Kendrapara
ସ୍ୱାସ୍ଥ୍ୟ ବ୍ୟବସ୍ଥାର କରୁଣ ଚିତ୍ର। ଫ୍ୟାମିଲି ପ୍ଲାନିଂ ଅପରେସନ୍ ପରେ ବେଡ୍ ବଦଳରେ ମେଡିକାଲ ଚଟାଣରେ ଶୋଇଲେ ମହିଳା। କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।
ଗତକାଲି ଫ୍ୟାମିଲି ପ୍ଲାନିଂ ଅପରେସନ୍ ପାଇଁ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୨୯ ଜଣ ମହିଳାଙ୍କୁ ଅଣାଯାଇଥିଲା। ହେଲେ ଅପରେସନ୍ ପରେ ମହିଳାଙ୍କୁ ଆରାମ କରିବାକୁ ଚଟାଣରେ ଶୁଆଇଥିଲେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ। ଜରି ପାଲ ପକାଇ ତା’ ଉପରେ ମହିଳା ମାନେ ଅପରେସନ୍ ପରେ ଶୋଇବାକୁ ପଡ଼ିଥିଲା। ଘଟଣାକୁ ନେଇ ମହିଳାଙ୍କ ସମ୍ପର୍କୀୟ ଓ ସେମାନଙ୍କୁ ନେଇ ଆସିଥିବା ଆଶା କର୍ମୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଇନଚାର୍ଜ କହିଛନ୍ତି, ମେଡିକାଲରେ ନିର୍ମାଣ ଚାଲିଛି ଓ ବେଡର ସୁବିଧା ନଥିବାରୁ ମହିଳା ଚଟାଣରେ ଏଭଳି ଶୋଇଥିଲେ।
ଆଶାକର୍ମୀ କାଞ୍ଚନଲତା ମଲ୍ଲିକ କହିଛନ୍ତି, ଡାକ୍ତରଖାନାରେ ବେଡ୍ ନାହିଁ। ମହିଳାମାନଙ୍କର ଯାହା ହେବ ନବୀନ ବାବୁ ଦାୟୀ ହେବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Kendrapara_1707276071.jpg)