। ପ୍ରତି ବର୍ଷ ଲକ୍ଷ ଲକ୍ଷ ଲୋକ କର୍କଟରେ ପୀଡିତ ହୋଇ ପ୍ରାଣ ହରାଉଛନ୍ତି। ଏଥିପାଇଁ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଫେବ୍ରୁଆରୀ ୪କୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଉଛି। ତେବେ ଏହି ବିଶେଷ ଦିନରେ ଜାଣନ୍ତୁ କର୍କଟ ରୋଗ ବାବଦରେ ସମ୍ପୂର୍ଣ୍ଣ ବିବରଣୀ... 

Advertisment

କର୍କଟ କ’ଣ?
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ କର୍କଟ ହେଉଛି ଅନେକ ରୋଗର ଏକ ଗୋଷ୍ଠୀ, ଯାହା ଶରୀରର ଯେକୌଣସି ଅଙ୍ଗକୁ ପ୍ରଭାବିତ କରିପାରେ। ଟ୍ୟୁମର ବା ନିଓପ୍ଲାଜମରୁ ଆରମ୍ଭ ହୁଏ କର୍କଟ। ଯେତେବେଳେ ଶରୀରରେ ସାଧାରଣ କୋଷଗୁଡିକ କର୍କଟ କୋଷରେ ପରିଣତ ହୁଏ ସେତେବେଳେ ଟ୍ୟୁମର ହୁଏ। ଟ୍ୟୁମରରୁ ଧୀରେ ଧୀରେ କର୍କଟ ସୃଷ୍ଟି ହୁଏ ଏବଂ ଶରୀରର ବିଭିନ୍ନ ଅଂଶକୁ ବ୍ୟାପିଯାଏ। ମସ୍ତିଷ୍କ, ଯକୃତ, ବୃକକ୍, ଫୁସଫୁସ, ସ୍ତନ, ରକ୍ତ ଏବଂ ଶରୀରର ଅନ୍ୟାନ୍ୟ ଅଂଶରେ କର୍କଟ ସୃଷ୍ଟି ହୋଇପାରେ। 

କର୍କଟ ଲକ୍ଷଣ କ’ଣ?
କର୍କଟର ସେପରି କୌଣସି ନିର୍ଦ୍ଦିଷ୍ଟ ଲକ୍ଷଣ ଦେଖାଯାଏ ନାହିଁ। ଏହା ରୋଗର ପ୍ରଭାବ ଏବଂ ପ୍ରକାର ଉପରେ ନିର୍ଭର କରେ। ତଥାପି କେତେକ ସାଧାରଣ ଏବଂ ପ୍ରାରମ୍ଭିକ ଲକ୍ଷଣ ରହିଛି, ଯାହା ନିମ୍ନରେ ବର୍ଣ୍ଣନା କରାଯାଇଛି...

Advertisment
  •  ହଠାତ୍ ଓଜନ ହ୍ରାସ 
  • କ୍ରମାଗତ ଭାବେ ଥକ୍କା ଲାଗିବା
  • ଶରୀରରେ ପୀଡ଼ା
  • ରାତିରେ ଅଧିକ ଜ୍ୱର ଆସିବା
  • ଚର୍ମରେ ପରିବର୍ତ୍ତନ ଇତ୍ୟାଦି

କେତେକ ଗମ୍ଭୀର ଲକ୍ଷଣ ହେଉଛି...

  • ଶରୀରର କୌଣସି ବି ଅଂଶରେ ବିନା କାରଣରେ କ୍ଷତ ବା ରକ୍ତସ୍ରାବ ହେବା
  • କ୍ଷତ ହୋଇଥିଲେ ଭଲ ନହେବା
  • ନିଃଶ୍ୱାସ ନେବାରେ ଅସୁବିଧା
  • ଖାଦ୍ୟ ଗିଳିବାରେ ସମସ୍ୟା ଇତ୍ୟାଦି

କାହିଁକି ହୁଏ କର୍କଟ?
କର୍କଟ କୌଣସି ନିର୍ଦ୍ଦିଷ୍ଟ କାରଣ ପାଇଁ ହୋଇନଥାଏ। ଭିନ୍ନ ଭିନ୍ନ କାରଣରୁ ବିଭିନ୍ନ ପ୍ରକାର କର୍କଟ ହୋଇଥାଏ। ଧୂମପାନ, ମଦ୍ୟପାନ, ମୋଟାପଣ ଏବଂ ଅସୁରକ୍ଷିତ ଯୌନ ସମ୍ପର୍କ ଭଳି କେତେକ ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଅଭ୍ୟାସ କର୍କଟ ରୋଗର କାରଣ ହୋଇପାରେ। କର୍କଟ ରୋଗ ପାଇଁ ଜେନେଟିକ୍ସ ମଧ୍ୟ ଏକ ପ୍ରମୁଖ ବିପଦ କାରଣ। ଯେଉଁମାନଙ୍କର ପରିବାରରେ ପୂର୍ବରୁ କର୍କଟ ରୋଗ ଅଛି, ସେମାନଙ୍କ କର୍କଟ ହେବାର ଆଶଙ୍କା ଅଧିକ ଥାଏ।

କର୍କଟକୁ କିପରି ରୋକାଯାଇପାରିବ?

  • ଯଦି ତମାଖୁ ସେବନ କରୁଛନ୍ତି, ତେବେ ଏ ଅଭ୍ୟାସଠୁ ତୁରନ୍ତ ଦୂରେଇ ରୁହନ୍ତୁ। ଏଥିପାଇଁ ଜଣେ ବିଶେଷଜ୍ଞଙ୍କ ସାହାଯ୍ୟ ନେଇପାରିବେ।
  • ସୁସ୍ଥ ରହିବା ପାଇଁ ସୁସ୍ଥ ଖାଦ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସର୍ବଦା ଏକ ସୁସ୍ଥ ଖାଦ୍ୟ ଅଭ୍ୟାସ କରନ୍ତୁ।
  • ଦୈନନ୍ଦିନ କାର୍ଯ୍ୟରେ ବ୍ୟାୟାମ ଅନ୍ତର୍ଭୂକ୍ତ କରନ୍ତୁ। ବ୍ୟାୟାମ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।
  • ବିଷାକ୍ତ ପଦାର୍ଥର ସଂସ୍ପର୍ଶରେ ଆସନ୍ତୁ ନାହିଁ।
  • ସୂର୍ଯ୍ୟଙ୍କ କ୍ଷତିକାରକ ଅତିବାଇଗଣୀ ରଶ୍ମୀଠୁ ଚର୍ମକୁ ରକ୍ଷା କରନ୍ତୁ।
  • ନିୟମିତ କର୍କଟ ରୋଗ ପାଇଁ ଯାଞ୍ଚ କରନ୍ତୁ। 

Disclaimer: ଉପରିସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।

Cancer Cancer Symptoms World Cancer Day Why Cancer Causes