Advertisment

କାହିଁକି ଡେଙ୍ଗୁ ହେଲେ ହ୍ରାସ ପାଏ ପ୍ଲେଟଲେଟ୍, କିପରି କରିବେ ସମାଧାନ ଜାଣନ୍ତୁ...

କାହିଁକି ଡେଙ୍ଗୁ ହେଲେ ପ୍ଲେଟଲେଟ୍ ହ୍ରାସ ପାଏ, ପ୍ଲେଟଲେଟ୍ କ'ଣ ଏବଂ କିପରି ଏହାର ଅଭାବକୁ ପୂରଣ କରିବେ, ଜାଣନ୍ତୁ...

author-image
Debibandita Barick
ଅଦ୍ୟତନ ହୋଇଛି
Blood Platelets

Blood Platelets

ମୌସୁମୀ ବର୍ଷା କରାଣରୁ ବୃଦ୍ଧି ପାଇଛି ମଶାଙ୍କ ଆତଙ୍କ। ରାଜଧାନୀ ଭୁବନେଶ୍ୱରରେ ଏକାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବଢୁଛି। ଏଥିପାଇଁ ବିଏମସି ପକ୍ଷରୁ ସଚେତନତା ମୂଳକ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଉଛି। ସବୁ ପରେ ବି ପ୍ରତିଟି ବ୍ୟକ୍ତିଙ୍କୁ ନିଜେ ସତର୍କ ରହିବାର ଆବଶ୍ୟକତା ରହିଛି। ନଚେତ୍ ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ। କାରଣ ଡେଙ୍ଗୁ ହେଲେ ରକ୍ତରେ ପ୍ଲେଟଲେଟ୍ ହ୍ରାସ ପାଏ, ଯାହା ଫଳରେ ଜଣେ ରୋଗୀ ଦୁର୍ବଳ ହୋଇଯାଆନ୍ତି। ବେଳେ ବେଳେ ଜୀବନ ମଧ୍ୟ ଚାଲିଯାଏ। ତେବେ କାହିଁକି ଡେଙ୍ଗୁ ହେଲେ ପ୍ଲେଟଲେଟ୍ ହ୍ରାସ ପାଏ, ପ୍ଲେଟଲେଟ୍ କ'ଣ ଏବଂ କିପରି ଏହାର ଅଭାବକୁ ପୂରଣ କରିବେ, ଜାଣନ୍ତୁ...  

Advertisment

ପ୍ଲେଟଲେଟ୍ କ’ଣ?
ପ୍ଲେଟଲେଟ୍ ବା ଥ୍ରୋମ୍ବୋସାଇଟ୍, ଆମ ରକ୍ତରେ କ୍ଷୁଦ୍ର, ରଙ୍ଗହୀନ କୋଷ ଖଣ୍ଡ, ଯାହା ଜମାଟ ବାନ୍ଧି ରକ୍ତସ୍ରାବକୁ ରୋକିଥାଏ। ଆମ ଅସ୍ଥି ମଜ୍ଜାରେ ପ୍ଲେଟଲେଟ୍ ତିଆରି ହୋଇଥାଏ। ଜଣେ ସୁସ୍ଥ ବ୍ୟକ୍ତିଙ୍କ ଶରୀରର ପ୍ଲେଟଲେଟ୍ କାଉଣ୍ଟ ୧,୫୦,୦୦୦ରୁ ୪,୫୦,୦୦୦ ପ୍ଲେଟଲେଟ୍/ମାଇକ୍ରୋଲାଇଟ ରହିଥାଏ। ୪,୫୦,୦୦୦ରୁ ଅଧିକ ପ୍ଲେଟଲେଟ୍ ହେଲେ ଥ୍ରୋମ୍ବୋସାଇଟୋସିସ୍ ଏବଂ ୧,୫୦,୦୦୦ରୁ କମ୍ ପ୍ଲେଟଲେଟ୍ ହେଲେ ଥ୍ରୋମ୍ବୋସାଇଟୋପେନିଆ କୁହାଯାଏ। ଡେଙ୍ଗୁ ରୋଗ ହେଲେ ରକ୍ତରେ ପ୍ଲେଟଲେଟ୍ କମିଯାଏ।

କାହିଁକି ଡେଙ୍ଗୁ ରୋଗୀଙ୍କର ହ୍ରାସ ପାଏ ପ୍ଲେଟଲେଟ୍?
ଡେଙ୍ଗୁରେ କମ୍ ପ୍ଲେଟଲେଟ୍ ପାଇଁ ମୁଖ୍ୟତଃ ତିନିଟି କାରଣ ଦାୟୀ ହୋଇପାରେ...

Advertisment
  •  ଅସ୍ଥି ମଜ୍ଜାରେ ସମସ୍ୟା ଥିଲେ ପ୍ଲେଟଲେଟ୍ ଉତ୍ପାଦନ ହ୍ରାସ ହୁଏ।
  •  ଡେଙ୍ଗୁ ଭାଇରସ୍ ଦ୍ୱାରା ପ୍ରଭାବିତ ରକ୍ତ କଣିକା ପ୍ଲେଟଲେଟକୁ ନଷ୍ଟ କରିଦିଏ।
  •  ଏହି ସମୟ ମଧ୍ୟରେ ଗଠିତ ଆଣ୍ଟିବଡି ଯୋଗୁଁ ପ୍ଲେଟଲେଟ୍ ମଧ୍ୟ ହ୍ରାସପାଏ।

ମୌସୁମୀ ସମୟରେ ସଂକ୍ରାମକ ରୋଗ କିମ୍ୱା ଜ୍ୱରର ମୁକାବିଲା ପାଇଁ ପ୍ଲେଟଲେଟ୍ ବୃଦ୍ଧି କରିବାକୁ ଡାକ୍ତରମାନେ ସର୍ବଦା ପରାମର୍ଶ ଦିଅନ୍ତି। କିପରି ରକ୍ତରେ ପ୍ଲେଟଲେଟ୍ ବୃଦ୍ଧି କରିବେ, ଜାଣନ୍ତୁ...

ଡେଙ୍ଗୁ ସମୟରେ ପ୍ଲେଟଲେଟ୍ କମିବାର ଅବସ୍ଥା ଗମ୍ଭୀର ରୋଗର ଲକ୍ଷଣ। ତେଣୁ ତୁରନ୍ତ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରନ୍ତୁ। ପ୍ଲେଟଲେଟ୍ ବୃଦ୍ଧି ପାଇଁ ମେଡିସିନ୍ ଦିଅନ୍ତି ଡାକ୍ତର। ଏହା ବ୍ୟତୀତ ଓମେଗା-୩, ଭିଟାମିନ୍, ଆଇରନ୍ ଏବଂ ଅନ୍ୟାନ୍ୟ ଖଣିଜ ପଦାର୍ଥରେ ଭରପୂର ଖାଦ୍ୟ ଗ୍ରହଣ କରିବା ଉଚିତ୍। ଡେଙ୍ଗୁ ରୋଗୀ ଅଧିକରୁ ଅଧିକ ତରଳ ପଦାର୍ଥ, ଫଳ ରସ, ପଇଡ଼ ପିଇବା ଉଚିତ୍।

Health News Dengue Health Tips Platelet Blood Platelets