Advertisment

ଠିଆ ହୋଇ ପରିସ୍ରା କରୁଛନ୍ତି କି? ହୋଇଯାଆନ୍ତୁ ସାବଧାନ, ଦେଖନ୍ତୁ ଭିଡିଓ

ପୁରୁଷମାନେ ସାଧାରଣତଃ ଠିଆ ହୋଇ ପରିସ୍ରା କରି ଥାଆନ୍ତି। ହେଲେ ବୈଜ୍ଞାନିକମାନେ ଏପରି ନ କରିବାକୁ ପରାମର୍ଶ ଦେଇଛନ୍ତି।

ଅଦ୍ୟତନ ହୋଇଛି
Tolite

Tolite

Advertisment

ଠିଆ ହୋଇ ସବୁବେଳେ ପରିସ୍ରା କରୁଥିବା ଲୋକମାନେ ସାବଧାନ। ଆପଣଙ୍କ ଏପରି ଅଭ୍ୟାସ ଆଣିପାରେ ସାଂଘାତିକ ବିପଦ। ବୈଜ୍ଞାନିକମାନେ ଗବେଷଣା କରି ଠିଆ ହୋଇ ପରିସ୍ରା କରିବା ଦ୍ୱାରା କ’ଣ କ୍ଷତି ହୋଇଥାଏ, ସେକଥା ଜାଣିବାକୁ ପାଇଛନ୍ତି। ଏଥିସହ ରିସର୍ଚ୍ଚ ଟିମ ପକ୍ଷରୁ ଗୋଟିଏ ଭିଡିଓ ଜାରି କରି ଏ ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଯାଇଛି।

Advertisment

ପୁରୁଷମାନେ ସାଧାରଣତଃ ଠିଆ ହୋଇ ପରିସ୍ରା କରି ଥାଆନ୍ତି। ହେଲା ବୈଜ୍ଞାନିକମାନେ ଏପରି ନ କରିବାକୁ ପରାମର୍ଶ ଦେଇଛନ୍ତି। ଗୋଟିଏ ସଂସ୍ଥା ପକ୍ଷରୁ ଏନେଇ ଜାରି କରାଯାଇଥିବା ଭିଡିଓ ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି। ଅନେକ ୟୁଜର୍ସଙ୍କର ଏହା ଦୃଷ୍ଟି ଆକର୍ଷଣ କରିପାରିଛି।

ଭିଡିଓରେ ବିସ୍ତୃତ ଭାବେ କୁହାଯାଇଛି ଯେ କାହିଁକି ପୁରୁଷମାନେ ଛିଡ଼ା ହୋଇ ପରିସ୍ରା କରିବା କଥା ନୁହେଁ। ମାରାତ୍ମକ ସଂକ୍ରମଣରୁ ବର୍ତ୍ତିବା ପାଇଁ ପୁରୁଷମାନେ ଛିଡ଼ା ହୋଇ ପରିସ୍ରା କରିବା କଥା ନୁହେଁ। ଭିଡିଓରେ ଅତିରିକ୍ତ ଭାବେ ଅସ୍ୱଚ୍ଛ ପରିବେଶରେ ଲୋକଙ୍କ ଛିଡ଼ା ହୋଇ ପରିସ୍ରା କରିବାର ଅଭ୍ୟାସ ସମ୍ପର୍କରେ ମଧ୍ୟ କୁହାଯାଇଛି।

Advertisment

ଛିଡ଼ା ହୋଇ ପରିସ୍ରା କରିବା ଦ୍ୱାରା ଏହା କେମିତି ଟଏଲେଟର ବାହାରକୁ ଛିଟିକି ହୋଇ ପଡ଼ିଥାଏ? ଏହା କେମିତି ପାଣି ପକାଇବା ଦ୍ୱାରା ଯାଇ ନଥାଏ, ସେକଥା ମଧ୍ୟ ଭିଡିଓରେ ଦର୍ଶା ଯାଇଛି।

ପରବର୍ତ୍ତୀ ଅବସ୍ଥାରେ ବାହାରେ ପଡ଼ିଥିବା ପରିସ୍ରା ସହ ଜର୍ମ ଓ ବ୍ୟାକଟେରିଆ ଟୁଥବ୍ରଶ, ଟଏଲେଟ ରୋଲ, ଟିସ୍ୟୁ ପେପର ଓ ଅନ୍ୟ ଜିନିଷ ସଂସ୍ପର୍ଶରେ ଆସି କେମିତି ସଂକ୍ରମିତ କରିଥାଏ ଓ ବ୍ୟାପିଥାଏ, ସେକଥା କୁହାଯାଇଛି। ଏବେ ଭିଡିଓକୁ ଧ୍ୟାନର ସହ ଦେଖନ୍ତୁ।

Health
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe