ଆୟୁଷ୍ମାନ ଭାରତରେ କାହାକୁ କେତେ ଟଙ୍କାର ବୀମା ମିଳିବ?

ଗୋପବନ୍ଧୁ ଜନ ଆରୋଗ୍ୟ ଓ ଆୟୁଷ୍ମାନ ଭାରତ ମିଶ୍ରଣରେ ଏହି ସୁବିଧା ମିଳିବ। ୩୦ ହଜାର ହସ୍ପିଟାଲରେ ଏହି ସୁବିଧା ଉପଲବ୍ଧ ହେବ

Representative Image

  • Published: Wednesday, 01 January 2025
  • , Updated: 01 January 2025, 07:55 PM IST

ଆୟୁଷ୍ମାନ ଭାରତ ଯୋଜନାରେ ମହିଳାଙ୍କୁ ମିଳିବ ୧୦ ଲକ୍ଷର ବୀମା ସୁବିଧା। ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। E-KYC ଡାଟାବେସକୁ ଆଧାର କରି କାର୍ଡ ଦିଆଯିବ। ୧ କୋଟି ପରିବାରର ତଥ୍ୟ ସରକାରଙ୍କ ପାଖରେ ରହିଛି। ଫେବ୍ରୁଆରୀରୁ ଆୟୁଷ୍ମାନ ଲାଗୁ ହେଉଥିବାରୁ ଏହା ସରକାରଙ୍କ ପାଇଁ ବେଶୀ ଗୁରୁତ୍ୱପୂର୍ଣ୍ଣ।

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ କହିବା ଅନୁସାରେ କେନ୍ଦ୍ରୀୟ ଟିମ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଫେରିଛନ୍ତି। ପରିବାରର ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ମିଳିବ। ଗୋପବନ୍ଧୁ ଜନ ଆରୋଗ୍ୟ ଓ ଆୟୁଷ୍ମାନ ଭାରତ ମିଶ୍ରଣରେ ଏହି ସୁବିଧା ମିଳିବ। ୩୦ ହଜାର ହସ୍ପିଟାଲରେ ଏହି ସୁବିଧା ଉପଲବ୍ଧ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।

Related story