Advertisment

କାହିଁକି ଯୁବପିଢିଙ୍କୁ ଗ୍ରାସ କରୁଛି ହୃଦଘାତ? ଜାଣନ୍ତୁ କାରଣ ଏବଂ କିପରି ରହିବେ ସଚେତନ

କାହିଁକି ଯୁବପିଢିଙ୍କୁ ଗ୍ରାସ କରୁଛି ହୃଦଘାତ? ଏହା ପଛରେ ମୁଖ୍ୟ କାରଣ ସବୁ କଣ ହୋଇପାରେ, ଜାଣନ୍ତୁ...

Representative Image

Representative Image

Advertisment

ବର୍ତ୍ତମାନ ସମୟରେ ହୃଦଘାତ ଭଳି ସାଂଘାତିକ ରୋଗ ଯେକୌଣସି ବୟସର ଲୋକଙ୍କୁ ପ୍ରଭାବିତ କରୁଛି। ପୂର୍ବରୁ ବୃଦ୍ଧାବସ୍ଥାରେ କ୍ୱଚିତ ଦେଖା ଯାଉଥିବା ଏହି ରୋଗ ଏବେ କିଶୋରଠୁ ବୟସ୍କ ସମସ୍ତଙ୍କୁ ଗ୍ରାସ କରୁଛି। ଗତ କିଛି ବର୍ଷ ମଧ୍ୟରେ ଏହି ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି।

Advertisment

ସୋଶାଲ ମିଡିଆରେ ମଧ୍ୟ ଏପରି ଅନେକ ଭିଡିଓ ଦେଖିଥିବେ, ଯେଉଁଥିରେ ନାଚୁଥିବା, ଗାଉଥିବା କିମ୍ବା କିଛି ଶାରୀରିକ କାର୍ଯ୍ୟକଳାପ କରୁଥିବା ସମୟରେ ହୃଦଘାତରେ ପ୍ରାଣ ହରାଉଛନ୍ତି। ସବୁଠୁ ବଡ଼ କଥା ହେଉଛି କି, ମୃତକମାନେ କିଶୋର କିମ୍ବା ଯୁବକ ଶ୍ରେଣୀର। ତେଣୁ ହୃଦଘାତକୁ ନେଇ ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। 

ଏସବୁ ମଧ୍ୟରେ କାହିଁକି ଯୁବପିଢିଙ୍କୁ ଏହି ମାରାତ୍ମକ ରୋଗ ଗ୍ରାସ କରୁଛି, ତାହା ଜାଣିବା ଜରୁରୀ। ଏହା ପଛରେ ମୁଖ୍ୟ କାରଣ ସବୁ କଣ ହୋଇପାରେ, ଜାଣନ୍ତୁ... 

Advertisment

ହୃଦଘାତର କାରଣ
ବିଶେଷଜ୍ଞଙ୍କ ଅନୁଯାୟୀ, ହୃଦୟ ମାଂସପେଶୀରେ ରକ୍ତ ପ୍ରବାହ କମ୍ କିମ୍ବା ଅବରୋଧ ହେଲେ ହୃଦଘାତ ହେବାର ସମ୍ଭାବନା ବଢିଯାଏ। ହୃଦୟକୁ ରକ୍ତ ଯୋଗାଉଥିବା କରୋନାରୀ ଧମନୀରେ ଚର୍ବି ଏବଂ କୋଲେଷ୍ଟ୍ରଲ ଜମା ହେଲେ ଏପରି ହୋଇଥାଏ। ଏହାକୁ ପ୍ଲେକ୍ କୁହାଯାଏ। ପ୍ଲେକ୍ ଜମା ହେବା ଦ୍ୱାରା ରକ୍ତ ପ୍ରବାହ କମିଯାଏ। ହୃଦୟକୁ ରକ୍ତ ପ୍ରବାହର ସମ୍ପୂର୍ଣ୍ଣ ଅବରୋଧ ହୃଦଘାତର କାରଣ ହୋଇପାରେ।

ଯୁବାବସ୍ଥାରେ ହୃଦଘାତର କାରଣ

  • ଖରାପ ଜୀବନଶୈଳୀ, ବ୍ୟାୟାମର ଅଭାବ, ଅଧିକ ସମୟ ବସି ରହିବା ଦ୍ୱାରା ହୃଦଘାତ ଆଶଙ୍କା ବଢିପାରେ।
  • ପ୍ରୋସେସ୍ଡ ଫୁଡ୍, ଜଙ୍କ ଫୁଡ୍ ଏବଂ ଅଧିକ ଚର୍ବିଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ହୃଦଘାତ ହୋଇଥାଏ।
  • ଧୂମପାନ ରକ୍ତ ନଳୀକୁ କ୍ଷତି ପହଞ୍ଚାଏ, ଯାହା ହୃଦଘାତର କାରଣ ହୋଇପାରେ।
  • ମଦ୍ୟପାନ ଦ୍ୱାରା ମଧ୍ୟ ରକ୍ତଚାପ ଏବଂ ହୃଦସ୍ପନ୍ଦନ ବୃଦ୍ଧି ପାଇଥାଏ, ଯାହା ହୃଦୟ ଉପରେ ଚାପ ପକାଇଥାଏ।
  • ଅତ୍ୟଧିକ ଚାପ ବା ଚିନ୍ତା ରକ୍ତଚାପ ଏବଂ ହୃଦସ୍ପନ୍ଦନକୁ ବୃଦ୍ଧି କରେ, ଯାହା ଫଳରେ ହୃଦୟ ସମ୍ବନ୍ଧୀୟ ରୋଗର ଆଶଙ୍କା ବଢିଥାଏ।
  • ନିଦ୍ରା ଅଭାବରୁ ହୃଦଘାତର ସମ୍ଭାବନା ମଧ୍ୟ ବହୁ ପରିମାଣରେ ବୃଦ୍ଧି ପାଇପାରେ।

ହୃଦଘାତର ଆଶଙ୍କା ହ୍ରାସ କରିବାର ଉପାୟ

  • ସ୍ୱାସ୍ଥ୍ୟ ପାଇଁ ଦୈନିକ ଅତି କମରେ 30 ମିନିଟ୍ ବ୍ୟାୟାମ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
  • ଫଳ, ସବୁଜ ପନିପରିବା, ଶସ୍ୟଜାତୀୟ ଖାଦ୍ୟ ପରି ସୁସ୍ଥ ଖାଦ୍ୟରେ ସେବନ କରନ୍ତୁ।
  • ଧୂମପାନ, ମଦ୍ୟପାନ ଏବଂ ସିଗାରେଟଠୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ରୁହନ୍ତୁ।
  • ଯୋଗ, ଧ୍ୟାନ କିମ୍ବା କୌଣସି ଶାରୀରିକ କାର୍ଯ୍ୟକଳାପ କରନ୍ତୁ, ଯାହା ଦ୍ୱାରା ଚାପ ହ୍ରାସ ପାଇପାରିବ।
  • ପ୍ରତିଦିନ ୭-୮ ଘଣ୍ଟା ପର୍ଯ୍ୟାପ୍ତ ଶୋଇବା ଅଭ୍ୟାସ ରଖନ୍ତୁ। 
  • ଉଚ୍ଚ ରକ୍ତଚାପ, ମଧୁମେହ ଏବଂ ଉଚ୍ଚ କୋଲେଷ୍ଟ୍ରଲ ପରି ସ୍ୱାସ୍ଥ୍ୟ ସମସ୍ୟା ଥିଲେ ନିୟମିତ ଯାଞ୍ଚ କରାଇନିଅନ୍ତୁ। 
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe