Advertisment

ମଧୁମେହଠୁ ମାନସିକ ଚାପ ଦୂର କରେ ଏହି ଗୋଟିଏ ବ୍ୟାୟାମ

ଏହି ବ୍ୟାୟାମରେ ଆଉ କି କି ସ୍ୱାସ୍ଥ୍ୟ ଉପକାରୀ ପ୍ରଭାବ ରହିଛି, ଜାଣନ୍ତୁ...

A man and an woman walking together

A man and an woman walking together

Advertisment

ବିଭିନ୍ନ ବ୍ୟାୟାମ ମଧ୍ୟରୁ ଚାଲିବା ସବୁଠାରୁ ସରଳ ଏବଂ ପ୍ରଭାବଶାଳୀ। ନିୟମିତ ଚାଲିବା ଅଭ୍ୟାସ କରିବା ଫଳରେ ଅନେକ ଶାରୀରିକ ଏବଂ ମାନସିକ ରୋଗ ଦୂର ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଫିଟନେସ୍ ବଜାୟ ରଖିବାଠାରୁ ଆରମ୍ଭ କରି ହୃଦୟ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିଥାଏ ଚାଲିବା ଅଭ୍ୟାସ। ଏହି ବ୍ୟାୟାମରେ ଆଉ କି କି ସ୍ୱାସ୍ଥ୍ୟ ଉପକାରୀ ପ୍ରଭାବ ରହିଛି, ଜାଣନ୍ତୁ...

Advertisment

ହୃଦୟ ସୁସ୍ଥ ରହେ
ଚାଲିବା ଦ୍ୱାରା ହାର୍ଟ ପମ୍ପିଂ ଠିକ୍ ହୋଇଥାଏ ଏବଂ ଶରୀରରେ ରକ୍ତ ସଞ୍ଚାଳନ ମଧ୍ୟ କରିଥାଏ। ନିୟମିତ ଭାବେ ଚାଲିବା ଅଭ୍ୟାସ କରିବା ଫଳରେ ହୃଦ୍‌ଘାତ ଏବଂ ଷ୍ଟ୍ରୋକ୍ ଆଶଙ୍କା ହ୍ରାସ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଏଥିସହ ନିୟମିତ ଚାଲିବା ଅଭ୍ୟାସ ରକ୍ତଚାପକୁ ନିୟନ୍ତ୍ରଣରେ ରଖେ।

ହଜମ ପ୍ରକ୍ରିୟା ସଠିକ୍ ହୋଇଥାଏ
ମେଟାବୋଲିଜିମକୁ ସଠିକ୍ ଭାବେ ପରିଚାଳନା କରିବାରେ ଚାଲିବା ଏକ ଭଲ ଅଭ୍ୟାସ। ଏପରି କରିବା ଦ୍ୱାରା ହଜମ ପ୍ରକ୍ରିୟାରେ ଉନ୍ନତି ଆସିଥାଏ, ଫଳରେ ଓଜନ ନିୟନ୍ତ୍ରଣରେ ରହିଥାଏ। ଚାଲିବା ଅଭ୍ୟାସ ମେଦବହୁଳତାକୁ ପାଖ ମାଡ଼ିବାକୁ ଦିଏନାହିଁ।

Advertisment

ଅସ୍ତି ଏବଂ ଜଏଣ୍ଟକୁ ସୁସ୍ଥ ରଖେ
କମ୍ ବୟସର ପିଲାଙ୍କର ଆଣ୍ଠୁ ଗଣ୍ଠି ସମସ୍ୟା ସାଧାରଣ ହୋଇଗଲାଣି। ଏପରି କ୍ଷେତ୍ରରେ ଚାଲିବା ଅଭ୍ୟାସ ମେଡିସିନ୍ ପରି କାମ କରିବ। ନିୟମିତ ଚାଲିବା ଫଳରେ ଜଏଣ୍ଟ ପେନ୍ ଏବଂ ଅଷ୍ଟିଓପୋରୋସିସ୍(ଅସ୍ତି ସମସ୍ୟା) ଦୂର ହେବାର ସମ୍ଭାବନା ଥାଏ।

ଫୁସଫୁସକୁ ସୁସ୍ଥ ରଖେ
ଦ୍ରୁତ ଗତିରେ ଚାଲିବା ଦ୍ୱାରା ଫୁସଫୁସର କାର୍ଯ୍ୟ କ୍ଷମତା ବୃଦ୍ଧି ପାଏ, ଫଳରେ ଶ୍ୱାସକ୍ରିୟା ସଠିକ୍ ହୋଇଥାଏ। ତୀବ୍ର ଗତିରେ ଚାଲିବା ସମୟରେ ନିଆଯାଉଥିବା ଗଭୀର ନିଶ୍ୱାସ ମାଂସପେଶୀକୁ ମଜବୁତ କରେ ଏବଂ ଫୁସଫୁସରେ ଅମ୍ଳଜାନ ଯୋଗାଯୋଗ ଦକ୍ଷତାକୁ ବୃଦ୍ଧି କରେ। ଆଜମା ଭଳି ଶ୍ୱାସକ୍ରିୟା ସମ୍ବନ୍ଧୀୟ ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ଏହି ବ୍ୟାୟାମ ବିଶେଷ ଲାଭଦାୟକ ହୋଇପାରେ।

ମାନସିକ ସ୍ୱାସ୍ଥ୍ୟକୁ ସୁସ୍ଥ ରଖେ
ବର୍ତ୍ତମାନ ସମୟରେ ଚାପ ଏକ ମୁଖ୍ୟ ସମସ୍ୟା। ମାନସିକ ସୁସ୍ଥତା ବଜାୟ ରଖିବା ପାଇଁ ଚାଲିବା ଏକ ଉତ୍ତର ଅଭ୍ୟାସ ହୋଇପାରେ। ନିୟମିତ ଚାଲିବା ଦ୍ୱାରା ଚାପ ହ୍ରାସ ହେବାର ସମ୍ଭାବନା ଥାଏ। କାରଣ ଚାଲିବା ସମୟରେ ଏଣ୍ଡୋରଫିନ୍ସ ହରମନ୍ କ୍ଷରଣ ହୋଇଥାଏ, ଏହି ହରମନ୍ ଶରୀରର ପ୍ରାକୃତିକ ମନୋବଳ ବଢାଇଥାଏ, ଯାହା ଚାପ ଦୂର କରି ମନକୁ ସୁସ୍ଥ ରଖିବାରେ ସହାୟକ ହୁଏ। 

ଭଲ ନିଦ ହୁଏ
ଚାଲିବା ସହ ନିୟମିତ ଶାରୀରିକ କାର୍ଯ୍ୟକଳାପ କଲେ ଭଲ ନିଦ ହୋଇଥାଏ। ଶାରୀରିକ ପରିଶ୍ରମ ଦ୍ୱାରା ସୃଷ୍ଟି ହୋଇଥିବା ପ୍ରାକୃତିକ ଥକାପଣ ଶୀଘ୍ର ଶୋଇବା ଏବଂ ଅଧିକ ଆରାମଦାୟକ ନିଦ ଉପଭୋଗ କରିବାରେ ସାହାଯ୍ୟ କରିଥାଏ। 

ମଧୁମେୟ ନିୟନ୍ତ୍ରଣରେ ରହେ
ଚାଲିବା ଦ୍ୱାରା ରକ୍ତରେ ଶର୍କରା ସ୍ତର ହ୍ରାସ ପାଇବାର ଯଥେଷ୍ଟ ସମ୍ଭାବନା ଥାଏ। ଏହି ବ୍ୟାୟାମ ମଧ୍ୟ ଶରୀରରେ ଇନସୁଲିନ ବୃଦ୍ଧି କରିଥାଏ, ଯାହା ମଧୁମେହ ରୋଗୀଙ୍କ ପାଇଁ ନିହାତି ଆବଶ୍ୟକ। ତେଣୁ ନିୟମିତ ଚାଲିବା ଅଭ୍ୟାସ ମଧୁମେହକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ। ବିଭିନ୍ନ ରିସର୍ଚ୍ଚରୁ ମଧ୍ୟ ଜଣାଯାଇଛି ଯେ, ଖାଇସାରିବା ପରେ କିଛି ସମୟ ଚାଲିବା ଫଳରେ ମଧୁମେହ ଦୂର ହୋଇଥାଏ। 

Disclaimer: ଉପରିସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।

Walking Benefits Exercise Health Tips Best Exercise
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe